ଚାଲିଗଲେ ବାପା ମା,ଏବେ ତିନି ଅନାଥ ଭାଇ ଭଉଣୀ ଙ୍କ ସାହାରା ହେଇଛି ବଡ଼ ଭଉଣୀ।

ଚାଲିଗଲେ ବାପା ମା,ଏବେ ତିନି ଅନାଥ ଭାଇ ଭଉଣୀ ଙ୍କ ସାହାରା ହେଇଛି ବଡ଼ ଭଉଣୀ।

ପ୍ରଥମେ ବାପା ପରେ ମା ।ଦୁଇ ଦୁଇ ଜଣଙ୍କୁ ନେଇଗଲେ ଭଗବାନ।ଆଉ ଦୁନିଆ କଣ ଜାଣିନଥିବା ଚାରି ନିଷ୍ପାପ ସନ୍ତାନ ଏବେ ଅନାଥ।ବାପା ମା ଚାଲିଗଲା ପରେ ନିଜର ତିନି ଭାଇ ଭଉଣୀର ମା ବାପା ସାଜିଛି ନାବାଳିକା ବଡ଼ ଭଉଣୀ ମମତା।ହଁ ଦର୍ଶକ ବନ୍ଧୁ ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଝରୀଗୁମ୍ମା ପଞ୍ଚାୟତ ବିରିଗୁଡ଼ା ଗ୍ରାମର।ଗାଁ ର ନିହାତି ଗରିବ ତୁଳରାମ ଭତରା ନିଜ ସ୍ତ୍ରୀ ଓ ଦୁଇ ଝିଅ ଓ ଦୁଇ ଯାଆଁଳା ପୁଅ କୁ ନେଇ ଏକ ଖୁସିର ଘର ସଂସାର କରି ଚାଲୁଥିଲେ।ଦିନେ ହଠାତ ସମୁଦ୍ରର ଢେଉ ଆସିଲା ପରି ଆସି ଘରର ମୁରବି ତୁଳରାମ ନିଜ ପରିବାର କୁ ଛାଡ଼ି ଚାଲିଗଲେ।ବିଧବା ସ୍ତ୍ରୀ ଚାରି ପୁଅ ଝିଅ କୁ ନେଇ ବହୁ କଷ୍ଟରେ ଚଳାଚଳ କରୁଥିବା ବେଳେ ସ୍ୱାମୀ ର ମୃତ୍ୟୁ ର ଠିକ ଏକ ବର୍ଷ ପରେ ଚାରି ସନ୍ତାନ କୁ ଛାଡ଼ି ମା ମଧ୍ୟ ଚାଲିଗଲେ।ଦୁଇ ଦୁଇ ଜଣ ବାପା ମାକୁ ହରାଇବା ପରେ ଚାରି ଭାଇ ଭଉଣୀ ଅନାଥ ହୋଇଗଲେ।ବଡ଼ ଭଉଣୀ ମମତା ଭତରା ଏବେ ଷଷ୍ଠ ଶ୍ରେଣୀ ପାଠ ପଢା ଛାଡ଼ି ତିନି ଭାଇ ଭଉଣୀର ଯତ୍ନ ନେଉଛି ମମତା।ଏବେ ବାପା ମା ନଥିବା ଅନାଥ ତିନି ଭାଇ ଭଉଣୀ ର ସାହାରା ହୋଇଛି ବଡ଼ ଭଉଣୀ ମମତା।ନିଜ ତିନି ଅନାଥ ଭାଇ ଭଉଣୀର ପେଟକୁ ଦୁଇ ଅଳି ଦୁଇ ମୁଠା ଖାଇବା ଯୋଗାଇବାକୁ ନିଜ ଭବିଷ୍ୟତ କୁ ନଷ୍ଟ କରି କୁଲି ମଜୁରୀ କରି ପଶୁଛି।ଆଉ ଦିନେ ଖାଇଲେ ଦୁଇ ଦିନ ଉପବାସ ରହୁଛନ୍ତି।ନିଜର ବୋଲି ପାଖରେ ଦାଦା ଖୁଡ଼ି ଥିଲେ ମଧ୍ୟ ସେମାନଙ୍କ ର ଚଳାଚଳ ଠିକ ନଥିବା ବେଳେ ଏମାନଙ୍କୁ ପଚାରୁଛି କିଏ? ଖାଲି ସେତିକି ନୁହେଁ ଅନାଥ ଶିଶୁଙ୍କୁ ରହିବାକୁ ଭଲ ଘର ଖଣ୍ଡେ ମଧ୍ୟ ନାହିଁ ବର୍ଷା ଦିନ ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମମତା କହିଛନ୍ତି।ସରକାରୀ ସହାୟତା କହିଲେ ମାସକୁ ୨୦କିଲୋ ଚାଉଳ ଆଉ କିଛି ନାହିଁ।ସେତିକିରେ କେମିତି ଚଳିବେ?ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନ କୁ ଗୁହାରି କଲେ ମଧ୍ୟ ପାଖରେ ଅନାଥ ପୁଅ ଝିଅଙ୍କ ସବୁ ଖବର ଥାଇ ଜାଣି ଶୁଣି ନଜାଣିଲା ଭଳି ଅଭିନୟ କରୁଥିବା ଅଭିଯୋଗ କରିଛନ୍ତି ମମତା।ଖୁବଶୀଘ୍ର ଅନାଥ ଚାରି ଭାଇ ଭଉଣୀଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।କେବେ ଅନାଥ ଭାଇ ଭଉଣୀ ଙ୍କୁ ସହାୟତା ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ବିଲିହନ୍ ସାବନ୍ ଖୁରା ଫୋକସ ପ୍ଲସ

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *