ସଫଳ ଅସ୍ତ୍ର ପ୍ରଚାର, ରୁଦୁନା ପାଇଲା ନୂଆ ଜୀବନ I

ସଫଳ ଅସ୍ତ୍ର ପ୍ରଚାର, ରୁଦୁନା ପାଇଲା ନୂଆ ଜୀବନ I

ଫୋକସ ପ୍ଲସ 19/5/22 (କେନ୍ଧୁଝର) :ରୁଦନ ପାଇଲା ନୂଆ ଜୀବନ।ଅତ୍ୟନ୍ତ କଷ୍ଟକର ମନେ ହୋଉଥିବା ଅସ୍ତ୍ରୋପଚାର ସଫଳ ହେବା ପରେ ନୂଆ ଜୀବନ ପାଇଛି ରୁଦନ ସନଙ୍ଗୀ।କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଶଙ୍କାରୀ ଗ୍ରାମରେ ରୁହନ୍ତି ରୁଦନ ସନଙ୍ଗୀ।ଯୁବ ବୟସରୁ ରୁଦନଙ୍କ ତଳପାଟି ହାଡ଼ରେ ଏକ ଟ୍ୟୁମର୍‌ ହେବା ପରେ ଧୀରେ ଧୀରେ ଯନ୍ତ୍ରଣା ହୋଇଥିଲା।ସମୟକ୍ରମେ ଏହା ବଡ଼ ଆକାର ଧାରଣ କଲା ଏବଂ ଯନ୍ତ୍ରଣା ବଢ଼ିଲା।ଖାଇବାରେ ଏବଂ କଥା କହିବାରେ ସମସ୍ୟା ଉପୁଜିଲା।ସେ ଦୁର୍ବଳ ହେବାକୁ ଲାଗିଲେ।ତେବେ ଶରୀର ଦୁର୍ବଳ ହେବା କାରଣରୁ କାମ ଧନ୍ଦା ବି କରି ପାରିଲେ ନାହିଁ।
ଯେଉଁଥିପାଇଁ  ଘରେ ପରିବାର ପ୍ରତିପୋଷଣ ଅସମ୍ଭବ ହୋଇପଡିଲା।ରୁଦନାଙ୍କ ଟ୍ୟୁମର୍‌ କାରଣରୁ ବଡ଼ଝିଅ ପଳାଇ ସନଙ୍ଗି (୧୪ ବର୍ଷ) ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଲେ।ପଛକୁ ପଛ ସାନ ଝିଅ ଲଳିତା ସନଙ୍ଗି,ଦୁଇ ପୁଅ ଗୁରୁଚରଣ ଓ ରାହୁଲଙ୍କ ପାଠ ପଢ଼ା ମଧ୍ୟ ସମସ୍ୟା ହେଲା।ତେବେ ରୁଦନଙ୍କୁ କିଭଳି ଚିକିତ୍ସା କରିବେ ତାଙ୍କ ପତ୍ନୀ ଚିନ୍ତା କରୁଥିବା ବେ‌ଳେ ସମାଜସେବୀ ମାନେ ଖବର ପାଇ ରୁଦନାଙ୍କୁ ତତକ୍ଷଣାତ ବାଂଶପାଳ ଡାକ୍ତରଖାନା ଆଣି ଚିକିତ୍ସା ଆରମ୍ଭ କରିଥିଲେ।ଏହାପରେ କଟକରେ ପାରିଜାତମ୍  ଫାଉଣ୍ଡେସନ୍ ନାମକ ଆଉ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ରୁଦନାଙ୍କ ସହାୟତା ପାଇଁ ଆଗେଇ ଆସି ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରିଥିଲେ।  ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ରୁଦନ୍‌ଙ୍କ ଅପରେସନ ସଫଳ ହୋଇଥିଲା। ଏବେ ରୁଦନ ସୁସ୍ଥ ହେବା ପରେ ପୂର୍ବପରି କଥା କହିବା ସହିତ ଖାଇବା ପିଇବା ସ୍ବାଭାବିକ କରୁଛନ୍ତି। କହିବାକୁ ଗଲେ ରୁଦନ ଏବେ ନୂଆ ଜୀବନ ପାଇଛନ୍ତି।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *