ଅବସରପ୍ରାପ୍ତ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ ଙ୍କ ପରଲୋକ ରେ ଶୋକ।

ଅବସରପ୍ରାପ୍ତ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ ଙ୍କ ପରଲୋକ ରେ ଶୋକ।

ଫୋକସ ପ୍ଲସ 15/5/22 (ମୟୁରଭଞ୍ଜ):ରାଇରଙ୍ଗପୁର ସହର ସନ୍ନିକଟ ବିକାଶ ନଗର ବସ୍ତି ରେ ଥିବା ନିଜ ବାସଭବନ ରେ ଅବସରପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ୍ ଜ୍ଞାନେନ୍ଦ୍ର ଚୌଧୁରୀ (୯୫) ଙ୍କ ଗତ ୧୩.୦୫.୨୦୨୨ ସକାଳ ସାତ ଟା ସମୟ ରେ ପରଲୋକ ହୋଇଯାଇଛି। ସେ ଜଣେ ମିଷ୍ଟଭାଷୀ, ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିଲେ। ତାଙ୍କ ପୁତ୍ର ମନୁ ଚୌଧୁରୀ ଜଣେ ସକ୍ରିୟ ବରିଷ୍ଠ ବିଜେଡି ଦଳ ର ନେତା ଓ ପୁତ୍ର ବଧୂ ମମିତା ଚୌଧୁରୀ ରାଇରଙ୍ଗପୁର ପୌର ପରିଷଦ ର ଉପାଧ୍ୟକ୍ଷ ଅଟନ୍ତି। ତାଙ୍କ ମୃତ୍ୟୁ ବରଣ ର ଖବର ପାଇ ସହର ର ବିଶିଷ୍ଟ ବ୍ୟକ୍ତି ବିଶେଷ, ବିଭିନ୍ନ ରାଜନୈତିକ ଦଳର ନେତା ମାନେ, ଅଭିଷେକ ପଟ୍ଟନାୟକ(ପୌର ପରିଷଦ ଅଧ୍ୟକ୍ଷ), ନିମାଇଁ ମୁର୍ମୁ(ବିଯାତଲା ବ୍ଲକ ପୂର୍ବତନ ଅଧ୍ୟକ୍ଷ) ଓ ଅନ୍ୟାନ୍ୟ ବହୁ ବ୍ୟକ୍ତି ବିଶେଷ ମାନେ ସମସ୍ତେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବାମନ ଘାଟି ବ୍ରାହ୍ମଣ ମହାସଭା ସଦସ୍ୟ ନୀରୋଜ ପଣ୍ଡା, ପାର୍ଥ କବି, ଧୂର୍ଯୋଟି ଓତା, ଅଶ୍ଵିନୀ ପଣ୍ଡା, ସତ୍ୟରଞ୍ଜନ ମହାପାତ୍ର, ଇଶାନ ମିଶ୍ର, ସଂଗ୍ରାମ କବି, ପ୍ରଶାନ୍ତ ପରୀକ୍ଷା,ସୁଶାନ୍ତ ପରୀକ୍ଷା,ନିକୁଞ୍ଜ ମିଶ୍ର,ସୋମନାଥ ମିଶ୍ର,ବିରେଶ୍ କବି,ସୁଧୀର ମିଶ୍ର,ରମାକାନ୍ତ ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଘଟଣାସ୍ଥଳରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ତାଙ୍କ ପୁତ୍ର ମନୁ ଚୌଧୁରୀ ମୁଖାଗ୍ନି ଦେଇଥିଲେ।

ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ  ଫୋକସ ପ୍ଲସ I

 

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *