
ଦେଢ଼ମାସ ହେଲାଣି ପେଟରେ ଯନ୍ତ୍ରଣା ଭୋଗୁଛନ୍ତି ବାସନ୍ତୀ ପ୍ରଧାନ I
- Breaking newsଦେଶ ବିଦେଶରାଜ୍ୟ
- April 29, 2022
- No Comment
- 378
ଆପଣଙ୍କ ଜୀବନ ମୂଲ୍ୟବାନ, ସୁଖୀ ଓଡ଼ିଶା ,ସୁସ୍ଥ ଓଡ଼ିଶା ,ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମିଶନ ଯୋଜନା ରେ ଗରୀବ ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ପୁରୁଷଙ୍କ କ୍ଷେତ୍ରେରେ ପାଞ୍ଚ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ଦଶ ଲକ୍ଷ ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଏ ସମସ୍ତ ସୁଵିଧା ସତ୍ତ୍ୱେ କାହିଁକି କେଜାଣି ଗରୀବ ହିତାଧିକାରୀ ମାନେ ବାରମ୍ବାର ମେଡ଼ିକାଲ କୁ ମେଡ଼ିକାଲ ଚକର କାଟୁଛନ୍ତି ହେଲେ ସୁସ୍ଥ ହେବା ପରିବର୍ତ୍ତେ ଅର୍ଥ ଅଭାବରୁ ନିରାଶା ହୋଇ ମୁଣ୍ଡରେ ହାତ ଦେଇ ଘରେ ବସିପଡୁଛନ୍ତି । ଏପରି ଏକ ଦୃଶ୍ୟ ସାମ୍ନା କୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ପ୍ଲିହେରୀ ପଞ୍ଚାୟତ ର ମ୍ଲୁକଚେରି ଗ୍ରାମର ଗଗେ ପ୍ରଧାନଙ୍କ ସ୍ତ୍ରୀ ବାସନ୍ତୀ ପ୍ରଧାନ ପ୍ରାୟ ଦେଢ଼ମାସ ହେବ ଅଜଣା ପେଟ ରୋଗରେ ଯନ୍ତ୍ରଣା ଭୋଗୁଛନ୍ତି। ପ୍ରଥମେ ତାଙ୍କୁ ଦାରିଙ୍ଗବାଡି ମେଡ଼ିକାଲ ଓ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ତିନିଥର ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନ ହେବାରୁ ବର୍ତ୍ତମାନ ନିରାଶା ହୋଇ ଘରେ ପଡିରହି ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି। ଗଗେ ପ୍ରଧାନ ଜଣେ ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ନିଜ ରୋଜଗାରରେ ପରିବାର ପ୍ରତିପୋଷଣ କରନ୍ତି।ବାରମ୍ବାର ମେଡିକାଲ ନେବାକୁ ତାଙ୍କ ପାଖରେ ଆଉ ଟଙ୍କା ନାହିଁ ଏଭଳି ସ୍ଥିତିରେ ସେ କରିବେ ବା କଣ ମୁଣ୍ଡରେ ହାତ ଦେଇ ନିରାଶା ହୋଇ ବସିଛନ୍ତି। ଏଣୁ ସ୍ତ୍ରୀ ର ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ କିମ୍ବା କୌଣସି ସ୍ୱ ହୃଦୟ ବ୍ୟକ୍ତି ସହଯୋଗ ର ହାତ ବଢ଼ାଇଲେ ସ୍ତ୍ରୀ ର ଜୀବନ ବଞ୍ଚିଯାଇ ଥାନ୍ତା ବୋଲି ନିବେଦନ କରିଛନ୍ତି।ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ I