ବିଚାରାଧୀନ କଏଦୀ ମୃତ୍ୟୁ ।

ବିଚାରାଧୀନ କଏଦୀ ମୃତ୍ୟୁ ।

ଫୋକସ ପ୍ଲସ 10/5/22 (ମୟୁରଭଞ୍ଜ): ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ନୂଆତରଣା ଗାଁର ସ୍ବର୍ଗତ ମଙ୍ଗଲ ସିଂ ଙ୍କ ୪୦ ବର୍ଷର ପୁଅ ରାଜେଶ ସିଂ । ରାଜେଶ ଏକ ଚୋରି ମାମଲାରେ ଗିରଫ ହୋଇ ଗତ ୨ ତାରିଖରେ ବାରିପଦା ଜେଲ୍ କୁ ଆସିଥିଲେ , ହେଲେ ଗତ ୬ ତାରିଖରେ ହଠାତ୍ ତାଙ୍କର ଶରୀର ଅସୁସ୍ଥତା କାରଣରୁ ତାଙ୍କୁ ବାରିପଦା ପିଆରଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତିକରି ଚିକିତ୍ସା କରାଯାଉଥିଲା ଆଉ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତେବେ ମୃତ୍ୟୁର କାରଣ ସଠିକ୍ ଭାବରେ ଜଣାପଡିନଥିବା ବେଳେ ମଙ୍ଗଲ ପୂର୍ବରୁ ଲିଭର ଜନିତ ରୋଗରେ ଆକ୍ରାନ୍ତ ଥିବା କୁହାଯାଉଛି । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ବାରିପଦା ମଣ୍ଡଳ କାରାଗାରର ଜେଲର ମଧୁସ୍ମିତା ସେଠି ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ତରୁଣ କୁମାର ଦାଶଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ମନ୍ଦିର ରୁ ଚୋରି ଉଦ୍ୟମ

ମନ୍ଦିର ରୁ ଚୋରି ଉଦ୍ୟମ

ଫୋକସ ପ୍ଲସ 11/5/22 (ମୟୁରଭଞ୍ଜ):ଓଡିଶା ର ବିଭିନ୍ନ ମଠ ଓ ମନ୍ଦିରରେ ସିରିଜ ଚୋରି ହୋଉ ଥିବା ବେଳେ ଆଜି ଦୁବୁତ୍ତ ମାନେ ବାରିପଦା ର ବାଣ୍ଠିଆ ଜଗନ୍ନାଥ…
ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I

ବଡ଼ସାହି ତହସିଲଦାର ମମତାଜ୍ ମହାରଣା ହେଲେ ଚାକିରିରୁ ନିଲମ୍ବିତ I

ଫୋକସ ପ୍ଲସ 7/5/22 (ମୟୁରଭଞ୍ଜ): ଆଜି ସରକାରଙ୍କ ଚିଠି ନମ୍ବର 14502/06/05/2022 ଆଦେଶ ବଳରେ କାର୍ଯ୍ୟରୁ ନିଲମ୍ବିତ ହେଇଛନ୍ତି।ଶ୍ରୀମତୀ ମହାରଣା ବହୁଦିନରୁ ବାଲି ଚୋରା ଚାଲାଣ ସହିତ ସଂପୃକ୍ତି…
ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ରାସ୍ତା କଡ଼ରୁ ଉଦ୍ଧାର ଆହାତ ଯୁବତୀ I

ଫୋକସ ପ୍ଲସ 14/4 (ଚାନ୍ଦବାଲି): ଧାମରା ନରସିଂହପୁର ରାସ୍ତା କଡ଼ରୁ ଆହାତ ଯୁବତୀ ଉଦ୍ଧାର, ଯୁବତୀଙ୍କ ଅଭିଯୋଗ ଆଧାରରେ ୩ ଅଭିଯୁକ୍ତ ଗିରଫ। ଧାମରା ଥାନା ଅନ୍ତର୍ଗତ ନରସିଂହପ୍ରସାଦ…

Leave a Reply

Your email address will not be published. Required fields are marked *