ଗୋଚର ଜମି ରେ ଗୋଷ୍ଠୀ ପାଇଖାନା I

ଗୋଚର ଜମି ରେ ଗୋଷ୍ଠୀ ପାଇଖାନା I

ଗୋଚର ଜମିରେ ଚାଲିଛି ଲାଟିନି ଗୃହ ନିର୍ମାଣ.. !
ଫୋକସ ପ୍ଲସ ର ନାଁ ଶୁଣି ଚମକି ପଡୁଛନ୍ତି ବିଡ଼ିଓ ବାବୁ.. !
ଯୋଉଠି ଲୋକେ ମୁଣ୍ଡ ଗୁଞ୍ଜିବାକୁ ଜାଗା ଖଣ୍ଡେ ପାଉନାହାନ୍ତି ସେଠି କାହା ସ୍ୱାର୍ଥରେ ଗୋଚର ଜମିରେ ହେଉଛି ଲଟିନି ଗୃହ.. ! || ଏଠି ଗୋଚର ଜମିରେ ଲାଟିନି କାରୀ ସରକାରୀ ବାବୁ ଆଉ ଠିକାଦାର ପୁରା ନାଲେ ନାଲ.. !
ସାଧାରଣ ଲୋକଙ୍କ କଥା ପଚାରୁଛି କିଏ.. !
ଗୋଚର ଜମିରେ ଲାଟିନି ଗୃହ ନିର୍ମାଣ ଯାହାକୁ ନେଇ ତାତିଲେ ଲୋକେ। ଗୋଚର ଜମି କୈାଣସି ସରକାରୀ କିମ୍ବା ବେସରକାରୀ ନିର୍ମାଣ କାମ କରାଯିବ ନାହିଁ ବୋଲି ଆଇନ୍ ରେ ପ୍ରାବଧାନ ଥିଲେ ସୁଦ୍ଧା ଆଇନ୍ ର ଧୋଜିଆ ଉଡାଉଛି ଠିକାଦାର ଓ ବ୍ଲକ ପ୍ରଶାସନ ! ଗୋ-ଚାଷୀ ମାନେ ଗୋରୁଗାଈ ଚଳାଇବାକୁ ସ୍ଥାନ ପାଉନଥିବା ବେଳେ ଗୋଚର ହେଉଛି ସରକାରୀ ପାଇଖାନା |
ଏଭଳି ଆଇନି ଉଲଂଘନ ରେ ବେଆଇନ ଗୋଷ୍ଠୀ ପାଇଖାନା କାମ ଚାଲିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଧିନସ୍ଥ ବିଷ୍ଣୁପୁର ରାଜସ୍ବ ନିରୀକ୍ଷଙ୍କ କାର୍ଯ୍ୟଳୟ ପରିସର ଗୋଚର ଜମିରେ | ଏକ କମୁନିଟି ଲାଟିନ ବା ବେଆଇନ୍ ଗୋଷ୍ଠୀ ପାଇଖାନା ନିର୍ମାଣ କୁ ନେଇ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରିଛନ୍ତି || ନାଁ ଅଛି ସୂଚନା ଫଳକ ନାଁ ଲେଖା ହୋଇଛି ଜମି ର କିସମ !
ସ୍ଥାନୀୟ ଆରଆଇ (R.I) କାର୍ଯ୍ୟଳୟ ନିକଟସ୍ଥ ଗୋଚର ଜମି ଖାତା ନମ୍ବର ୨୮୩, ପ୍ଲଟ ନମ୍ବର ୪୬୦ ଓ ୪୬୧ ରେ ଜିଲ୍ଲା ପରିଷଦ ଅନୁଦାନ ରେ ୫ ଲକ୍ଷ ବେୟ ଅଟକଳ ରେ ଏକ କମୁନିଟି ଲାଟିନ ନିର୍ମାଣ କରା ଯାଉଥିବା ବିରୋଧରେ ସ୍ଥାନୀୟ ବାସିନ୍ଦା ଏକ ଲିଖିତ ଅଭିଯୋଗ ନିଶ୍ଚିନ୍ତକୋଇଲି ତହସିଲଦାର ଙ୍କୁ ଦେଇଥିବା ବେଳେ ନିର୍ମାଣ କାମକୁ ବନ୍ଦ ନକରାଯାଇ ଦୃତ ଗତିରେ ନିର୍ମାଣ କାମ ଚାଲୁଛି। ଯାହାକୁ ନେଇ ଅଂଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ପ୍ରକାଶ ଥାଉକି ବିଷ୍ଣୁପୁର ନିରୀକ୍ଷକଙ୍କ ସର୍କଲ ମଧ୍ୟରେ ଥିବା ଗୋଚର ଜମିକୁ ବହୁ ପ୍ରଭାବ ଶାଳୀ ଵ୍ୟକ୍ତି ଜବର ଦଖଲକାରୀ ଙ୍କ କବଜାରେ ରହିଥିବାରୁ ଏଠାରେ ଗୋରୁଗାଈ ଚରି ପାରୁ ନାହାଁନ୍ତି। ବର୍ଷ ବର୍ଷ ଧରି କେତେକ ପ୍ରଭାବଶାଳୀ ବ୍ୟକ୍ତି ଗୋଚର ଜମିରେ ସ୍ଥାୟୀ ଭାବେ ବ୍ୟବସାୟ ଘର ନିର୍ମାଣ କରି ଅନ୍ୟକୁ ଭଡ଼ା ସୂତ୍ରରେ ମୋଟା ଅଙ୍କର ଅର୍ଥ ଆଦାୟ କରି ନିଜର ପକେଟ୍ ଗରମ୍ କରୁଥିବା ବେଳେ ରାଜସ୍ୱ ହରାଉଛନ୍ତି ସରକାର। ଖାଲି ସେତିକି ନୁହେଁ ଏହି ଜମି ନିକଟରେ ଯାଇଥିବା କାଟିକଟା – ଜୟପୁର ରାସ୍ତା ମାତ୍ରା ଧିକ ଭାବେ ସଙ୍କୁଚିତ ହୋଇ ପଡୁ ଥିବାରୁ ବାରମ୍ବାର ଏଠାରେ ପ୍ରତ୍ୟହ ଦିନ ଛୋଟମୋଟ ଦୃର୍ଘଟଣା ମାନ ଘଟୁଛି। ଏପଟେ ଗୋଷ୍ଠୀ ପାଇଖାନା ନିର୍ମାଣ କାମ ବାବଦରେ ସ୍ଥାନୀୟ ବିଡ଼ିଓ ଙ୍କୁ ଫୋନ ଯୋଗେ ଆମ ପ୍ରତିନିଧି ଯୋଗାଯୋଗ କରୀ ପ୍ରତିକ୍ରିୟା ମାଗିଥିଲେ ହେଲେ ବିଡ଼ିଓ ମହାଶୟ ଫୋକଶ ପ୍ଲସ ର ନାଁ ଶୁଣି ହଠାତ ଚିହିଁକି ପଡିଲେ ଆଉ ନୂଆ ନିୟମ ପଢାଇ ଦେଲେ କହିଲେ ବିଡ଼ିଓ , ତହସିଲଦାର ଏମାନେ ପ୍ରତିକ୍ରିୟା ଦେଇପାରିବେନି ଆପଣ ଉପରସ୍ତ ଅଧିକାରୀ ଙ୍କ ପ୍ରତିକ୍ରିୟା ନିୟନ୍ତୁ | ହେଲେ ଏଠି ଆଚର୍ଯ୍ୟ ର କଥା ହେଉଛି ବିଡ଼ିଓ ବାବୁ ଜଣଙ୍କ ଏହି ଘଟଣା ରେ ଏକାଧିକ ଗଣମାଧ୍ୟମ ରେ ପ୍ରତିକ୍ରିୟା ଦେଇଥିବା ବେଳେ ଫୋକଶ ପ୍ଲସ ର ନାଁ ଶୁଣି କାହିଁକି ଚିହିଁକି ପଡିଲେ | ଆଉ କାହିଁକି ନୂଆ ନିୟମ ସୃଷ୍ଟି କଲେ ||
ତେବେ ଏହି ଘଟଣା ଭିତରେ ବିଡ଼ିଓ ବାବୁଙ୍କର କଣ ହାତ ରହିଛି ତାହା ଉପରସ୍ତ ତଦନ୍ତ ହେଲେ ହୁଏ ତ ସ୍ପଷ୍ଟ ହୋଇପାରନ୍ତା ||

ନିଶ୍ଚିନ୍ତକୋଇଲି ରୁ ଫାଲଗୁନି ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *