ସ୍ତିତି ଜାହିର କଲା ମାଓ ସଂଗଠନ |

ସ୍ତିତି ଜାହିର କଲା ମାଓ ସଂଗଠନ |

କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି । ମୁକୁନ୍ଦ କହଁର ହତ୍ୟାକାରୀ ପୋଲିସ୍ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ, ଆଗାମୀ ଦିନରେ ପୋଲିସ୍ ଓ ସିଆରପିଏଫ୍ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଗତ ଫେବୃଆରୀ ମାସରେ ପୋଲିସକୁ ଟାର୍ଗେଟ କରି ଆଇଇଡି ଖଞ୍ଜା ଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଅଛୁ । ଏହି ଘଟଣା ପାଇଁ ପୋଲିସ ଦାୟୀ ଅଟେ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି।

ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Related post

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ ଦେଶର ପତାକା ଉତ୍ତୋଳନ କଲା |

ଭାରତ ସମୁଦ୍ରର ସମ୍ରାଟ ହେଲା, ପୁଣିଥରେ ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ ପରିଷଦରେ…

ଭାରତ02/12/2023; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ କ୍ରମାଗତ ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରୁଛି | ଭାରତ ପ୍ରତି ବିଶ୍ୱର ଅନ୍ୟ ଦେଶର ବିଶ୍…
ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ପ୍ରିୟଙ୍କାକୁ ଜଣା ନାହିଁ ଇଂଲିଶ ଗ୍ରାମାର

ମୁମ୍ବାଇ: ଅଭିନେତା ତଥା ଷ୍ଟାଣ୍ଡଅପ କମେଡିଆନ ବୀର ଦାସ ନିକଟରେ ନେଟଫ୍ଲିକ୍ସ ଷ୍ଟାଣ୍ଡଅପ ସ୍ପେଶାଲିଷ୍ଟ ଏମି ପୁରସ୍କାର ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ…
ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ ୧୦୦-୧୫୦ ତାରା

ଚଳିତ ମାସରେ ଆକାଶରୁ ହେବ ତାରା ବର୍ଷା, ପ୍ରତି ଘଣ୍ଟାରେ ପଡ଼ିବ…

ନୂଆଦିଲ୍ଲୀ: ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ…

Leave a Reply

Your email address will not be published. Required fields are marked *