ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ

ନାଲି ଆଖି ଦେଖାଇଲାଣି ଟମାଟୋ, ଲେମ୍ବୁ ପରେ ଟମାଟୋ ଦର ବୃଦ୍ଧି;ଅସ୍ତରଙ୍ଗ ରେ ଗ୍ରାହକ ଅସନ୍ତୁଷ୍ଟ

ଫୋକସ ପ୍ଲସ 7/5/22 (ପୁରୀ):ଲେମ୍ବୁ ପରେ ଟମାଟୋ ବଜାର ଚଢ଼ା ଦର ରେ ଅତିଷ୍ଟ ହୋଇପଡିଲେଣି ଗ୍ରାହକ. ଲେମ୍ବୁ ପରେ ହଟାତ ଟମାଟୋ ଦର ଆକାଶ ଛୁଆଁ. ଯାହାକି ଟମାଟୋ ବର୍ତ୍ତମାନ ସେଞ୍ଚୁରି ମୁହାଁ. ଗରମ ଦିନରେ ଟମାଟୋ ଦାମ କମ ରହୁଥିବା ବେଳେ ଗତ ୩ ଦିନ ଭିତରେ ୩ ଗୁଣା ବଢ଼ିଲାଣି ଦର. ଚାରି ଦିନ ତଳେ ଟମାଟୋ କିଲୋ ପଚିଶି ଟଙ୍କା ଥିବା ବେଳେ ଏବେ ଏହା ସତୁରି ଟଙ୍କା ପହଁଚିଛି. ଖୁଚୁରା ମାର୍କେଟ ଏହା ଅଶି ଟଙ୍କା ରେ ବିକ୍ରି ହେଉଛି. ବ୍ୟବସାୟୀ ଙ୍କ କହିବା କଥା ବେଙ୍ଗାଳୁରୁ ଏବଂ ନାସିକି ରୁ ଟମାଟୋ ଆସୁଥିବା ରୁ ଦର ଏପରି ଆକାଶଛୁଆଁ ହୋଇଛି. ତାହା ଛଡା ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ ପରିବା ଅଞ୍ଚଳ ହୋଇଥିବା ବେଳେ ଟମାଟୋ ଅମଳ ଯଥେଷ୍ଟ ନ ଥିବାରୁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡୁଛି. ଏଥି ପାଇଁ ଟମାଟୋ ଦର ବୃଦ୍ଧି ପାଉଥିବା ବ୍ୟବସାୟୀ କହିଛନ୍ତି.


ଟମାଟୋ ଦର ଏପରି ବଢିବା ଖାଉଟି କୁ ଅତିଷ୍ଟ କରୁଛି. ଅସ୍ତରଙ୍ଗ ବଜାର ରେ ଟମାଟୋ କିଲୋ ସତୁରି ରୁ ଅଶି ଟଙ୍କା ରେ ବିକ୍ରି ହେଉଛି. ଅନ୍ୟ ପଟେ ଦେଖିଲେ ଚାରି ପାଞ୍ଚ ଦିନ ପୂର୍ବରୁ ଟମାଟୋ ଦର ତିରିଶି ଟଙ୍କା ଥିଲା. ଗତ ଦୁଇ ୩ ଭିତରେ ଅସ୍ତରଙ୍ଗ ରେ ଦର ସତୁରି ରୁ ଅଶି ଟଙ୍କା ରେ ପହଁଚିଛି.
ଯାହାକି ତେଲ, ଲେମ୍ବୁ ଓ ଟମାଟୋ ଦର ବୃଦ୍ଧି ଗ୍ରାହକ ଙ୍କ ମୁଣ୍ଡ ବିନ୍ଧାର କାରଣ ହେଲାଣି.ଯାହାକି ଖାଉଟି ଙ୍କୁ ବାଧୁଛି.

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଙ୍କ ରିପୋର୍ଟ ଫୋକସ ପ୍ଲସ..

 

Related post

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ !

ସ୍ଥଳ ଭାଗ ଛୁଇଁବନି ହେଲେ ଉତ୍ପାତ କରିବ ବାତ୍ୟା, ଉପକୂଳରେ ବର୍ଷିବ…

ବାତ୍ୟା ଅସାନୀର ଆଗମନ ପୂର୍ବରୁ ଓଡ଼ିଶା ଆକାଶରେ ପ୍ରାକ୍ ପ୍ରଭାବ । କେଉଁଠି ଆକାଶରେ ଘନକଳା ବାଦଲ ଖଣ୍ଡ ତ ଆଉ କେଉଁଠି ବର୍ଷା ସାମୁଦ୍ରିକ ଝଡ଼ ଅସାନୀ…
ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ପଣାଯାତ୍ରାରେ ଠାକୁରଙ୍କ ମହାମିଳନ I

ଫୋକସ ପ୍ଲସ 16/4 (ପୁରୀ): ଦ୍ବିତୀୟ ବାଲିଯାତ୍ରା ଭାବେ ପରିଚିତ ପାରିକୁଦର ଦେଉଳପଡ଼ା ଠାରେ ଅନୁଷ୍ଠିତ ହୋଇଥିବା ପଣାଯାତ୍ରାରେ ଠାକୁରମାନଙ୍କର ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପଣାଯାତ୍ରାର…
ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର ଦାସବର୍ମା I

ପୁରୀ ଜିଲ୍ଲାର କନକ ଲତା ଫାଉଣ୍ଡସନର ଉଦଘାଟନ କଲେ ସଞ୍ଜୟ କୁମାର…

ଫୋକସ ପ୍ଲସ31/3(ପୁରୀ): ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ରେ କନକ ଲତା ଫାଉଣ୍ଡସନ କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଛନ୍ତି…

Leave a Reply

Your email address will not be published. Required fields are marked *