ତେଜୁଛି ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା I

ତେଜୁଛି ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଘଟଣା I

ରାଜଧାନିରେ ଯୋର ଧରିଲା ପାରାଦ୍ବିପ ଅଭୟଚାନ୍ଦପୁର ଥାନା ଯୁବକ ମୃତ୍ୟୁ ଘଟଣା, ଆଉକିଛି ଦିନପରେ ସାରାରାଜ୍ୟରେ ଆନ୍ଦୋଳନ କାରାଯିବ ବୋଲି ରାଜ୍ୟ ଛାତ୍ର କଂଗ୍ରେସ ଦେଇଛି ଚେତାବନି, ସୁଚ଼ନା ଅନୁଯାଇ ପାରାଦୀପ୍ ବ୍ରୁନ୍ଦାବନ କଲୋନି ର ମନୋରଞ୍ଜନ ଗେଡି ନାମକ ଏକ ଯୁବକକୁ ଗତ ଶନିବାର ସନ୍ଧ୍ୟାରେ ରେ ଅଭୟଚାନ୍ଦପୁର ପୋଲିସ ଉଠାଇ ନେଇ ଥାନା ଭିତରେ ଅତର୍କିତ ମାଡ ମାରିଥିବା ଓ ପୋଲିସ ମାଡ ରେ ତାର ମୃତ୍ୟୁ ହୋଇଥିବା ତାର ବାପା ପ୍ରହଲ୍ଲାଦ ଗେଡି ଗଣମାଧ୍ୟମ ଆଗରେ କହିଥିଲେ | ପୋଲିସ ମନୋରଞ୍ଜନ କୁ ପ୍ରଥମେ ଅଠରବାଙ୍କୀ ବିଜୁ ମେମୋରିଆଲ ହସପିଟାଲ ଓ ପରେ ଜଗତସିଂହପୁର ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା, ଆଉ ରାତି ରାତି ସବୁ ପ୍ରମାଣ ନଷ୍ଟ କରିବାକୁ ଯାଇ ରାତି ଅଧରେ ପୋଷ୍ଟମର୍ଟମ ମଧ୍ଯ କରିଥିଲା | ମମଲାକୁ ଚପେଦବାପାଇଁ ସବୁମତେ ଉଦ୍ୟମକରିବା ସହିତ ଘଟଣା କୁ ଦ୍ରୁଘଟଣାରୁପ ଦେଇଥିଲା, ଛାତ୍ର କଂଗ୍ରେସ କହିଛି,ସେପଟେ ମମମଲାକୁ ଚପାଇବାକୁ ଯାଇ ପୋଲିସ ଯନୈକ ଶ୍ରମିକ ନେତା ଙ୍କ ଶରଣ ପସିଛି, ଯିଏ ଚାପ ପକାଇ ପୋଲିସକୁ ସୁହାଇବାଭଳି ଏତାଲା ଦେବାକୁ ମୃତ ମନୋରଂଜନର ବାପାକୁ ପ୍ରବର୍ତାଇଥିବା ଜଣାପଡିଛି, ସେହି ଶ୍ରମିକ ନେତା ମ୍ରୁତ ଶ୍ରମିକ ପରିବାକୁ ନ୍ୟାୟ ଦେଉଛନ୍ତି, ନା ପୋଲିସକୁ ସୁରକ୍ଷା ଦେଉଛନ୍ତି ତାହା ଉପରେ ରାଜ୍ୟବାସୀଙ୍କ ନଜର ରହିଛି |
ପ୍ରକ୍ରୁତରେ ମୃତ ମନୋରଂଜନକୁ ନ୍ୟାୟ ମିଳୁଛି,ନା କାଗଜ କଲମରେ ସିମିତ ରହୁଛି, ପୋଲିସ ର ବୟାନ କେତେ ସତ୍ୟତାରହିଛି ତାହା ସମୟ ହିଁ କହିବ I

ପାରାଦ୍ବିପରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଜଳଛାୟା ପ୍ରକଳ୍ପ ସହାୟକ ନିର୍ବାହୀ ଯନ୍ତ୍ରୀ

ଫୋକସ ପ୍ଲସ 26/5/22( ବାଲିଗୁଡ଼ା): ସରକାରୀ ବାବୁଙ୍କ ଲାଞ୍ଚ ନିଶା । ମହଙ୍ଗା ପଡ଼ିଲା ୫୦ ହଜାର ଟଙ୍କା ଲାଞ୍ଚ । ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ…
ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଅଧାରୁ ବନ୍ଦ ହେଲା କୋଦଳା ଏନଏସି ବୈଠକ

ଫୋକସ ପ୍ଲସ 26/5/22( କୋଦଳା): ଜଣେ କାଉନସିଲରଙ୍କ ଭିତ୍ତିହୀନ ଯୁକ୍ତି ଯୋଗୁଁ ଆଜି କୋଦଳା ଏନଏସି ବୈଠକ ଅଧାରୁ ବନ୍ଦ ହୋଇଯାଇଛି। ସୂଚନା ଅନୁସାରେ ୭ ଦିନ ପୂର୍ବରୁ…
ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ

ଫୋକସ ପ୍ଲସ 26/5/22( ଆଫଗାନିସ୍ଥାନ): ବିସ୍ଫୋରଣରେ ଥରିଲା ଆଫଗାନିସ୍ତାନ । ଆଫଗାନିସ୍ତାନର ଉତ୍ତରାଞ୍ଚଳରେ ଥିବା ମଜାର୍-ଇ-ସରିଫ୍‌ ସହରରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଠାରେ ତିନୋଟି ପୃଥକ ପୃଥକ…

Leave a Reply

Your email address will not be published.