ଆନନ୍ଦପୁର ଅବକାରୀ ବିଭାଗ ର ଚଢ଼ାଉ ୩୬ ଲିଟର ମହୁଲି ମଦ ସହିତ ୮୦୦ କେଜି ମହୁଲି ପୋଚ ଜବତ ଓ ୨ ଗିରଫ

ଆନନ୍ଦପୁର ଅବକାରୀ ବିଭାଗ ର ଚଢ଼ାଉ ୩୬ ଲିଟର ମହୁଲି ମଦ ସହିତ ୮୦୦ କେଜି ମହୁଲି ପୋଚ ଜବତ ଓ ୨ ଗିରଫ

ଫୋକସ ପ୍ଲସ 6/5/22(କେନ୍ଧୁଝର): ଆନନ୍ଦପୁର ଅବକାରୀ ଅଧିକ୍ଷକ ସୀତାରାମ ମୁଦୁଲିଙ୍କ ନିର୍ଦ୍ଦେଶରେ ଆନନ୍ଦପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗଚଢାଉରେ ୩୬ ଲିଟର ମହୁଲି ମଦ ସହିତ ୮୦୦ କେଜି ମହୁଲି ପୋଚ ଜବତ କରାଯିବା ସହ ସଂପୃକ୍ତକାରବାରରେ ୨ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ନିରୀକ୍ଷକ ପ୍ରଫୁଲ କୁମାର ମହାନ୍ତ, ଉପନିରୀକ୍ଷକ ନରେନ୍ଦ୍ର କୁମାର ପ୍ରଧାନ ଘସିପୁରା ଥାନା ଅନ୍ତର୍ଗତ ମଦନପୁର, ଖଲଣା, ଅନଳପାଳ, ବାଲିପାଳ, ପ୍ରଭୃତି ଗ୍ରାମର ବିଭିନ୍ନସ୍ଥାନର ଚୋରା ମଦ ବିକ୍ରି ଆଡ୍ଡା ଉପରେ ଚଢ଼ାଉ କରିଥିଲେ ଚଢାଉବେଳେ ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ଅନେକ ସରଞ୍ଜାମ ଓ ଚୋରା ମହୁଲି ମଦ ଜବତ କରାଯିବା ସହିତ ସଂପୃକ୍ତକାରବାରରେ ଭାରତୀ ଜେନା (ମଦନପୁର), ବାପୁଜୀ ନାଥ (ବାଲିପାଳ) ଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି । ଏହି ଚଢାଉରେ ଅବକାରୀ କର୍ମଚାରୀ ସଂଜୀବ ସେଠୀ, ସୁଶାନ୍ତ ରାଉତ, ଲକ୍ଷଣ ମହାନ୍ତ, ନିବେଦିତା ମାଝି ପ୍ରମୁଖ ସହଯୋଗ କରିଥିଲେ ।

ଆନନ୍ଦପୁରରୁ ବିନୋଦ ଖଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ I

Related post

ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ I

ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ I

ଫୋକସ ପ୍ଲସ 15/5/22 (କେନ୍ଧୁଝର):ଘସିପୁରା ବ୍ଲକ୍ ତାଳଗାଁ ଗ୍ରାମର ସ୍ୱର୍ଗତଃ ମହାନଦୀ ପାତ୍ରଙ୍କର ବିୟୋଗ ପରେ ଏକା ହୋଇଯାଇଥିଲେ ଦିବ୍ୟାଙ୍ଗ ପୁଅ ପଦିଆ ପାତ୍ର ଅଭାବ ଅନଟନ ଭିତରେ…
ବିଦ୍ୟାଳୟ କାମକୁ ନେଇ ଘରେ ପଶି ୱର୍ଡ ମେମ୍ବର ମହିଳା କୁ ଆକ୍ରମଣ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି I

ବିଦ୍ୟାଳୟ କାମକୁ ନେଇ ଘରେ ପଶି ୱର୍ଡ ମେମ୍ବର ମହିଳା କୁ…

ଫୋକସ ପ୍ଲସ 3/4 (କେନ୍ଧୁଝର):ବିଦ୍ୟାଳୟ ଉନ୍ନତି ମୂଳକ କାର୍ଯ୍ୟ କୁ ବିରୋଧ କରିବାରୁ ବିଦ୍ୟାଳୟ କମିଟି ସଦସ୍ୟ ଙ୍କ ଘରେ ପଶି ମହିଳା ଙ୍କୁ ମରଣାନ୍ତକ ଆକ୍ରମଣ। ମହିଳା…

Leave a Reply

Your email address will not be published. Required fields are marked *