କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ।

କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ।

ଫୋକସ ପ୍ଲସ 5/5/22 (ଗଞ୍ଜାମ): ଙ୍କ ରିପୋର୍ଟ ଫୋକସ ପ୍ଲସ ପାତ୍ରପୁର ବସ ଷ୍ଟାଣ୍ଡ ଛକ ପାର୍ଶ୍ଵରେ ଅବସ୍ଥିତ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଆଜି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ରାଇମୋହନ ପରିଡା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦିଗପହଣ୍ଡି ପୌର ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ପତି ଏବଂ କୃଷ୍ନ ଚନ୍ଦ୍ର ମେଡିକାଲ ଷ୍ଟୋର ଅଧ୍ୟକ୍ଷ ଏ ମୂରଲୀ ପ୍ରମୁଖ ମଞ୍ଚାସିନ ଥିଲେ।ଏହି ଔଷଧ ଦୋକାନ ଅଞ୍ଚଳର ସେବା ଯୋଗାଇ ସୁଦୃଢ଼ ହେଉ ବୋଲି ଚିନ୍ତାମଣି ଦ୍ୟାନ ସାମନ୍ତରା ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଭିନୟ ଜଗତର ଜଣେ ଖ୍ୟାତନାମା ଖଳ ନାୟକ ଅଭିନେତା ରାଇମୋହନ ପରିଡା ଯୋଗ ଦେଇ ଦର୍ଶକ ଙ୍କୁ ଆକୃଷ୍ଟ କରିଥଲେ। ପାତ୍ରପୁର ବଣିକ ସଂଘ ପକ୍ଷରୁ ପୁଷ୍ପହାର ଦେ଼ଇ ସ୍ବାଗତ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାର ଦର୍ଶକ ଙ୍କୁ ଭୂରି ଭୂରି ପ୍ରଶଂସା କରିବା ସହ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ସମାରୋହ ରେ ଯୋଗ ଦେଇ ରାଇମୋହନ ପରିଡା ନିଜକୁ ଧନ୍ୟ ମନେ କରିଥଲେ। ଏହି ଔଷଧ ଦୋକାନ ଅଞ୍ଚଳ ର ଗରୀବ ବନ୍ଧୁ ମାନଙ୍କ ସାଥି ଭାବେ ସୁଲଭ ମୂଲ୍ୟରେ ଅର୍ଥାତ୍ ୧୫% ଛାଡ଼ ରେ ଔଷଧ ଯୋଗାଇବ ବୋଲି ରବିନ୍ଦ୍ର ଦ୍ୟାନ ସାମନ୍ତରା କହିଛନ୍ତି। କାର୍ଯ୍ୟକ୍ରମରେ ଅଞ୍ଚଳ ରୁ ବହୁ ଜଣାଶୁଣା ବ୍ୟକ୍ତି ଯୋଗ ଦେଇଥିବା ବେଳେ ସପନ ପ୍ରଧାନ ଓ ନୀଳାଞ୍ଚଳ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ମାରୁତି ଦ୍ୟାନ ସାମନ୍ତରା ଧନ୍ୟବାଦ୍ ଅର୍ପଣ କରିଥଲେ।

Related post

ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ I

ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ…

ଫୋକସ ପ୍ଲସ 9/5/22 (ଗଞ୍ଜାମ):ଶେରଗଡ଼ ବ୍ଲକ ର ବର ମୁଣ୍ଡଳୀ ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀ ଙ୍କୁ ନିଲମ୍ବନ…
ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ମହାଯଂଜ୍ଞ   |

ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ମହାଯଂଜ୍ଞ |

ଫୋକସ ପ୍ଲସ 6/5/22(ଗଞ୍ଜାମ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁମାରପାଣି ଗ୍ରାମରେ ମା ଗ୍ରାମ ଦେବତୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ |ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା…
ସାମ୍ବାଦିକଙ୍କ ମାତୃ ବିୟୋଗ I

ସାମ୍ବାଦିକଙ୍କ ମାତୃ ବିୟୋଗ I

ଫୋକସ ପ୍ଲସ 15/4 (ଗଞ୍ଜାମ): ପାତ୍ରପୁର ଗ୍ରାମ ବଡବ୍ରାହ୍ମଣ ସାହି ଅବସର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ପାତ୍ରପୁର ବ୍ଳକ ସର୍ବସାଧାରଣ ଦୈନିକ ଖବର…

Leave a Reply

Your email address will not be published. Required fields are marked *