ପୁଅର ଜୀବନ ବଞ୍ଚାଇବାକୁ ମା କାନି ପାତି ଭିକ ମାଗୁଛି।

ପୁଅର ଜୀବନ ବଞ୍ଚାଇବାକୁ ମା କାନି ପାତି ଭିକ ମାଗୁଛି।

ସାହାଯ୍ୟ ପାଇଁ ଲୋକଙ୍କୁ ନେହୁରା ହେଉଛି ହଁ ସେ ହେବନି ବା କେମିତି ତା ଧନ ତା ଜୀବନ ପରା ମେଡ଼ିକାଲ ବେଡ଼ରେ ପଡିରହି ଜୀବନ ସହ ସଂଗ୍ରାମ କରୁଛି। କୋଉ ମା ଯେ ତା ପୁଅର ଏପରି ଅବସ୍ଥା ଦେଖି ସହି ପାରିବ।

ଦର୍ଶକ ବନ୍ଧୁ ଏ ଦୁଃଖଦ ହୃଦୟ ବିଦାରକ ଘଟଣା ହେଉଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଚିକଣା ଗ୍ରାମର। ଏହି ଗ୍ରାମରେ ବସବାସ କରୁଥିବା ଚୁମ୍ବନ ମହାନ୍ତିଙ୍କ ପୁଅ ଲିଭର ୟୁରୋସିସି ରୋଗରେ ପୀଡିତ। ଦଶ ମାସ ଦଶ ଦିନ ମା ତା ପୁଅକୁ ଗର୍ଭରେ ଧରି ଅନେକ କଷ୍ଟ ଯନ୍ତ୍ରଣା ସହି ମମତାର ବିନ୍ଦୁ ନିଗାଡି ବଡ଼ କଲା ପରେ ପୁଅର ଏପରି ଅବସ୍ଥା ମାକୁ କେତେ ଯେ ଆଘାତ ଦେଉଥିବ ତାହା କେବଳ ଜଣେ ଅନୁଭବି ହିଁ ଅନୁଭବ କରିପାରିବ।
ବର୍ତ୍ତମାନ ଆପଣ ମାନଙ୍କ ସହଯୋଗ ଓ ସରକାରଙ୍କ ସାହାଯ୍ୟରେ ତାଙ୍କ ପୁଅ ଭଲ ହୋଇ ଘରକୁ ଆସିବ ବୋଲି ସେ ଆଶା ଟିକକ ହାରି ନାହାନ୍ତି।
ତେବେ ତାଙ୍କ ମାଙ୍କ ପାଖରେ ଯେତିକି କିଛି ସମ୍ବଳ ଥିଲା ତାହା ପୁଅର ଚିକିତ୍ସା ରେ ଶେଷ ହୋଇ ସାରିଛି ଆଉ ଏବେ ପୁଅ ସମ୍ପୁର୍ଣ୍ଣ ରୂପେ ଠିକ ହେବାକୁ ହେଲେ ଲିଭର୍ ଟ୍ରାନ୍ସଲେଟ କରିବାକୁ ପଡିବ। ପ୍ରଥମେ ସେ ପୁଅକୁ ଭୁବନେଶ୍ୱର ରେ ଏକ ହସ୍ପିଟାଲରେ ଚିକିତ୍ସା କରାଉଥିଲେ ହେଲେ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ହେଉଥିବା ଦେଖି ଡାକ୍ତର ହାଇଦ୍ରାବାଦ ର ଏକ ହସ୍ପିଟାଲ ଯଶୋଦାକୁ ନେବା ପାଇଁ ପରାମର୍ଶ ଦେଇଥିଲେ ଆଉ ସେଥିପାଇଁ ପାଇଁ 20/30 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ କହିଥିଲେ। ଏତେ ଟଙ୍କା ଶୁଣିବା ପରେ ମାଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ଦୁଃଖର କଳା ବାଦଲ। ପାଦ ତଳୁ ଖସିପଡିଥିଲା ମାଟି ହେଲେ ବି ଏସବୁକୁ ସାମ୍ନା କରି ପୁଅର ଜୀବନ ମା ହାର ନମାନି ପୁଅକୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି। ଆପଣଙ୍କ 1 ଟଙ୍କାର ସାହାଯ୍ୟ ତାଙ୍କ ପୁଅକୁ ବଞ୍ଚାଇ ଆଉ ଏକ ନୂତନ ଜୀବନ ପ୍ରଦାନ କରିବ ବୋଲି ସେ ଆଶା ରଖିଛନ୍ତି। ତେବେ ଯଦି କେହି ସହୃଦୟ ବ୍ୟକ୍ତି ଓ ସରକାର ତାଙ୍କ ପୁଅଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢାନ୍ତେ ତାହାଲେ ଅକାଳରେ ମଉଳି ଯାଉଥିବା ଜୀବନ ଆଉ ଥରେ ନୂତନ ଜୀବନ ଫେରି ପାଇ ପାରନ୍ତା।
ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ପୁଅର ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ phone pay, google pay କିମ୍ବା ତାଙ୍କ sbi acount no – 20242095476
IFSC code- SBIN0013595
ରେ ସହଯୋଗ କରିପାରିବେ।

ବିଂଝାରପୁର ରୁ ରାଣାପ୍ରତାପ ମହାପାତ୍ର ଙ୍କ ରିପୋର୍ଟ focus plus

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *