କଞ୍ଚାଲଙ୍କା ର ନୂଆ ଓ୍ବେବ ସିରିଜ୍ I

କଞ୍ଚାଲଙ୍କା ର ନୂଆ ଓ୍ବେବ ସିରିଜ୍ I

ଫୋକସ ପ୍ଲସ 19/5/22 :  ସ୍ତ୍ରୀଙ୍କୁ ଜନ୍ମଦିନରେ ସରପ୍ରାଇଜ୍ ଦେବା ପାଇଁ ସ୍ବତନ୍ତ୍ର ଉପହାର ସହ ଅଫିସରୁ ଶୀଘ୍ର ଘରକୁ ଫେରନ୍ତି  ସିଦ୍ଧାର୍ଥ । ଆଉ ଯେତେବେଳେ ସିଦ୍ଧାର୍ଥ ଘରକୁ ଫେରି ଦେଖେ ଆଶ୍ଚର୍ଯ୍ୟ ହେଇଯାଏ ଓ ତା ପାଦତଳୁ ଯେମିତି ମାଟି ଖସିପଡ଼େ ।  ଏମିତି କ’ଣ ଦେଖିଲା ସିଦ୍ଧାର୍ଥ??
 ଯଦି ଜାଣିବାକୁ ଚାହୁଁଛନ୍ତି  ତାହାହେଲେ  ଦେଖନ୍ତୁ “ସୁପାରୀ” ।
ସୁପରିଚିତ ତଥା ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ ‘ସୁପାରୀ’ ଏହାର ପ୍ରଯୋଜକ ପ୍ରକାଶ ପ୍ରହରାଜ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜା ଡି । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଦ୍ଧାରାଗ ବାନାର୍ଜୀ।
ସେହିପରି ଏହାର ସଂଳାପ ଲେଖିଛନ୍ତି ନିଶାନ୍ତ ମାଜିଥିଆ ଏବଂ ବିଭିନ୍ନ ଭୂମିକାରେ ଅଛନ୍ତି ତୁଷାର , ଶୁଭାଙ୍ଗୀ ଓ ସୌରଭ । ଏହାର କ୍ରିଏଟିଭ ହେଡ ଅଛନ୍ତି ଭାଗ୍ୟଧର ପାଣି ଓ ମିଡ଼ିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ। ‘କଞ୍ଚାଲଙ୍କା’ ସବୁବେଳେ ଦର୍ଶକଙ୍କ ଚାହିଦାକୁ ନେଇ ଫିଲ୍ମ ନିର୍ମାଣ କରି ଆସୁଛି । ଏଥିପାଇଁ ଏହା ସମସ୍ତଙ୍କର ପ୍ରିୟ ପାଲଟିଛି । “କଞ୍ଚାଲଙ୍କା” ପକ୍ଷରୁ ପୂର୍ବରୁ ରଙ୍ଗୀଲା,ବ୍ରେକ ଅପ୍ ଲଭ୍,ଟ୍ରୁଲି  ୟୁଅର୍ସ , ସରକାରୀ ବର,ଟାଉଟର୍ ପ୍ରୋ ପ୍ରମୁଖ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହୋଇସାରିଛି। ଏହି କ୍ରମରେ ଭିନ୍ନ ସ୍ବାଦର ସର୍ଟ ଫିଲ୍ମ ‘ସୁପାରୀ’ ଦର୍ଶକଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି
ନିର୍ମାଣକାରୀ ସଂସ୍ଥା ଓ ଫିଲ୍ମର କ୍ରିଉମେମ୍ବର ଆଶା ରଖିଛନ୍ତି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *