ପାଣି ଭାରୁଆ ଦତ୍ତ ହରି ସ୍ୱାଇଁ ଙ୍କ ଦୁଖୀ ଜୀବନ ।

ପାଣି ଭାରୁଆ ଦତ୍ତ ହରି ସ୍ୱାଇଁ ଙ୍କ ଦୁଖୀ ଜୀବନ ।

ପ୍ରତ୍ୟେକ ସକାଳ 8.30 ସମୟରେ ଜଣେ ବୟସ୍କ ବୃଦ୍ଧ ବ୍ୟକ୍ତି ସାଇକେଲ ସାହାଯ୍ୟରେ ବାହାରିଯାଆନ୍ତି ନିଜ କର୍ମକ୍ଷେତ୍ର କୁ |ସେ କୌଣସି ସରକାରୀ କିମ୍ବା ବେସରକାରୀ ଚାକିରୀ କରିନାହାନ୍ତି, କେବଳ ପେଟ ପୋଷିବା ପାଈଁ ସାଇକେଲ ପଛପଟେ ଦୁଇଗୋଟି ପ୍ଲାଷ୍ଟିକ ଡ୍ରମ ଲଗାଇ ବଜାରରୁ ଏ ବଜାର ସେ ବଜାର ବୁଲନ୍ତି । ଆମେ ମଧ୍ୟ ଚେଷ୍ଟା କଲୁ ସେ ବୟସ୍କ ଲୋକଙ୍କ ବାବଦରେ ଜାଣିବା ପାଈଁ କାରଣ ଆମକୁ ଲାଗିଲା ଯେମିତି ସେ ବୋଧେ ତାଙ୍କ ଘରକୁ ପାଣି ନେଉଥିବେ | କାରଣ ଯେହେତୁ ବୈଶାଖ ମାସ ପ୍ରଚଣ୍ଡ ଖରା, ପାଣିର କାଳେ ଅସୁବିଧା ଥିବ |କିନ୍ତୁ ପ୍ରକୃତରେ ସେ ଘରକୁ ପାଣି ନେଉ ନ ଥିଲେ। ବୟସ୍କ ବ୍ୟକ୍ତି ଜଣକ ବଜାରରେ ଥିବା ଏକ ମିଠା ଦୋକାନ ଗୁଡିକରେ ପାଣି ଯୋଗାଉଥିବା ଜାଣିବାକୁ ପାଇଲୁ।

ଉକ୍ତ ବୟସ୍କ ବ୍ୟକ୍ତିଙ୍କ ନାମ ଦତ୍ତ ହରି ସ୍ୱାଇଁ,ବୟସ ୬୫ ଓ ସେ ବୋହୁଥିବା ଦୁଇ ଡ୍ରମକୁ ଦେଖି ପ୍ରକୁତରେ ବିଶ୍ୱାସ କରି ହେଲାନି, ସେ ଦୋକାନରେ ଥିବା ଏକ ବଡ଼ ଡ୍ରମରେ ନେଇ ପାଣିକୁ ଢାଳି ଥିଲେ । ପରେ ଯେତେବେଳେ ଆମେ ଯାଇ ସେ ଦୋକାନୀ ଭାଇଙ୍କୁ ପଚାରିଲୁ ଭାଇ ଏ ମାଉସା ଆପଣକୁ ପାଣି ଆଣି ଦେଉଛନ୍ତି କାହିଁକି, ସେ କହିଲେ ପାଣି ଦେଇ ସେ ତାଙ୍କ ନିଜ କୁଟୁମ୍ବ ଚଳାନ୍ତି | ସତରେ ଭଗବାନଙ୍କ ବିଚାର ଧାରା ବି ମହାନ | ଯେଉଁ ବୟସରେ ମଉସା ଜଣଙ୍କ ସେବା ପାଇବା କଥା ସେଇ ବୟସରେ ପରିବାର ପ୍ରତିପୋଷଣ ପାଈଁ ଅନ୍ୟର ସେବା କରୁଛନ୍ତି |ସେ ଦୋକାନୀ କହିଲେ ଆଂଜ୍ଞା ସେ ମଉସା ଆମକୁ ସବୁଦିନ ସକାଳୁ ପାଣି ଯୋଗାଇ ଦେଉଛନ୍ତି, ବିଭିନ୍ନ ଦୋକାନରେ ମଧ୍ୟ ପାଣି ଦେଉଛନ୍ତି |ସେ ଦୋକାନୀ ଭାଇ ଯେଉଁ କଥା ଶୁଣି ଆମେ ବି କହିଲେ ତାଯୁବ ହୋଇଗଲୁ | ସେ ଆଜକୁ ପ୍ରାୟ ୧୫ ବର୍ଷ ହେବ ପାଣି ଦେଉଛନ୍ତି। ସେ ଏକା ଆସୁନାହାନ୍ତି ତାଙ୍କ ସାଙ୍ଗରେ ଯେଉଁ ମହିଳା ଦେଖୁଛନ୍ତି ସେ ହେଉଛି ତାଙ୍କ ଝିଅ ଆଜକୁ ୧୦ ବର୍ଷ ହେବ ସେ ତାଙ୍କ ସାଙ୍ଗରେ ଆସନ୍ତି। ବୋଝ ଉପରେ ନଳିତା ବିଡା ସହ ସମାନ, ଝିଅକୁ ବିବାହ କରିଥିଲେ କିନ୍ତୁ ଶାଶୂଘର ଲୋକେ ଅଧିକ ଯୌତୁକ ପାଇଁ ନିଜ୍ୟାତନା ଦେଉଥିଲେ ଗରିବ ଲୋକଟି ଆଣିବ ବା କଉଠୁ, ସେଥିପାଇଁ ସେ ବାଧ୍ୟ୍ୟ ହୋଇ ବାପାଙ୍କ ପାଖରେ ଅଛନ୍ତି। ଦତ୍ତହରି ସ୍ୱାଇଁ, ପେଟ ପୋଷିବା ପାଇଁ ବାପ ଓ ଝିଅ ଦୁହେଁ ସକାଳୁ ବଜାରକୁ ଆସନ୍ତି ପାଣି ଦେବାକୁ ଝିଅ ପାଣି ପାଇପ ରୁ ପାଣି ମାରି ବାପାଙ୍କ ସାଇକେଲ ପଛପଟେ ଟେକି ଉଠାଇ ଲଦି ଦିଅନ୍ତି, ବାପା ବି ଠିକ ସେ ଚାଲିବି ପାରନ୍ତିନି, ଯେତେ ବି କଷ୍ଟ ହେଲେ ବାପା ଝିଅ ଦୁଇ ଜଣ ବଞ୍ଚିବା ପାଇଁ ସଂଗ୍ରାମ ଜାରି ରଖିଛନ୍ତି।
ବଡ଼ଚଣାରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ ଓଡିଶା

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *