ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ।

ଗ୍ରାମବାସୀ ଓ ପୁଲିସ ମୁହାଁମୁହିଁ ।

ଦୀର୍ଘଦିନ ହେଲା ହାଟସୁକୁ ଖଡିମାଟି ଖନନ କୁ ନେଇ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ଚକାପଞ୍ଚା ବିବାଦ ଥମିବାର ନା ନେଉନାହିଁ । ପୁଣି ଥରେ ଖଡିମାଟି ଖନନ ଅଞ୍ଚଳରେ ଦେଖା ଦେଇଛି ଚାପା ଉତେଜନା ।  ଅଞ୍ଚଳବାସୀଙ୍କ ଦ୍ୱାରା ଅଟକ ଜେସିବି ମେସିନ ଓ ଟ୍ରକକୁ ଉଦ୍ଧାର କରିବାକୁ ଯାଇ ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ କଥା କଟାକାଟି ହୋଇଛନ୍ତି । ଗତ ୧୧ ତାରିଖରେ ହାଟସୁକୁ ଗାଁରେ ଖଡିମାଟି ଖନନ ପାଇଁ  ଜେସିବି ମିସିନକୁ   କମ୍ପାନୀ କର୍ମଚାରୀ ଓ ପୁଲିସ ନେଉଥିବା ସମୟରେ ଅଞ୍ଚଳବାସୀ ଏହାକୁ ବିରୋଧ କରିଥିଲେ ଏବଂ  ଖଡିମାଟି ଖନନ ରେ ବ୍ୟବହୃତ ଜେସିବି ମିସିନକୁ ଗାଁ ଲୋକେ ଅଟକ ରଖିଥିଲେ । ହାଟସୁକୁ ଗାଁର ଖଡିମାଟି ଖନନକୁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ମଧ୍ୟ ପ୍ରସାଶନିକ ଅଧିକାରୀ ସହାୟତାରେ କମ୍ପାନୀ ଜରଜବରଦସ୍ତ ଖଣିଖନନ କରୁଛନ୍ତି । ଗତ ୧ ତାରିଖର ନନ୍ଦପୁର ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ କରାଯାଇଥିବା ପାଞ୍ଚ ଜଣଙ୍କୁ ତୁରନ୍ତ ଛାଡିଲେ ଓ ୬୩ ଜଣଙ୍କ ନାମରେ ରହିଥିବା କେସକୁ ପ୍ରତ୍ୟାହାର କରାଗଲେ ଜେସିବି ମିସିନ ଦିଆଯିବ ବୋଲି ଜିଦରେ ଅଟଳ ରହିଛନ୍ତି । ନନ୍ଦପୁର ଏସ.ଡି.ପି.ଓ କୋରାପୁଟ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ  ସମେତ ୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନରେ ଜେସିବି ଆଣିବାକୁ ଯାଇଥିଲା ବେଳେ ଗ୍ରାମରେ ପୁରୁଷ ଶୁନ୍ୟ ସତ୍ୱେ ଅଞ୍ଚଳର ମହିଳା ମାନଙ୍କ ବିରୋଧ ଯୋଗୁଁ ପୋଲିସ ଖାଲି ହାତରେ ଫେରିଥିବା ଜଣାଯାଇଛି । କିନ୍ତୁ ଜେସିବି ଉଦ୍ଧାର କରିବାକୁ ଆସି ପୋଲିସ ପ୍ରଶାସନ ଗ୍ରାମରେ ପସି ଧମଚମକ ଦେଇ ଦବଙ୍ଗ ଗିରି ଦେଖେଇଲେ ଜେସିବି ମେସିନ ଛାଡ଼ିବୁ ନାହିଁ  ଶାନ୍ତିପୂର୍ଣ୍ଣ ଆଲୋଚନା କଲେ ଜେସିବି ମେସିନ କୁ ଛଡ଼ାଯିବ ନାହିଁ ତ ଆଗକୁ ଏହାର ବଡ଼ ଧରଣର ଅଘଟଣ ଘଟିବ ଏଥିପ୍ରତି ପୋଲିସ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସୂଚାଇ ଦେଇଛନ୍ତି ବିରୋଧିକାରୀ ଖଣି ଅଞ୍ଚଳବାସୀ । ଜିଲ୍ଲା ପ୍ରଶାସନ, କମ୍ପାନୀ ଓ ଖଣି ଅଞ୍ଚଳବାସୀଙ୍କ ମଧ୍ୟରେ ଯେତେ ଦିନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଆଲୋଚନା ନହେଇଛି ସେତେଦିନ ପର୍ଯ୍ୟନ୍ତ ଖଣି ଖନନ ବିରୋଧ ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ।ଏଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ହସ୍ତକ୍ଷେପ କରି ଅତି ଶୀଘ୍ର ଶାନ୍ତିପୂର୍ଣ୍ଣ ବୈଠକ ଆୟଜନ କରି ଏହାର ଚିରସ୍ଥାୟୀ ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *