ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା I

ହ୍ୟୁମାନ କେୟାର ଫାଉଣ୍ଡେସନ ତରଫରୁ ଅଗ୍ନି ବିପନ୍ନ ପରିବାରକୁ ସହାୟତା I

ଗତକାଲି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଗତକାଲି ଦିନ ୧୧ଟା ସମୟରେ ବିମଳା ସିଅଳ,ବାପା ଙ୍କ ନାମ-ପାଣୁ ଶିଅଳ ଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଫଳରେ ଗ୍ରାମବାସୀ ମାନେ ନିଆଁ କୁ ଆୟତ କରିବା ସହ ଅଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଂଚି ସମ୍ପୂର୍ଣ୍ଣ ନିଆଁ କୁ ଆୟତ କରିଥିଲେ। ନିଆଁ ଲାଗିବାର କାରଣ ଜଣାପଡି ନଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ବିମଳା ଜଣେ ଗରିବ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

ପରବର୍ତ୍ତୀ ସମୟରେ ଏ ବିଷୟରେ ଯେତେବେଳେ ବାଲେଶ୍ଵର ଜିଲ୍ଲା ର ସିମୁଳିଆ ବ୍ଲକର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର କର୍ମକର୍ତ୍ତା ମାନେ ଜାଣିବାକୁ ପାଇଲେ ଆଜି ଫାଉଣ୍ଡେସନ ର ସଭାପତି- ଶ୍ରୀଯୁକ୍ତ ମଣିଭଦ୍ର ସାହୁ, ସମ୍ପାଦକ – ସୂର୍ଯ୍ୟନାରାୟଣ ମହାନ୍ତି, କୋଷାଧ୍ୟକ୍ଷ – ଉମେଶ ରଞ୍ଜନ ନାୟକ, ପରାମର୍ଶ ଦାତା- କମଳ ଲୋଚନ ଲେଙ୍କା ,ଗଦାଧର ଜେନା, ବିଜୟ କୁମାର ସାହୁ, ଅଜୟ କୁମାର ମହାନ୍ତି, ପ୍ରଫୁଲ୍ଲ କୁଆଁର, ଦିବ୍ୟସିଂହ ମହାନ୍ତି, ଆଇନ ପରାମର୍ଶଦାତା – ଦିଗମ୍ବର ମିଶ୍ର, ମିଡ଼ିଆ ସଂଯୋଜକ -ଉମାକାନ୍ତ ସେଠୀଙ୍କ ଏବଂ ସଂଗଠନର ଆଗଧାଡିର କର୍ମ କର୍ତ୍ତା ତଥା ମହେନ୍ଦ୍ର ସେଠି, ଅଭିରାମ ଶିଅଳ, ପ୍ରମୋଦ ଦାସ, ସୁରେଶ ବେହେରା,ବଳରାମ ପଣ୍ଡା,ତପନ କୁମାର ପଢ଼ିହାରି ଙ୍କ ସମେତ ଉକ୍ତ ଗ୍ରାମର ଗ୍ରାମବାସୀ ଉପସ୍ଥିତିରେ ଅଗ୍ନି ବିପନ୍ନ ପରିବାରକୁ କିଛି ଆର୍ଥିକ ସହାୟତା ଦେବା ସହ ଘର ଉପକରଣ ଜିନିଷ ସହ ଶୁଖିଲା ଖାଦ୍ୟ ଯୋଗାଇ ଦେଉଥିଲେ, ଯାହାକୁ ନେଇ ଏବେ ସିମୁଳିଆ ଅଞ୍ଚଳରେ ଏକ ଚର୍ଚ୍ଚର ବିଷୟ ପାଲଟିଛି, ଉକ୍ତ ଅଞ୍ଚଳର ସ୍ବେଚ୍ଛାସେବୀ ଏବଂ ଗ୍ରାମବାସୀ ବେଶ୍ ପ୍ରଶଂସା କରିବା ସହ ହ୍ୟୁମାନ କେୟାର ଫାଉଣ୍ଡେସନ ସିମୁଳିଆ ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତିlବାଲେଶ୍ଵର ଜିଲ୍ଲା

ସିମୁଳିଆ ରୁ ସୁଶାନ୍ତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *