ଅବ୍ୟବସ୍ଥା ଘେରରେ ବାହାଡାଝୋଲା ଫାଣ୍ଡି  |

ଅବ୍ୟବସ୍ଥା ଘେରରେ ବାହାଡାଝୋଲା ଫାଣ୍ଡି |

ଫୋକସ ପ୍ଲସ 27/4(ନୟାଗଡ଼): ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଏବେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି | ସୂଚନା ଥାଉ କି ବାହାଡାଝୋଲା ଫାଣ୍ଡି ଯେତେବେଳେ ୩ଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ହୋଇଥିଲା ସେହି ସମୟରେ ଫାଣ୍ଡିରେ ୧ ଜଣ A.S.I.ଏବଂ ୪ ଜଣ କନେଷ୍ଟବଳ ନିଯୁକ୍ତି ଥିଲେ | ବର୍ତମାନ ୬ଟି ଗ୍ରାମପଞ୍ଚାୟତ ବାହାଡାଝୋଲା ଫାଣ୍ଡି ଅଞ୍ଚଳ ରେ ଥିବାବେଳେ ୧ ଜଣ A.S.I, ୨ ଜଣ କନେଷ୍ଟବଳ ନିଯୁକ୍ତି ଅଛନ୍ତି | ଯେଉଁ ସମୟରେ ବାହାଡାଝୋଲା ଫାଣ୍ଡି କୁ ସୁରକ୍ଷା ଭାବି ତିନୋଟି ଗ୍ରାମପଞ୍ଚାୟତ ର ୩0.000 ଲୋକ ନିର୍ଭର କରୁଥିଲେ ସେହି ସମୟରେ ବାହାଡାଝୋଲା ଫାଣ୍ଡି ଅଞ୍ଚଳ ରେ ବାହାଡାଝୋଲା ଫାଣ୍ଡି ରେ ୫ ଜଣ ଷ୍ଟାଫ୍ ନିୟୋଜିତ ଥିବାବେଳେ ବର୍ତମାନ ୬ ଟି ଗ୍ରାମପଞ୍ଚାୟତର ୭0.000 ରୁ ଅଧିକ ଲୋକ ବାହାଡାଝୋଲା ଫାଣ୍ଡି ଉପରେ ନିର୍ଭର କରୁଥିବା ବେଳେ ବର୍ତମାନ ୧ଜଣ A.S.I ଏବଂ ୨ ଜଣ କନେଷ୍ଟବଳ ନିୟୋଜିତ ଅଛନ୍ତି |
ସବୁଠାରୁ ବଡ଼ କଥା ହେଉଛି ବାହାଡାଝୋଲା ଫାଣ୍ଡି ଅଞ୍ଚଳ ଟି ଚୋରି, ଡକାୟତି ଠାରୁ ଆରମ୍ଭ କରି ବୋମା ମାଡ଼ ଘଟଣା କୁ ନେଇ ଏହି ଅଞ୍ଚଳ ବେ୍ସ ଚର୍ଚିତ | କିଛି ଦିନ ତଳେ ବାହାଡାଝୋଲା ଅଞ୍ଚଳ ରେ ଜ୍ୟୋଇଁ ଆକ୍ରମଣ ଘଟଣା ରେ ଶଶୁର ଘର ଲୋକ ଡାକ୍ତରଖାନା ରେ ଚିକିତ୍ସିତ ହୋଇ ମରଣ ସହ ସଂଗ୍ରାମ କରୁଛନ୍ତି | ଆପଣମାନେ ଦେଖିଥିବେ କିଛି ଦିନ ତଳେ ଘରୋଇ କଳିକୁ କେନ୍ଦ୍ର କରି ବାହାଡାଝୋଲା ଛକ ରେ ସାନ ଭାଇ ବଡ଼ ଭାଇ ଉପରକୁ ବୋମା ମାଡ଼ କରିଥିବା ଘଟଣା ରେ ସମ୍ପୃକ୍ତ ବଡ଼ ଭାଇ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା I କେବଳ ଏହି ଘଟଣା ରେ ସୀମିତ ନୁହେଁ ବାହାଡାଝୋଲା ଫାଣ୍ଡି | ସୂଚନା ଅନୁଯାଇ ବାହାଡାଝୋଲା ଫାଣ୍ଡି ଅଧୀନରେ ଥିବା କାପ୍ତାପୋଲି ଗ୍ରାମପଞ୍ଚାୟତ ର ମକରାପୋଲି ଟି ଗଞ୍ଜାମ ସୀମାନ୍ତ କୁ ଲାଗିରହିଥିବା ରୁ ଗଞ୍ଜାମ ଜିଲ୍ଲା ର କୁଖ୍ୟାତ ଡକାୟତ ମାନେ ଏହି ରାସ୍ତା କୁ ଆପଣେଇବା ସହ ରାତ୍ରିରେ, ଦିନ ଦ୍ୱିପ୍ରହରେ ଘଟଇଥାନ୍ତି ଅପରାଧ | ନା ବାହାଡାଝୋଲା ଅଞ୍ଚଳ ରେ ଠିକି ସମୟରେ ପେଟ୍ରୋଲିଙ୍ଗ ହୋଇପାରୁଛି ନା ଏ ଅପରାଧୀ ଙ୍କ କବଳ ରୁ କେବେ ରକ୍ଷା କରାଯାଉଛି ଅପରାଧ | ଏ ବିଷୟରେ ଆପଣ ଅନେକ ଥର ଭିଭିନ୍ନ ଗଣମାଧ୍ୟମ ରେ ଖବର ପଢ଼ିଥିବେ ଅବ୍ୟବସ୍ଥା ଘେରରେ ପଡ଼ିରହିଛି ବାହାଡାଝୋଲା ଫାଣ୍ଡି | ବାହାଡାଝୋଲା ଫାଣ୍ଡି ରେ ଷ୍ଟାଫ୍ ଙ୍କ ରହିବା ପାଇଁ କ୍ଵାଟର ଘରର ବ୍ୟବସ୍ଥା ଭଲ ନଥିବା ବେଳେ, ଲାଟିନି ବ୍ୟବସ୍ଥା, ଗାଧୁଆ ଘର, ପାନୀୟଜଳ ର ସଙ୍କଟ ଦେଖାଦେଇଛି | ଫାଣ୍ଡି ଷ୍ଟାଫ୍ ଗୋଟିଏ କିଲୋମିଟର ଆସି ପିଇବା ପାଇଁ ପାଣି ସଂଗ୍ରହ କରି ନେଉଥିବା ର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଫାଣ୍ଡି ପରିସରରେ ଥିବା ନଳକୂପ ରୁ ଲୁହା ଗୁଣ୍ଡ ପାଣି ବାହାରିବା ଯୋଗୁଁ ପିଇବା ପାଇଁ ଉପଯୋଗ୍ୟ ନୁହେଁ |
ଏ ବିଷୟରେ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ୍ୟ ନା? ପୂରଣ ହୋଇଛି ବାହାଡାଝୋଲା ଫାଣ୍ଡି ର ଷ୍ଟାଫ୍. ନା?ପୂରଣ ହୋଇପାରିଛି ବାହାଡାଝୋଲା ଫାଣ୍ଡି ର ଜରୁରୀ କାଳୀନ ସମସ୍ୟା |
ଦେଖିବାକୁ ଅପେକ୍ଷା କେବେ ପୂରଣ ହେଉଛି ବାହାଡାଝୋଲା ଫାଣ୍ଡି ର ଜରୁରୀ କାଳୀନ ସମସ୍ୟା |

ନୟାଗଡ଼ ଜିଲ୍ଲା ନୂଆଗାଁ ରୁ ବିରଞ୍ଚି ନାରାୟଣ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ

 

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *