ବ୍ଲୁ ଲେକ ରେ ଗାଧେଇବା ହେଲା କାଳ I

ବ୍ଲୁ ଲେକ ରେ ଗାଧେଇବା ହେଲା କାଳ I

ଫୋକସ ପ୍ଲସ 2/5/22(ନୀଳଗିରି): ବ୍ଲୁ ଲେକ ରେ ଗାଧେଇବା ହେଲା କାଳ, ଯୁବକ ପାଣିରେ ନିଖୋଜ, ଅଗ୍ନିଶମ ବାହିନୀର ଖୋଜାଖାଜି ଆରମ୍ଭ I
ଗାଧେଇବା ବେଳେ ଅଘଟଣ, ପାଣିରେ ବୁଡ଼ିଗଲେ ଯୁବକ, ପୋଲିସ ଏବଂ ଅଗ୍ନିଶମ ବାହିନୀର ଖଜାଖୋଜି ଆରମ୍ଭ, ଅଧଘଣ୍ଟା ବିତିଯାଇଥିଲେ ବି ଯୁବକଙ୍କ ମିଳୁନି ପତା, ନିଖୋଜ ଯୁବକ ହେଇଛନ୍ତି ବିଶ୍ୱଜିତ୍ କବାଟ, ମୟୂରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳରୁ ୯ଜଣବନ୍ଧୁ ବ୍ଲୁ ଲେକ୍ ବୁଲିବା ପାଇଁ ଆସିଥିଲାବେଳେ ଅଘଟଣ I
ନୀଳଗିରି ମିତ୍ରପୁର ଅଞ୍ଚଳରେ ଥିବା ପୁରାତନ ଖାଦାନ ଗୁଡିକ ସମୟାନୁକ୍ରମେ ହ୍ରଦର ଭ୍ରମ ସୃଷ୍ଟି କରୁଥିବାରୁ ବହୁ ଦୂରଦୂରାନ୍ତ ରୁ ଅନେକ ପର୍ଯ୍ୟଟକ ସେଲ୍ଫି ନେବା ଏବଂ ଫୋଟଗ୍ରାଫି କରିବାକୁ ଛୁଟି ଆସନ୍ତି | କିନ୍ତୁ ଏଠାରେ ଏହି ହ୍ରଦର ଭ୍ରମ ସୃଷ୍ଟି କରୁଥିବା ବ୍ଲୁଲେକଟି ଆଶାତୀତ ଗଭୀର ଏବଂ ଏଠାରେ କୌଣସି ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ | ଫଳରେ ଅନେକ ସମୟରେ ଏଠାରେ ଅଘଟଣ ଘଟିଥାଏ, ଆଜି ମୟୁରଭଞ୍ଜ ବେତନଟୀ ଅଞ୍ଚଳ ରୁ ବୁଲାବୁଲି କରିବାକୁ ଆସିଥିବା ନଅଜଣ ଯୁବକଙ୍କ ମଧ୍ୟରୁ ବିଶ୍ୱଜିତ କବାଟ (19) ଗାଧୋଉ ଥିବାବେଳେ ଗୋଡଖସି ଯାଇ ନିଖୋଜ ଅଛନ୍ତି | ଖବର ପାଇ ରେମୁଣା ଅଗ୍ନିଶମ ବିଭାଗ ରୁ 7 ଜଣିଆ ଟିମ ଏବଂ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ରେ ନିୟୋଜିତ ଥିବା ବେଳେ ନିଖୋଜ ଥିବା ଯୁବକ କୁ ଖୋଜି ପାଇପାରିନାହାନ୍ତି | ତେବେ ଗୁରୁତ୍ୱପୂର୍ଣ କଥା 3 ମାସ ପୂର୍ବରୁ ଏହି ବ୍ଲୁ ଲେକ୍ ରେ ଜଣେ ପର୍ଯ୍ୟଟକ ଙ୍କର ମୃତ୍ୟୁ ଘଟିଥିଲା, ତଥାପି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଠାରେ କୌଣସି ନିରାପତ୍ତା ବ୍ୟବସ୍ଥା କରା ନଯିବା ଦୁର୍ଭାଗ୍ୟଜନକ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *