ମୋବାଇଲ ଟେକ୍ନୋଲୋଜି ସହିତ ଖାପ ଖୁଆଇ ପାରିଲେନି ବନପାଳ ଅଧକାରୀ I

ମୋବାଇଲ ଟେକ୍ନୋଲୋଜି ସହିତ ଖାପ ଖୁଆଇ ପାରିଲେନି ବନପାଳ ଅଧକାରୀ I

ଫୋକସ ପ୍ଲସ 5/5/22(ନୀଳଗିରି):ନିଜକୁ ଅନଫିଟ ମନେ କରି ମୋବାଇଲ ଟେକ୍ନୋଲୋଜି ସହିତ ଖାପ ଖୁଆଇ ପାରିଲେନି, ଇଚ୍ଛାକୃତ ଅବସର ନେଲେ ବନପାଳ ଅଧକାରୀ। ସମାଜ ପାଇଁ କିଛି କରିବା ପାଇଁ ଜଙ୍ଗଲ ବିଭାଗ ରେ ଭର୍ତ୍ତି ହୋଇଥିଲେ। ଫୋରେଷ୍ଟ ଗାର୍ଡ ରୁ ପ୍ରମସନ ହୋଇ ୩୪ ବର୍ଷ ନିରନ୍ତର ସେବା ଯୋଗାଇବା ପରେ ଶାରୀରିକ ଅସୁସ୍ଥତା ଓ ନୂତନ ଟେକ୍ନୋଲୋଜି ସହ ନିଜକୁ ଖାପ ନଖୁଆଇପାରିବା ଯୋଗୁଁ ଏବେ ନିଜକୁ ସକ୍ଷମ ନମଣି ଇଚ୍ଛାକୃତ ଅବସର ନେଇଛନ୍ତି I
ନୀଳଗିରି କୁଳଡ଼ିହା ବନ ବିଭାଗ ରେ ଏଭଳି ଏକ ଘଟଣା ଦେଖାଦେଇଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାଲେଶ୍ବର ଜିଲ୍ଲା ସାହାଡ଼ା ଅଞ୍ଚଳର ଇଏ ହେଉଛନ୍ତି ଅଜୟ କୁମାର ସେଠୀ । ଯୌବନର ଯୁବା ଅବସ୍ଥାରେ ସେ ବନ ବିଭାଗର ସେତେବେଳରେ ପ୍ରଚଳିତ ଏକ ପଦବୀ ସାମାଜିକ ବନିକରଣ ପଦରେ ୧୯୮୮ ମସିହାରେ ଚାକିରୀ ଆରମ୍ଭ କରିଥିଲେ। ପରେ ନିଜର କାର୍ଯ୍ୟଦକ୍ଷତା ପାଇଁ ପଦନୀତି ହୋଇ କାଳକ୍ରମେ ଫୋରେଷ୍ଟ ଗାର୍ଡରୁ ଫୋରେଷ୍ଟର ବି ହୋଇପାରିଥିଲେ।କୁଳଡିହା ବନବିଭାଗ ଅଧୀନରେ ବାଲିଆନାଳ ବିଟରେ କିଛିଦିନ ହେବ ଫୋରେଷ୍ଟର ଭାବରେ କାର୍ଯ୍ୟ କରିଆସୁଥୁଲେ ଅଜୟ। ଚାକିରୀ ସମୟ ଆହୁରି ଅଢେଇବର୍ଷ ଥିଲେବି ଏବେ ନିଜେ ନିଜର ପଦରୁ ଇଚ୍ଛାକୃତ ଅବସର ନେଇଯାଇଛନ୍ତି ସେ। ନିଜର ଶାରୀରିକ ଅସୁସ୍ଥତା ଓ ବନ ବିଭାଗ ଆପଣାଉଥିବା ସ୍ମାର୍ଟ ମୋବାଇଲରେ ନୂତନ ଟେକ୍ନୋଲୋଜିର କାମକୁ ଆପଣାଇ ପାରିଲେନାହିଁ ସେ। ତାଙ୍କ କାନ୍ଧରେ କାନ୍ଧ ମିଶାଇ ସହକର୍ମୀଙ୍କ ସହ ଉପରିସ୍ଥ ଅଧିକାରୀମାନେ ସବୁସମୟରେ ସହଯୋଗ କରିଆସୁଥୁଲେ। ନିଜର ଅସମର୍ଥଥାକୁ ନିଜେ ଜାଣିପାରି ଚାକିରିରୁ ଅବସର ନେବା ଉଚିତ ମନେକରି ଇଚ୍ଛାକୃତ ଅବସର ନେଇଛନ୍ତି। ଅବସର କାଳୀନ ସଭାରେ ତାଙ୍କର ନିଷ୍ଠାପର ଓ କର୍ତଵ୍ୟ ନିଷ୍ଠାକୁ ଭୁରିଭୁରି ପ୍ରସଂଶା କରିଥିଲେ ସଭିଏଁ। ଏହାସହ ତାଙ୍କସହ ସାଙ୍ଗରେ କାମ ଆରମ୍ଭ କରିଥିବା ସହକର୍ମୀ ବି ତାଙ୍କର ପଦକ୍ଷପକୁ ପ୍ରସଂଶା କରିବା ସହ ତାଙ୍କୁ ଆଲିଙ୍ଗନ କରି ଭାବ ଆଦାନ ପ୍ରଦାନ କରିଥିଲେ।
ସରକାରୀ ଚାକିରୀ କୁ କିଭଳି ସଦୁପଯୋଗ କରାଯାଇ ପାରିବ ତାହାର ଏକ ଉଦାହରଣ ପାଲଟି ସମାଜକୁ ଏକ ଭଲ ସନ୍ଦେଶ ଦେଇଛନ୍ତି ଏହି ବନ ଅଧିକାରୀ। ନୀଳଗିରିରୁ ଜଗନ୍ନାଥ ପାତ୍ରଙ୍କ ରିପୋର୍ଟ ଫୋକସ ପ୍ଲସ I

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *