ପଥର କାରିଗର ର ଭୋକର ଯନ୍ତ୍ରଣା I

ପଥର କାରିଗର ର ଭୋକର ଯନ୍ତ୍ରଣା I

 

ପେଟ ପାଇଁ ପୁରୁଷ ପୁରୁଷ ଧରି ନିହାଣ ମୁନ ରେ ନିର୍ଜୀବ ପାଷାଣ କୁ ଜୀବନ୍ତ କରୁଛନ୍ତି କାରିଗର । ସମୟ ଗୋଡୁଛି ପରିଶ୍ରମ ବଢୁଛି ହେଲେ ରୋଜୋଗାର କିନ୍ତୁ ବଢ଼ିନି । ପେଟ ପାଟଣା ପାଇଁ ଶେଷରେ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି କାରିଗର । ଏ ହେଉଛି ପଥର କାରିଗର ଶିଳ୍ପ ପାଇଁ ପ୍ରସିଦ୍ଧ ଥିବା ବାଲେଶ୍ବର ଜିଲ୍ଲାର ବଉଳଗଡିଆ ଅଞ୍ଚଳ ର ଦୃଶ୍ୟ ।ଗ୍ରାମ ର କିଛି ହାତ ଗଣତି ଶିଳ୍ପ ନିଜର କୌଳିକ ବୃତ୍ତି କୁ ବଞ୍ଚାଇ ବାକୁ ପ୍ରାଣେ ପ୍ରାଣେ ଚେଷ୍ଟା କରୁଛନ୍ତି ,କିନ୍ତୁ ସରକାରୀ ସହାୟତା ମିଳୁନଥିବା ରୁ ମନରେ କୋହୋ ରହିଛି , ଆଉ ଏବେ କୋରୋନା ସଂକ୍ରମଣ ର ପ୍ରକୋପ ଛଡାଇ ନେଇଛି ଆୟର ମାଧ୍ୟମ । ବେପାର ନାହିଁ ଆୟ ଆସିବ କୋଉଠୁ ଧାର କରଜ ରେ ହିଁ ଚାଲିଛି ପଥର କାରିଗରୀଙ୍କ ସଂସାର । ପ୍ରଥମ ଲହର ସରିବା ପରେ ଦ୍ୱିତୀୟ ଲହର ଆଉ ଏବେ ପୁଣି ତୃତୀୟ ଲହର ସରିଛି । ସତେ ଯେମିତି କାରିଗର ପୁଅ ସାମ୍ନା ରେ ଯନ୍ତ୍ରଣା ର ପାହାଡ଼ ଛିଡା ହୋଇଛି । କେବଳ କରନା କଟକଣା କାହିଁକି ମୁଗୁନି ପଥର ନିର୍ମାଣ ପାଇଁ ଆବଶ୍ୟକୀୟ କଞ୍ଚା ମାଲ ବି ବଡ ସମସ୍ୟା ସାଜିଛି । ଉତ୍କୃଷ୍ଟ ମାନର ପଥର ମିଳିପାରୁ ନଥିବାରୁ ବାହାରକୁ ଆକର୍ଷଣୀୟ ମୂର୍ତ୍ତି ବି ବନ୍ଦ ହେବାକୁ ବସିଲାଣି । କରନା କାଳ ସରି ଯାଇଛି ଶତ କିନ୍ତୁ ଛଡାଇ ନେଇଛି ପଥର ଶିଳ୍ପୀ କାରିଗର ଙ୍କ ପାଖରୁ ସେମାନଙ୍କ ବଞ୍ଚିବାର ମାଧ୍ୟମ , ପରିବାର ପ୍ରତିପୋଷଣ ପାଇଁ କରୁଛନ୍ତି ପ୍ରତ୍ୟେକ ଦିନ ସଂଗ୍ରାମ । ଆଶା ସରକାର ସେମାନଙ୍କ କଥା ବୁଝିବେ , ଦୁଃଖ ଗୁହାରି ଶୁଣି ସେମାନଙ୍କ ର କୌଳିକ କଳା କୁ ବଞ୍ଚାଇ ରଖିବା ପାଇଁ ସାହାଯ୍ୟ ଏବଂ ସହଯୋଗ ର ହାତ ବଢାଇବେ

Related post

Leave a Reply

Your email address will not be published.