ବିଶ୍ୱ ଶ୍ରମିକ ଦିବସ

ଭୋଟ ବେଳେ ମନେ ପଡନ୍ତି ଶ୍ରମିକ ଆଉ କୃଷକ | ଭୋଟ ସରିଲା ପରେ କେବଳ ବର୍ଷକୁ ଗୋଟିଏ ଦିନ ଶ୍ରମିକ ଦିବସ ପାଳନ ଅବସରରେ ଶ୍ରମିକ ମାନଙ୍କୁ ମନେ ପକାଯାଇଥାଏ | ମେ ‘ଏକ ତାରିଖ ହେଉଛି ସେଇ ଦିନ, ଯେଉଁ ଦିନ ଶ୍ରମିକଙ୍କ ପାଇଁ ଦିନଟିଏ ନାରା ଦିଆଯାଇ ଶ୍ରମିକ ଦିବସ ପାଳନ କରାଯାଇଥାଏ | ଶ୍ରମିକଙ୍କୁ ନେଇ କାହା ମନରେ କେତେ ଅସମାହିତ ପ୍ରଶ୍ନ । କେବଳ ଆଜିର ଦିବସରେ ହିଁ ଶ୍ରମିକ ମାନଙ୍କ ବାଃବାଃ କରିବେ ନେତା ଠୁ ମନ୍ତ୍ରୀ |

ଶ୍ରମିକ ସର୍ବଦା ବିଶ୍ୱାସ ଡୋରିରେ ବନ୍ଧା | ସେ ରେଲୱେ ଷ୍ଟେସନ କଥା କୁହନ୍ତୁ ଅବା ବସ ଷ୍ଟାଣ୍ଡ କଥା |ଖୋଜା ପଡନ୍ତି ଶ୍ରମିକ |ମୁଣ୍ଡର ଝାଳ କୁ ତୁଣ୍ଡରେ ମାରି ବସ୍ତା ବସ୍ତା ଲଗେଜ ମୁଣ୍ଡରେ ବୋହୁ ଥିବାର ଦୃଶ୍ୟ ସତେ ଯେମିତି ପୂର୍ଵ ରାତିର ସ୍ବପ୍ନ |ନିକଟ ଅତୀତରେ ଅଙ୍ଗେ ନିଭାଇଥିବା କରୋନା ସମୟର ଇତିହାସ କୁ ଦେଖିବା,ତେବେ ଶ୍ରମିକ ମାନଙ୍କ ସଂଘର୍ଷର କାହାଣୀ ଦେଖିଛି ଏ ବିଶ୍ୱ ।କେତେବେଳେ ମୁଠାଏ ଖାଇବାକୁ ସମ୍ବଳ ନାହିଁ ତ ପୁଣି କେତେବେଳେ ହାଣ୍ଡିରେ ଭାତ ଗଣ୍ଡିଏ ରୋଷେଇ କରିବାକୁ ଦାନା ନାହିଁ |ପୁଣି କେତେବେଳେ ସ୍ତ୍ରୀ ଯନ୍ତ୍ରଣା ରେ ଛଟପଟ ତ ପୁଣି କେତେବେଳେ ବିଞ୍ଚଣା ରେ ଶୋଇ ରହିଥିବା ରୋଗୀଣା ପୁଅ ର ଆର୍ତ୍ତ ଚିତ୍କାର | ସେହି ସମୟରେ ଶ୍ରମିକ ଟି ଚିନ୍ତା କରେ “ହେ ପ୍ରଭୁ ମୋତେ ଶ୍ରମିକ ଟିଏ କରିକି କାହିଁକି ଜନ୍ମ ଦେଲ “| ତତଲା ମାଟିରେ ଛିଣ୍ଡି ଯାଇଥିବା ଚପଲ ହଳକ ପିନ୍ଧି ବଡ଼ ବଡ଼ିଆ ଙ୍କ ସେବା କରିବାରେ ବ୍ୟସ୍ତ ସେଇ ଶ୍ରମିକ |ନିଜର କୋହ, ଯନ୍ତ୍ରଣା, ମାନସିକ ଅବସାଦ କୁ ମନରେ ଚାପି ଧରି କେବଳ ଭଗବାନ ଙ୍କୁ ଦୋଷ ଦେଇ ଚାଲିଛି ଆଜିର ଶ୍ରମିକ | କହିବା କାହାକୁ ଶୁଣିବ କିଏ ନୀତିରେ ପ୍ରତ୍ୟେକ ମୁହୂର୍ତ୍ତ ସଂଘର୍ଷ କରୁଛି ଶ୍ରମିକ |ନାମ କୁ ମାତ୍ର ଶ୍ରମିକ ଦିବସ | ବର୍ତ୍ତମାନ ଫେରିଯାଇଛି ସେ ସମୟ, ସ୍ୱଭାବିକ ହୋଇଯାଇଛି ସବୁ କିଛି । ହେଲେ ଯାଇନି ଶ୍ରମିକଙ୍କ ଦୁଃଖ । ସେବେ ବି ସେମାନେ କଷ୍ଟ କରୁଥିଲେ ଆଉ ଏବେ ବି କରୁଛ |

ଯେବେ କାମ ସରିଯାଏ ସେବେ ଅଲୋଡା ହୁଏ ଶ୍ରମିକ । ନିଜର ସ୍ୱାର୍ଥ ହାସଲ ହୋଇଗଲେ ଭୁଲି ଯାଆନ୍ତି ଶ୍ରମିକଙ୍କୁ | କାରଣ ସେମାନେ ଭାବିନିଅନ୍ତି ଯେ ଶ୍ରମିକ ହେଉଛନ୍ତି ଜଣେ ଜଣେ ପଥର |ପଥର କୁ ମାରିଲେ ବାଧେ କି? ଯେଉଁ ମନେ ଖରା, ବର୍ଷା, ଶୀତ କାକର ରେ ଜଗତ ପାଇଁ ନିସ୍ଵାର୍ଥପର ସେବା ଯୋଗାଇ ଆସୁଛନ୍ତି ସେମାନଙ୍କୁ ଆଜିର ଦିବସରେ ଫୋକସ ପ୍ଲସ ତରଫରୁ ସାଧୁବାଦ ଓ ଅଭିନନ୍ଦନ । ଅନ୍ୟର ସ୍ୱପ୍ନ ଗଢିତୋଳୁଥିବା ଶ୍ରମିକ ନିଜ ପାଇଁ ଦିବା ସ୍ବପ୍ନ ଦେଖିବା ଆରମ୍ଭ କରେ |କିନ୍ତୁ ଶ୍ରମିକ ମାନଙ୍କ ଗୁଣଗାନ କରିବା ଅପେକ୍ଷା ଯଦି ଶ୍ରମିକଙ୍କ ପାଇଁ ନିଜ ରାଜ୍ୟରେ କାମର ବ୍ୟବସ୍ଥା କରାଯାଏ ତେବେ ତାହାହିଁ ହେବ ଶ୍ରମିକଙ୍କ ପାଇଁ ବଡ ଶୁଭେଚ୍ଛା ଓ ବଡ ଉପହାର ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *