ବିଶ୍ଵ ଶ୍ରମିକ ଦିବସ ଅବସରରେ ଗାଁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦରମୋହକୁମା ଠାରେ ଆଜି ବିଶ୍ୱ ଶ୍ରମିକ ଦିବସ ଅବସରରେ ଆଞ୍ଚଳିକ ବିକାଶ କମିଟି ପକ୍ଷରୁ ଗାଁ ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା  କମିଟି ର ସଭାପତି ଶ୍ରୀ ଉଦୟ ଚନ୍ଦ୍ର ହିଆଲ ଙ୍କ ନେତୃତ୍ବରେ ଏହି ସଫେଇ କାର୍ଯ୍ୟ କ୍ରମ କରାଯାଇ  ଥିଲା। ଏଥିରେ ସାମିଲ ହୋଇ ଥିଲେ  କମିଟି ର ସଦସ୍ୟ ଓ ବସ୍ତି ବାସିନ୍ଦା ମାନେ। ହାତରେ ଝାଡୁ ପହଁରା, ଧରି  ଦଶମନ୍ତପୁର ଥାନା ଛକ ଠାରୁ ଆରମ୍ଭ କରି ରାଧା କୃଷ୍ଣ ଆଦିବାସୀ କଲେଜ ଛକ ପର୍ଯ୍ୟନ୍ତ  ଅଳିଆ ଆବର୍ଜ୍ଜନା କୁ ସଫେଇ କରିଥିଲେ। କେବଳ ସେତିକି ନୁହେଁ  ପରିବେଶ କୁ ନେଇ କମିଟି ପକ୍ଷରୁ ବସ୍ତି ବାସିନ୍ଦା କୁ ସଚେତନତା ର ବାର୍ତ୍ତା ଶୁଣାଇ ଥିଲେ।

ସଭାପତି ଶ୍ରୀ ହିଆଲ କହିଥିଲେ ଯେ ,  ଗାଁ ପରିବେଶ ସଫା ରଖିବା ଆମ ମାନଙ୍କ ସମସ୍ତ ଙ୍କ ର କର୍ତ୍ତବ୍ୟ। ଗାଁ ସଫା ଥିଲେ ଦେଶ ସଫା ରହିବ। ଗାଁ ଉନ୍ନତି ହେଲେ ଦେଶ ର ଉନ୍ନତି ହେବ।  ଘର ଚତୁଃପାର୍ଶ୍ଵରେ ଅଳିଆ ଆବର୍ଜ୍ଜନା, କି ଅନା ବନା ଗଛ ପତ୍ର ଥିଲେ ମଶା ମାଛି ବୃଦ୍ଧି ପାଇବେ।‌ ତାହା ମଣିଷ ଶରୀରରେ କାମୁଡ଼ିଲେ  ମ୍ୟାଲେରିଆ ଭଳି  ମାରାତ୍ମକ ବିଭିନ୍ନ ରୋଗର ଶିକାର ହେବାକୁ ପଡ଼ିଥାଏ। ତେଣୁ ଗାଁ ଓ ଘର ପରିବେଶ ସଫା ରଖିଲେ ଏଭଳି ରୋଗ ରୁ ମୁକ୍ତି ପାଇ ପାରିବା ବୋଲି ବୁଝାଇ କହିଥିଲେ। ଅନ୍ୟ ପକ୍ଷରେ ଆଜି ବିଶ୍ୱ ଶ୍ରମିକ ଦିବସ। ଶ୍ରମିକ ମାନଙ୍କ ଦ୍ଵାରା ହିଁ ସୁସ୍ଥ ପରିବେଶ ଓ ସୁସ୍ଥ ଦେଶ ଗଢା ଯାଇ ପାରିବ ।

କେବଳ ଏହି ଗୋଟିଏ ଗାଁ ନୁହେଁ ପଞ୍ଚାୟତ ର ୨୪ ଖଣ୍ଡ ଗ୍ରାମ କୁ ପରିବେଶ ସଫା ରଖିବା କୁ ଚେଷ୍ଟା କରାଯିବ। ପୁଣି ଏହି କମିଟି ମାଧ୍ୟମରେ ଗାଁ ର ଉନ୍ନତି ପାଇଁ ଗାଁ ସମସ୍ୟା କୁ ନେଇ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଏବଂ ସମସ୍ୟା ର ସମାଧାନ ପାଇଁ ପ୍ରୟାସ ଜାରି ରହିବ ବୋଲି କହି ଥିଲେ। ତା ପରେ ବସ୍ତି ବାସିନ୍ଦା ଗଳି କନ୍ଦି ଏରିଆ ଗୁଡ଼ିକ ସଫେଇ କରିଥିବା ଦେଖିବାକୁ ମିଳିଥିଲା। ଏଥିରେ ଚନ୍ଦ୍ର ସେନ୍ ଗରଡା, ମାର୍ଟିନ ଖୋସଲା, ବ୍ରଜେନ୍ଦ୍ର କଂସାରୀ, ଶତ୍ରୁଘ୍ନ ଡାକୁଆ, ଚଳଗଙ୍ଗ ବିଶୋଇ, ଅଶୋକ କୁମାର ପାତ୍ର, ପତନ କୁମାର ପାତ୍ର ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *