ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଗଞ୍ଜାମ ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରେ ଅଗ୍ନିଶମ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ମୃତ କର୍ମଚାରୀ ଜଣକ ହେଲେ କେନ୍ଦୁଝର ଜିଲ୍ଲାର ଦୟାନିଧି ମହନ୍ତ।ସେ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଥିଲେ।ସୂଚନା ମୁତାବକ ଗତକାଲି ରାତିରେ ବୁଢ଼ାକେନ୍ଦୁ ରାସ୍ତା ଉପରେ ଅଗ୍ନିଶମ ଗାଡିଟି ରହିଥିବା ଦେଖିଥିଲେ ସ୍ଥାନୀୟ ଲୋକେ।ଆଜି ସକାଳ ହେବାପରେ କର୍ମଚାରୀଙ୍କ ମୃତଦେହ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖି ଗାଙ୍ଗପୁର ପୋଲିସ କୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।ଖବର ପାଇ ଗାଙ୍ଗପୁର ପୋଲିସ,ଭଞ୍ଜନଗର ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।ଅନ୍ୟପଟେ ଆସିକା ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଛି।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.