ଅସରାଏ ବର୍ଷାରେ ପାରଳା ପୌରପରିଷଦ କାର୍ଯ୍ୟାଳୟ ପାଶ୍ୱର୍ର ଚିତ୍ର

ଅସରାଏ ବର୍ଷାରେ ପାରଳା ପୌରପରିଷଦ କାର୍ଯ୍ୟାଳୟ ପାଶ୍ୱର୍ର ଚିତ୍ର

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ସ୍ୱଚ୍ଛତା ଅଭିଯାନକୁ ଆଜି ଅସରାଏ ବର୍ଷା ପଦାରେ ପକାଇଦେଇଛି । ଚିତ୍ରଟିକୁ ଦେଖିଲ ସ୍ପଷ୍ଟଭାବେ ବାରି ହେଉଛି ଯେ, ପୌରପ୍ରଶାସନ କିଭଳି କାର୍ଯ୍ୟ କରୁଛି । ଆଜି ବାତ୍ୟା “ଅସାନି” ପ୍ରଭାବରେ ମଧ୍ୟାହ୍ନ ସମୟରେ ମାତ୍ର ୧୦ମିନିଟ ବର୍ଷା ହୋଇଥିଲା । ଏହି ବର୍ଷା ସାମାନ୍ୟ ଭାବେ ହୋଇଥିବା ବେଳେ ପୌରକାର୍ଯ୍ୟାଳୟ ପଛପଟେ ତଥା ମୁଖ୍ୟରାସ୍ତାରେ କୁଢ କୁଢ ଅଳିଆ ଆବର୍ଜନା ଭାସି ପ୍ରାୟ ୩୦ମିନିଟ ଯାଏ ଯାତାୟତରେ ସମସ୍ୟା ଦେଖାଦେଇଥିଲା । ପରିବେଶଟି କର୍ଦମାକ୍ତ ହୋଇ ପଡିଥିବା ବେଳେ ପୂତ୍ତିମୟ ଗନ୍ଧରେ ନାକଫାଟିପଡୁଥିଲା । ବର୍ଷା ଛାଡିଗଲେ ମଧ୍ୟ ଅଳିଆ ଆବର୍ଜନା ମୁଖ୍ୟରାସ୍ତା ଉପରେ ପଡିରହିଥିବାରୁ ଯାତାୟତରେ ସମସ୍ୟା ଦେଖା ଦେଉଛି । ପୌରକାର୍ଯ୍ୟାଳୟ ଏଠାରୁ ମାତ୍ର ୧୦୦ମିଟରରୁ କମ୍ ଦୂରତାରେ ରହିଛି । ଏପରି ଦୃଶ୍ୟକୁ ଦେଖି ପୌରପ୍ରଶାସନ କିଭଳି କାର୍ଯ୍ୟ କରୁଛି ତାହାକୁ ନେଇ ବିଭିନ୍ନ ଆଲୋଚନା ହେଉଛି । ଏପରି ଏହି ଗୋଟିଏ ସ୍ଥାନ ନୁହଁ ସହରର ବହୁ ସ୍ଥାନରେ ନାଳ ନର୍ଦ୍ଦମା ବ୍ୟବସ୍ଥା ଅଥି ଶୋଚନୀୟ ଅବସ୍ଥାରେ ପଡି ରହିଥିବାରୁ ଅସରାଏ ବର୍ଷା ହେଲେ ମଧ୍ୟ ଅଳିଆ ଆବର୍ଜନା ପାଣି ରାସ୍ତାରେ ଭାସୁଥିବାର ମଧ୍ୟ ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷରେ ନୂତନ ଭାବେ ପୌର ନିର୍ବାଚିତ ପ୍ରତିନଧିମାନଙ୍କ ପ୍ରଥମ କାଉନସିଲ ବୈଠକରେ ସହରର ନାଳ ନର୍ଦ୍ଦମା ଓ ସ୍ୱଚ୍ଛତାକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲେ ମଧ୍ୟ କାର୍ଯ୍ୟକାରୀ ହେଉନଥିବାର ସାଧାରଣରେ ଆଲୋଚନା ହେଉଛି ।

Related post

Leave a Reply

Your email address will not be published. Required fields are marked *