ବଣୁଆ ହାତୀ ନେଲା ବୃଦ୍ଧ ଙ୍କ ଜୀବନ I

ବଣୁଆ ହାତୀ ନେଲା ବୃଦ୍ଧ ଙ୍କ ଜୀବନ I

ଫୋକସ ପ୍ଲସ 16/5/22 (ନୀଳଗିରି):ଔପଦା ର ନିକଟ ରେ ଥିବା ଜଙ୍ଗଲ କ୍ରମଶଃ  କ୍ଷୟ ହେବାକୁ ଲାଗୁଛି , ଖାଦ୍ୟ ଅଭାବ ଦେଖାଦେବାରୁ ବଣୁଆ ଜୀବଜନ୍ତୁ ମାନେ ଗାଁ ଆଡ଼କୁ  ଚାଲି ଆସୁଛନ୍ତି ।ନିରୀହ ଲୋକ ମାନେ  ଜୀବଜନ୍ତୁ ଙ୍କ ହାବୁଡ ରେ ପଡ଼ି କିଏ ଖଣ୍ଡିଆ ଖାବରା ହେଉଛି ତ ଆଉ କିଏ ଜୀବନ ହାରୁଛି , ଏହି ଭଳିଆ ଏକ ଜୀବନ୍ତ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ର ଗଡ ସାହି ପଞ୍ଚାୟତ ରେ ଥିବା ବେତେଇ ଗ୍ରାମ ପାଖ ଜଙ୍ଗଲ ରେ । ମୟୂଭଞ୍ଜ ବାଲେଶ୍ୱର ଜିଲ୍ଲା ର ସୀମା ରେଖା ରେ ଅବସ୍ଥିତ ମୁଡ଼ିଚୁଆ ଓ ବେତେଇ ଗ୍ରାମ , ପାହାଡ଼ ଉପରେ ଏହି ଗ୍ରାମ ସବୁ ଅବସ୍ଥିତ ।୧୫ ତାରିଖ ରବିବାର ସକାଳେ ମୟୂରଞ୍ଜ ଅଂଚଳ ରୁ କିଛି ହାତୀ ଗାଁ ମୁଁହା ହେଇ ଚାଲିଆସିଥିଲେ ।ଔପଦା ଫରେଷ୍ଟ ରେଞ୍ଜ ଓ ଔପଦା ଥାନା ଅଞ୍ଚଳ ରେ ଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ ମହେଶ୍ୱର ଦେହୁରୀ ଜଙ୍ଗଲ କୁ ବୁଲିବାକୁ ଯାଇଥିବା ସମୟ ରେ ହାତୀ ହାବୁଡେ ପଡ଼ି ଯାଇଥିଲେ । ହାତୀ ଟି ତାଙ୍କୁ ଶୁଣ୍ଢ ରେ କଚାଡି କଚାଡି ପାଦ ରେ ମାଡ଼ି ଦେଇ ଥିଲା । ଖବର ପାଇ ବନ ବିଭାଗ ର କର୍ମଚାରୀ ମାନେ ହାତୀ ମାନଙ୍କୁ ଜଙ୍ଗଲ କୁ ଘଉଡାଇ ବାରେ ସକ୍ଷମ ହୋଇଥିଲେ । ମୃତ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ବାକୁ ପରିବାର ପକ୍ଷରୁ ଦାବି ଜଣାଇଛନ୍ତି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *