
ଭାରତୀୟ ଜନତା ପାର୍ଟି ର ନେତା ଶ୍ରୀ ଭଣ୍ଡେଶ୍ବର ମହାପାତ୍ର ହେଲେ ରୋଗୀ କଲ୍ୟାଣ ସମିତିର ବ୍ଲକ ପ୍ରତିନିଧି I
- Breaking newsଦେଶ ବିଦେଶମହାନଗରମୁଖ୍ୟ ଖବରରାଜନୀତିରାଜ୍ୟ
- April 29, 2022
- No Comment
- 2467
ଭବାନୀପାଟଣା/୨୯/୦୪:- କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଗତ ୨୬/୦୪/୨୦୨୨ ରେ ରୋଗୀ କଲ୍ୟାଣ ସମିତି ୧୩ ଟି ବ୍ଲକ ପାଇଁ ତାଙ୍କର ପ୍ରତିନିଧି ଘୋଷଣା କରିଛନ୍ତି l ରୋଗୀଙ୍କ ସମସ୍ୟା ଦୂରୀକରଣ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି l ସେହିଭଳି ଭାବରେ ସଦର ମହକୁମା ଭାରତୀୟ ଜନତା ପାର୍ଟି ର ଜୁବ ତଥା ଟାଣୁଆ ନେତା ଶ୍ରୀ ଭଣ୍ଡେଶ୍ବର ମହାପାତ୍ର ଙ୍କୁ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ରୋଗୀ କଲ୍ୟାଣ ସମିତି ର ବ୍ଲକ ପ୍ରତିନିଧି ଭାବରେ ଶ୍ରୀ ମହାପାତ୍ରଙ୍କ ନାମ ଉଲ୍ଲେଖ ହୋଇଛି l ସେହିଭଳି ଭାବରେ ଧର୍ମଗଡ ବ୍ଲକ ପାଇଁ ଅପରେଶ ସ୍ୱାଇଁ, କୋକସରା ବ୍ଲକ ପାଇଁ ବିପିନ ବିହାରୀ ମହାର, କଲମପୁର ବ୍ଲକ ପାଇଁ ନୀଳକାନ୍ତ ସୁନାନି, ଜୟପାଟଣା ବ୍ଲକ ପାଇଁ ଅବିନାଶ ନନ୍ଦ, ଗୋଲାମୁଣ୍ଡା ବ୍ଲକ ପାଇଁ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଜୁନାଗଡ ବ୍ଲକ ପାଇଁ ଟଙ୍କଧର ନାଏକ, ନର୍ଲା ବ୍ଲକ ପାଇଁ ପର୍ଶୁରାମ ପଣ୍ଡା, କେସିଙ୍ଗା ବ୍ଲକ ପାଇଁ ପ୍ରଶାନ୍ତ ବେନାର୍ଜୀ, କର୍ଲାମୁଣ୍ଡା ବ୍ଲକ ପାଇଁ ଦୟାନିଧି ସାହୁ, ଏମ.ରାମପୁର ବ୍ଲକ ପାଇଁ ପଦ୍ମ ଲୋଚନ ମିଶ୍ର, ଲାଞ୍ଜିଗଡ ବ୍ଲକ ପାଇଁ ମଧୁସୂଦନ ବାଗ, ଥିଆମୂଲ ରାମପୁର ପାଇଁ ରାଧାକୃଷ୍ଣ ବାଗଙ୍କ ନାମ ପ୍ରକାଶ ପାଇଛି l ସାଧାରଣ ନିର୍ବାଚନର ତିନି ବର୍ଷ ପରେ ଏହି ତାଲିକା ପ୍ରକାଶ ପାଇଛି l ପୂର୍ବରୁ ଭଣ୍ଡେଶ୍ବର ମହାପାତ୍ର ବିଭିନ୍ନ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ରେ ରୋଗୀଙ୍କ ସେବା ଯୋଗାଇ ଆସୁଥିଲେ l ରେଡକ୍ରସରେ ଅନେକ ରୋଗୀଙ୍କ ସେବା ଯୋଗାଇବାରେ ସହାୟକ ହେଇ ଆସୁଛନ୍ତି ଶ୍ରୀ ମହାପାତ୍ର l ଅସହାୟ ଗରିବ ନିରୀହ ଲୋକଙ୍କୁ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ମଧ୍ୟ ବିଭିନ୍ନ ସମୟରେ ବୁର୍ଲା ତଥା ଭୁବନେଶ୍ୱର ଏମ୍ସକୁ ମଧ୍ୟ ବାଟ ଖର୍ଚ୍ଚ ଦେଇ ମେଡିକାଲ ପଠାଇବାରେ ସହାୟକ ହେଇ ଆସୁଛନ୍ତି ଶ୍ରୀ ମହାପାତ୍ର l ଏଥର ଆହୁରି ଜୋର୍ ସୋର୍ ରେ ରୋଗୀଙ୍କ ଦୁଃଖ ଶୁଣିବା ସହ ତାଙ୍କୁ ଦେଇ ଥିବା ଦାୟିତ୍ଵକୁ ନିଷ୍ଠାର ପାଳନ କରିବେ ବୋଲି ଶ୍ରୀ ଭଣ୍ଡେଶ୍ବର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି l
କଳାହାଣ୍ଡି ରୁ ରଞ୍ଜନ କୁମାର ମହାନ୍ତି ଙ୍କ ରିପୋର୍ଟ ଫୋକସ ପ୍ଲସ I