ତହସିଲ୍ କାର୍ଯ୍ୟାଳୟ ଘେରାଉ ପ୍ରସ୍ତୁତି ବୈଠକ I

ତହସିଲ୍ କାର୍ଯ୍ୟାଳୟ ଘେରାଉ ପ୍ରସ୍ତୁତି ବୈଠକ I

ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ – ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ କଣ୍ଟାମାଳ ବ୍ଲକ ତିନି ନମ୍ବର ଜୋନ୍ ର ଆଠ ଗୋଟି ପଂଚାୟତ ର ଭୂମି ହୀନ ମାନଙ୍କୁ ନେଇ ଗୁଡ଼ଭେଲିପଦର୍ ପଂଚାୟତ ର   ଜୟଦ ପୁର ଠାରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ ” ମୋ ଜମି , ମୋ ଡ଼ିହ ”  ଯୋଜନାରୁ ଦୁଇ ଏକର ଚାଷ ଜମି ଏବଂ ଦଶ ଡିସିମିଲ ଘର ଡିହ ପ୍ରଦାନ ଦାବୀରେ ଚଳିତ ମାସ ୨୭ ତାରିଖରେ କଣ୍ଟାମାଳ ତହସିଲ୍ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।  ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଜିଲ୍ଲା ଉପ ସଭାପତି ବସନ୍ତ କୁମାର ଖୁରା , ସଂଗଠନ ସମ୍ପାଦକ ଦେବଦତ୍ତ ସାଗର , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କଳିଙ୍ଗ ତାଣ୍ଡିଆ , ଗୁଡ଼ଭେଲିପଦର୍ ପଂଚାୟତ ସଭାପତି ଶରଧାକାର ଗେଜ , ସଂପାଦକ ରାଧା ମୋହନ ଗଙ୍ଗାସାଗର , ମନମୁଣ୍ଡା ପଂଚାୟତ ସଭାପତି ପୂର୍ଣ୍ଣଚନ୍ଦ୍ର ଗେଜ , ସଂପାଦକ ରଘୁନାଥ ଲୁହା , ବିଳାସପୁର ପଂଚାୟତ ସଭାପତି ଲାଲଚି କୁମ୍ଭାର , ସହକାରୀ ସଂପାଦକ ରାହୁଲ୍ ସାଗର , ଶୁଣ୍ଢପଦର ପଂଚାୟତ ସଭାପତି ଲବ ବାଘ , ବ୍ଲକ ସଂଯୋଜକ ଗୁଲେଖ ସୁନା , କୋଷାଧ୍ୟକ୍ଷ ଜଗନ୍ନାଥ ତାଣ୍ଡିଆ , ବରଗୋଛା ପଂଚାୟତ ସଭାପତି ଶମ୍ଭୁ ଜଗଦଲା , ଉପ ସଭାପତି ମହେନ୍ଦ୍ର ଭୋଇନା , ସଂପାଦକ ଯୁଗଳ କିଶୋର ଜଗଦଲା , ବାଉଁଶୁଣୀ ପଂଚାୟତ ବ୍ଲକ ସଂଯୋଜକ ଅନିଲ ତନ୍ତୀ , ବରିଷ୍ଠ ସମାଜସେବୀ ଗରିବ ଜଗଦଲା , ଅଲେଖ ବେହେରା , ଚିତ୍ରସେନ ଭୋଇନା , ବିଚିତ୍ର ଗେଜ, ପରମେଶ୍ବର ଭୋଇନା , ରାଜୀବ ଲୁହା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *