ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଫୋକସ ପ୍ଲସ 19/5/22 ( ସୁନ୍ଦରଗଡ଼ ) :
• ଜିଲ୍ଲାପାଳଙ୍କ ଉପସ୍ଥିତିରେ ୧୭୦ଟି ଆବେଦନର ଶୁଣାଣି
• ୫୪ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ଓ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ
• ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ଆଜୀବିକା ଏକ୍ସପ୍ରେସ ଯୋଜନା ଅଧୀନରେ ଅଟୋ ରିକ୍ସା
ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁର ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଆଦି ଶୁଣାଣି କରି ଏହାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୧୭୦ଟି ଆବେଦନର ଶୁଣାଣି କରାଯାଇଥିଲା। ସେଥିମଧ୍ୟରେ ୧୧୫ଟି ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୫୪ଟି ସାମୁହିକ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତ ଓ ରାଜଗାଙ୍ଗପୁର ପୌରପାଳିକା ଅଂଚଳରୁ ୧୧୫ ବ୍ୟକ୍ତିଗତ, ୫୪ଟି ସାମୁହିକ ସମସ୍ୟା ରହିଥିଲା। ତା’ ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ପାଇଁ ଆସିଥିବା ଗୋଟିଏ ଆବେଦନର ମଧ୍ୟ ଶୁଣାଣି କରାଯାଇଥିଲା।
ରାଜଗାଙ୍ଗପୁର ବ୍ଲକର ୨୦ଟି ଗ୍ରାମପଞ୍ଚାୟତ ସହିତ ପୌରପାଳିକାର ବିଭିନ୍ନ ୱାର୍ଡରୁ ଆସିଥିବା କେତେକ ଜନସାଧାରଣ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଘର ପାଇବା ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଆଉ କେତେକ ଲୋକ ରାସ୍ତା, ଡ୍ରେନ, ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଆଦି ସମ୍ପର୍କରେ କହିଥିଲେ। ଜମିଜମା ବିବାଦ, ରାସନ କାର୍ଡ, ସ୍ୱାସ୍ଥ୍ୟ, ଗ୍ରାମ୍ୟ ରାସ୍ତା, ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ଅଙ୍ଗନବାଡି, ସ୍କୁଲ ସମସ୍ୟା ଆଦି ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳ ଲୋକମାନଙ୍କ ସମସ୍ୟା ଶୁଣି ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ଏଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଥିଲେ।
ଏହି ଅବସରରେ ରାଜଗାଙ୍ଗପୁର ବ୍ଲକ ଅଞ୍ଚଳର ୫୪ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୧୦ ଜଣଙ୍କୁ ମ୍ୟୁଟେସନ ପଟ୍ଟା ବଣ୍ଟନ କରାଯାଇଥିଲା।
ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଏସପି ସାଗରିକ ନାଥ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡେପୁଟି କଲେକ୍ଟର  (ଆପାତକାଳୀନ) କୁନ୍ତୀରାଣୀ ନାୟକ, ରାଜଗାଙ୍ଗପୁର ବିଡିଓ ପୀୟୂଷ ଲୋହାର ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଯୁଗ୍ମ ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ କେତେକ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ ଛତାମ, ବୁଢ଼ାମ ଏବଂ କୁକୁଡା ଗ୍ରାମପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ତିନି ଜଣ ସଦସ୍ୟାଙ୍କୁ ଆଜୀବିକା ଗ୍ରାମୀଣ ଏକ୍ସପ୍ରେସ ଯୋଜନା ଅଧୀନରେ ମିଳିଥିବା ଅଟୋ ରିକ୍ସାକୁ ପତାକା ଦେଖାଇ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ବୁଚୁକୁପଡ଼ା ଗ୍ରାମପଞ୍ଚାୟତର ଗେଟୁପାଣିଠାରେ ପ୍ରଶାସନ ପକ୍ଷରୁ ନିର୍ମିତ ଏକ ମାର୍କେଟ କମ୍ପ୍ଲେକ୍ସର ଉଦଘାଟନ କରିଥିଲେ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *