ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ମହାଯଂଜ୍ଞ   |

ମା ଗ୍ରାମଦେବତୀଙ୍କ ମନ୍ଦିର ପ୍ରତିଷ୍ଠା ସହ ବିଶ୍ଵଶାନ୍ତି ମହାଯଂଜ୍ଞ |

ଫୋକସ ପ୍ଲସ 6/5/22(ଗଞ୍ଜାମ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କୁମାରପାଣି ଗ୍ରାମରେ ମା ଗ୍ରାମ ଦେବତୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ |ଦୀର୍ଘ ଦୁଇ ବର୍ଷର କୋଭିଡ କଟକଣା ଯୋଗୁଁ ମନ୍ଦିର ପ୍ରତିଷ୍ଠା ହୋଇପାରିନଥିଲା, ଏହି ବର୍ଷ ଚଳିତ ମେ ଏକ ତାରିଖରୁ ନଅ ତାରିଖ ଯାଏଁ ଏହି ଉତ୍ସବ କାର୍ଯ୍ୟକ୍ରମ ପାଳିତ ହେବା |ବିଜ୍ଞ ପଣ୍ଡିତ ମାନଙ୍କ ଯଂଜ୍ଞଶାଳରେ ଶ୍ଳୋକ ଉଚ୍ଚାରଣ ଏବଂ ସଂକୀର୍ତନ ଦଳର ମନମୁଗ୍ଧ ହରିନାମ ଧ୍ୱନି ରେ କମ୍ପୁଛି ଗାଁ |ସୁସଜିତ ଆଲୋକ ମାଳାରେ ଝଲସିଉଠୁଛି ପୁରା ପରିବେଶ |ସନ୍ଧ୍ୟା ସମୟରେ ଆଖ ପାଖ ଅଂଚଳରୁ ବହୁ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ ସହ ମନୋରଜନ ପାଇଁ ମିନା ବଜାର ସହ ବିଭିନ୍ନ ପ୍ରକାର ଦୋକାନରହିଥିବାରୁ ଭିଡ଼ ପରିଲିକ୍ଷିତ ହେଊଛି |ଗ୍ରାମର ସର୍ବମାନ୍ୟ ସନ୍ତୋଷ କୁମାର ପଶୁପାଳକ ଏବଂତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବେ ଦାଇତ୍ୱ ତୁଲାଉ ଛନ୍ତି | ପ୍ରଥମ ଦିନରେ ଜଳାଯାତ୍ରା, ସାଲା ପୂଜା ଦୀକ୍ଷାଗ୍ରହଣ, ଏବଂ ଦ୍ୱିତୀୟ ଦିନରେ ବନଜାଗ,ସୂର୍ଯ୍ୟପୂଜା ଗ୍ରାମ ପରିକ୍ରମା, ରତ୍ନମୁଦ, ନାମଯଂଜ୍ଞ ହୋଇଯାଇଛି |ଆସନ୍ତା କାଲି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଛି,ପାଞ୍ଚ ଦିନ ବ୍ୟାପୀ ଅର୍ଣ୍ଣଯଂଜ୍ଞ ହେଉଥିବାରୁ ବହୁଶ୍ରଦ୍ଧାଳୁ ସମାଗମ ହେବାର ଜଣାପଡିଛି |କୁମାରପାଣି ଗ୍ରାମର ସମସ୍ତ ଜନସାଧାରଣ ଏବଂ ଯୁବବର୍ଗ ଙ୍କ ପ୍ରତିଟି କ୍ଷେତ୍ରରେ ସହଯୋଗ ଯୋଙ୍ଗୁ ଯାତ୍ରା ପରିଚାଳନା କମିଟି ଉତ୍ସାହିତ ଥିବା ଜଣାପଡିଛି |

ସେରଗଡରୁ ରାଜିବ ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ I

Related post

ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ I

ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ…

ଫୋକସ ପ୍ଲସ 9/5/22 (ଗଞ୍ଜାମ):ଶେରଗଡ଼ ବ୍ଲକ ର ବର ମୁଣ୍ଡଳୀ ସ୍କୁଲ ରେ ପିଲାମାନେ ଫିଲ୍ମ ଗୀତରେ ନାଚକରୁଥିବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପାଢ଼ୀ ଙ୍କୁ ନିଲମ୍ବନ…
କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ।

କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଉଦଘାଟନ ଉତ୍ସବ ରେ ରାଇମୋହନ।

ଫୋକସ ପ୍ଲସ 5/5/22 (ଗଞ୍ଜାମ): ଙ୍କ ରିପୋର୍ଟ ଫୋକସ ପ୍ଲସ ପାତ୍ରପୁର ବସ ଷ୍ଟାଣ୍ଡ ଛକ ପାର୍ଶ୍ଵରେ ଅବସ୍ଥିତ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋର ଆଜି ପୂର୍ବତନ ବାଚସ୍ପତି…
ସାମ୍ବାଦିକଙ୍କ ମାତୃ ବିୟୋଗ I

ସାମ୍ବାଦିକଙ୍କ ମାତୃ ବିୟୋଗ I

ଫୋକସ ପ୍ଲସ 15/4 (ଗଞ୍ଜାମ): ପାତ୍ରପୁର ଗ୍ରାମ ବଡବ୍ରାହ୍ମଣ ସାହି ଅବସର ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଟ୍ଟନାୟକଙ୍କ ସହଧର୍ମିଣୀ ତଥା ପାତ୍ରପୁର ବ୍ଳକ ସର୍ବସାଧାରଣ ଦୈନିକ ଖବର…

Leave a Reply

Your email address will not be published. Required fields are marked *