ଶୋଷ ମେଣ୍ଟାଉଛି ଝରଣା ପାଣି ।

ଶୋଷ ମେଣ୍ଟାଉଛି ଝରଣା ପାଣି ।

ଫୋକସ ପ୍ଲସ 19/5/22 (କଳାହାଣ୍ଡି) : ରାଜ୍ୟ ସରକାର ଗ୍ରାମାଂଚଳରେ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ପକ୍କା ସଡକ ସାଙ୍ଗକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଟିଣ୍ଡିମ ପିଟୁଛନ୍ତି । ହେଲେ ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି ।  ସ୍ୱାଧୀନତାର ୭୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏମିତିବି ଗାଁ ରହିଛି ଯେଉଁଠି ନା ଅଛି ରାସ୍ତା ନା ଅଛି ପାନୀୟ ଜଳର ବ୍ୟବସ୍ଥା । ବର୍ଷ ବର୍ଷ ଧରି ଶୋଷ ମେଣ୍ଟାଉଛି ଝରଣାରୁ ଆସୁଥିବା ଦୁଷିତ ପାଣି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ୍ବପାଣି ପଂଚାୟତ ଶାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ପ୍ରାୟ କିଛି ଦୂରରେ ଅବସ୍ଥିତ ଗିରିଲିମାଲି  ।କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶାହାଜଖୋଲ ସଂରକ୍ଷିତ ଜଙ୍ଗଳ ମଧ୍ୟ ରେ ଅବସ୍ଥିତ ଆମ୍ବପାଣି ପଂଚାୟତର ଗିରିଲିମାଲି  ଗାଁ ଗାଁରେ ବିଭିନ୍ନ ଜାତିର ପ୍ରାୟ ୧୮ ରୁ ଉର୍ଦ୍ଧ ପରିବାର ପ୍ରାୟ ୧୬୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି । ଜଙ୍ଗଳ ଜାତ ଦ୍ରବ୍ୟ ସଂଗ୍ରହ ଓ କୁଲି ମଜୁରି କରି ନିଜର ପରିବାର ପ୍ରତି ପୋଷଣ କରନ୍ତି ଏହି ଗାଁର ଗ୍ରାମବାସୀ । ତେବେ ସ୍ୱାଧିନତାର ଦୀର୍ଘ ୭୫ ବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁ ରେ ପାନୀୟ ଜଳ ପାଇଁ ସରକାରଙ୍କ ପକ୍ଷରୁ କିଛି ସୁବିଧା ନଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଝରଣାରୁ ଦୁଷିତ ଜଳକୁ ସେମାନେ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ।

୪୨ ଡିଗ୍ରି ଖରା ସାଙ୍ଗକୁ ପଥର ପଡିଥିବା ଉବଡ ଖାବଡ ରାସ୍ତା ଅତିକ୍ରମ କରି ସେମାନେ ପାନୀୟ ଜଳ ସଂଗ୍ରହ କରିବାକୁ ଯାଇଥାନ୍ତି । ଏବଂ ବିଭିନ୍ନ ସମୟରେ ପଥର ଉପରେ ପଡିଯାଇ କ୍ଷତାକ୍ତ ହେବା ସହ ଦୁଷିତ ଜଳ ପାନୀୟ କରି ମାରତ୍ମକ ରୋଗରେ ପଡି ମୃତ୍ୟୁ ବରଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି ।  ତେବେ ପାନୀୟ ଜଳର ସମସ୍ୟା ନେଇ ଏହି ଗ୍ରାମବାସୀ ବିଭିନ୍ନ ସମୟରେ ପଂଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ନଳକୂପ ଯୋଗାଇ ଦେବା ପାଇଁ ଗୁହାରୀ କରିଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିବା କହିଛନ୍ତି । ତେବେ ତୁରନ୍ତ ଏଠାରେ ନଳକୂପ ଓ ଭଲ ରାସ୍ତା ଟିଏ ଯୋଗାଇ ଦେବା ପାଇଁ ଦାବୀ କରିଛନ୍ତି । ସରକାର ପ୍ରତ୍ୟେକ ଗ୍ରାମକୁ ପକ୍କା ସଡକ ଯୋଗାଇ ଦେବା ପାଇଁ ପ୍ରତିଶୃତିବଦ୍ଧ ହେଲେ ଜଙ୍ଗଲ ପାହାଡ ଘେରାରେ ଥିବା ଏହି ଆଦିବାସୀ ଗାଁକୁ ସରକାର ପକ୍କା ସଡକ ଯୋଗାଇ ଦେବା ପାଇଁ ଅଣଦେଖା କରଥିବାରୁ ଏହି ନିରୀହ ଆଦିବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗାଁରେ କୌଣସି ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେଲେ ଦୀର୍ଘ ୧୩ କିମି ବିରିମୁହାଣ ଛକକୁ ଖଟିଆରେ ବୋହି ଆଣିବାକୁ ପଡେ । ପରେ ବିରିମୁହାଣରୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥାନ୍ତି । ପିଡିଏସ ସାମଗ୍ରୀ ପାଇଁ ଆମ୍ବପାଣି ପଂଚାୟତକୁ ଆସିବା ପାଇଁ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଗତ ପଂଚାୟତ ନିର୍ବାଚନରେ ଗ୍ରାମର ସମସ୍ୟା କୁ ସମାଧାନ ଦାବୀ କରି ସେମାନେ ଭୋଟ ବର୍ଜନ ମଧ୍ୟ କରିଥିଲେ । ଏନେଇ ସ୍ଥାନୀୟ ସରପଂଚକୁ ଯୋଗାଯୋଗ କରିବାରୁ ଅତି ଶୀଘ୍ର ଗିରିଲିମାଲ ଗ୍ରାମକୁ ଯାଇ ପାନୀୟ ଜଳ ଏବଂ ରାସ୍ତା ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଏନେଇ ସ୍ଥାନୀୟ ବିଧାୟକ ମଧ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ତେବେ ସରକାର କେବେ ଏହି ନିରିହ ଆଦିବାସୀଙ୍କ ଗାଁ ଗିରଲିମାଲ ପ୍ରତି ଦୃଷ୍ଟି ଦେଇ ରାସ୍ତା ସହ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହ ପକ୍କା ରାସ୍ତାର ବ୍ୟବସ୍ଥା କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।

 

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *