ବରିଷ୍ଠ ସଚେତନ ନାଗରିକ ମାନଙ୍କର ଆଲୋଚନା ଚକ୍ର ଅନୁଷ୍ଠିତ I

ବରିଷ୍ଠ ସଚେତନ ନାଗରିକ ମାନଙ୍କର ଆଲୋଚନା ଚକ୍ର ଅନୁଷ୍ଠିତ I

 

ଫୋକସ ପ୍ଲସ 27/4(କନ୍ଧମାଳ): ଫୁଲବାଣୀ ସଦର ମହାକୁମା , “ହୋଟେଲ ରାଜକମଲ”‘ ଠାରେ ଜିଲ୍ଲା ର ବରିଷ୍ଠ ସଚେତନ ନାଗରିକ ମାନଙ୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ଦିଗ,ଉପରେ ଆଲୋଚନା କରାଯାଇ ,ଥିଲା । ଜିଲ୍ଲାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ବିକାଶ ଓ ଉନ୍ନୟନ ଯୋଜନା ଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକତା ରହିଥିବା ଆଲୋଚନା ବୈଠକରେ ସ୍ଥାନ ପାଇଥିଲା । ତତ୍ ସହିତ ଆସନ୍ତା ମେ ମାସ ମଧ୍ୟ ଭାଗରେ , ଜିଲ୍ଲାର ବରିଷ୍ଠ ନାଗରିକ ସଂଘ ର ଦ୍ୱବାର୍ଷିକୀ ନିର୍ବାଚନ ଅନୁଷ୍ଠିତ ହେବ ।ଉକ୍ତ ନିର୍ବାଚନ ରେ ଜଣେ ଉପଯୁକ୍ତ ସଚେତନ ବରିଷ୍ଠ ନାଗରିକ ଙ୍କୁ ପ୍ରାଥି ଚୟନ କରିବାକୁ ମତ ପ୍ରକାଶ ପାଇଥିଲା ।ଗତ ନିର୍ବାଚନରେ ନିର୍ବାଚିତ ବରିଷ୍ଠ କର୍ମକର୍ତ୍ତା ମାନେ ସେଭଳି କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି ପାରି ନ ଥିବାରୁ ,କେତେକ ସ୍ତରରେ ସମାଲୋଚନା ମଧ୍ୟ କରାଯାଇଥିଲା। ସଂଘ ର କାର୍ଯ୍ୟ କାଳ ଶେଷ ହୋଇ ଯାଇଥିଲେ ମଧ୍ୟ , ବିଭିନ୍ନ ଆଳ ଦେଖାଇ ଦାୟୁତ ଥିବା କର୍ମକର୍ତ୍ତା ମାନେ , ବହୁ ବରିଷ୍ଠ ସଚେତନ ନାଗରିକ ମାନଙ୍କୁ ଗୃରୁତ୍ୱ ଦିଆ ଯାଉନଥିବା ଅଭିଯୋଗ ମାନ କରାଯାଇଥିଲା । ଦାୟୁତ ଥିବା ।କର୍ମକତ୍ତ ମାନେ ପୂରାତନ ଓ ନୂତନ ସଦସ୍ୟ ଗ୍ରହଣ କରିବାରେ ଅବହେଳା ଓ ପାତର ଅନ୍ତର ନିତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଥିଲା ।
ବରିଷ୍ଠ ସଚେତନ ନାଗରିକ କମଳାକାନ୍ତ ପାଣ୍ଡେ , ପ୍ରଣବ ମଣ୍ଡଲ ,ନବିନ କିଶୋର ପଣ୍ଡା ,ଅମୟ ଦାସ,ବ୍ରଜ ପଟ୍ଟନାୟକ ,ବ୍ରହ୍ମାନନ୍ଦ ପାଣିଗ୍ରାହୀ ,ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି ,ବିକାଶ ମହାନ୍ତି ,ବିରଞ୍ଚି ପାତ୍ର , ଶ୍ରୀଯୁକ୍ତ ରଥ ,ଓ ପ୍ରମୁଖ ବରିଷ୍ଠ ବ୍ୟକ୍ତି ବିଶେଷ ଆଲୋଚନା ରେ ଭାଗ ନେଇ ,ସମସ୍ତଙ୍କ ସହଯୋଗ ରେ ଏକ ବରିଷ୍ଠ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସହରର ପ୍ରମୁଖ ବ୍ୟକ୍ତି ଓ ବହୁ ବରିଷ୍ଟ ସଚେତନ ନାଗରିକ ବୈଠକରେ ଯୋଗଦେଇ ,ନିଜର ନିଜର ମତ ସାବ୍ୟସ୍ତ କରିଥିଲେ । ।ଶେଷରେ ବରିଷ୍ଠ ନାବରିକ ରାଜକିଶୋର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧୀ କ୍ଷିତିଶ୍ ମଲିକ୍ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *