ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମାନିଲାନି ସଦରଥାନା ପୋଲିସ୍ ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମାନିଲାନି ସଦରଥାନା ପୋଲିସ୍ ।

୯ ମାସର ଗର୍ଭବତୀ ଭାଇ ବୋହୂର ପେଟରେ ଅତି ଅମାନୁଷିକ ଭାବରେ ଗୋଇଠା ବିଧା ମାରିଲା ଦେଢ଼ସୁର ? ଏବେ ଯନ୍ତ୍ରଣାରେ ଭାଇବୋହୁ ପିଲାର ସୁରକ୍ଷା ଚିନ୍ତାରେ ପରିବାର ଲୋକେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୁ ମାନୁନି ସାଦରଥାନା ପୋଲିସ୍ ବାରମ୍ବାର ଥାନା କୁ ଦୌଡ଼ି ଦୌଡ଼ି ଭୟଭୀତ ଅବସ୍ଥାରେ ଅଭିଯୋଗକାରୀ । କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁ ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି ପୋଲିସ୍ ର କାର୍ଯ୍ୟକଳାପ କୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଆମେ କହୁଚୁ କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଧୀନରେ ଥିବା କେଶରପୁର ଗ୍ରାମର ଥିବା ନରେନ୍ଦ୍ର ମିଶ୍ର ଙ୍କ ପରିବାର କଥା , ଦୀର୍ଘ ଦୁଇ ବର୍ଷ ହେବ ନରେନ୍ଦ୍ର ତାଙ୍କ ନିଜ ନଡ଼ା ଛପର ଘରକୁ ଛପର କରିବାକୁ ଯାଉଥିବା ବେଳେ ତାଙ୍କ ବଡ଼ ଭାଇ ରାଜେନ୍ଦ୍ର ମିଶ୍ର ଓ ପୁତୁରା ଜେତେନ୍ଦ୍ର ମିଶ୍ର ଙ୍କ ପରିବାର ନରେନ୍ଦ୍ର ଙ୍କ ପରିବାର ଲୋକଙ୍କୁ ମାଡ଼ ମାରିବା ସହିତ ନଡ଼ା ଛପର ଘରକୁ ଭାଙ୍ଗିଦେଇଥିଲେ । ଯାହା ଫଳରେ ନରେନ୍ଦ୍ର ଓ ତାଙ୍କ ପରିବାର ଲୋକେ ସ୍ଥାନୀୟ ପୋଲିସ କୁ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ୍ ନସୁଣିବାରୁ ଶେଷରେ SDM କୋର୍ଟ ଓ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲେ ପରିବାର ଲୋକେ । ଶେଷରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଏହାର ତଦନ୍ତ କରି ପୋଲିସ୍ ଉପସ୍ଥିତିରେ ଘର ଛପର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନରେନ୍ଦ୍ର ଓ ତାଙ୍କ ପରିବାର ଲୋକ ଙ୍କୁ ଛପର କର ଆମେ ଯାଉଛୁ ବୋଲି କହିଥିଲା ସଦର ଥାନା ପୋଲିସ୍ କିନ୍ତୁ ପୋଲିସ୍ ନଆସିବାରୁ ନରେନ୍ଦ୍ର ଓ ତାଙ୍କ ପରିବାର ଲୋକ ଙ୍କୁ ମାଡ଼ ମାରିଥିଲେ ରାଜେନ୍ଦ୍ର ଓ ତାଙ୍କ ପୁଅ ଜିତେନ୍ଦ୍ର ଖାଲି ସେତିକି ନୁହେଁ ନମାସର ଗର୍ଭବତୀ ଭାଇବୋହୁକୁ ଛାଡ଼ିଲା ନାହିଁ ଦେଢ଼ସୁର ଜିତେନ୍ଦ୍ର ପେଟରେ ଗୋଇଠା ବିଧା ମାରିଥିବା ଅଭିଯୋଗ ଆଣିଛନ୍ତି ଦୁର୍ଗାପ୍ରସାଦ ପତ୍ନୀ ଗୁଣ୍ଡିଚାରାଣୀ ରଥ। ଏଭଳି ଘଟଣା ପରେ ପୋଲିସ ଗୁରୁତର ଭାବେ ଗ୍ରହଣ ନକରିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ନରେନ୍ଦ୍ର ଓ ତାଙ୍କ ପରିବାର ଲୋକେ। ଏଠି ପ୍ରଶ୍ନ ଉଠିଛି କାହିଁକି ଚୁପ୍ ରହୁଛି ସଦର ଥାନା ପୋଲିସ୍ ଚାନ୍ଦଳ ଫାଣ୍ଡି ଠୁ ମାତ୍ର ଗୋଟେ କିଲୋମିଟର ଦୂର ହୋଇଥିବା ବେଳେ ଫାଣ୍ଡି ଅଧିକାରୀ କାହିଁକି ଦେଲେ ନାହିଁ ସୁରକ୍ଷା ଉପଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ କାହିଁକି ମାନୁନାହିଁ ସଦର ଥାନା ପୋଲିସ୍ ଏନେଇ ଉଠିଛି ବଡ଼ ପ୍ରଶ୍ନ ।

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ focus plus ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *