ମୁକ୍ତିଲାଭ ହେବାକୁ ଯାଉଛି ପ୍ରେମ ଏଟିଏମ୍‌ I

ମୁକ୍ତିଲାଭ ହେବାକୁ ଯାଉଛି ପ୍ରେମ ଏଟିଏମ୍‌ I

ଫୋକସ ପ୍ଲସ 19/5:/22 (ଭୁବନେଶ୍ୱର) : ମୁକ୍ତିଲାଭ କରିବାକୁ ଯାଉଛି ବହୁ ପ୍ରତିକ୍ଷୀତ ଓଡିଆ ସିନେମା ପ୍ରେମ ଏଟିଏମ । ଆସନ୍ତା ମେ ୨୭ରେ ସିନେମାଟି ଫ୍ଲୋରକୁ ଆସିବ । ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ଡ୍ରିମ୍ ପ୍ରୋଜେକ୍ଟ ହେଉଛି ପ୍ରେମ ଏଟିଏମ । ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ପ୍ରେମ ଏଟିଏମ ରିଲିଜ ହେବାକୁ ଯାଉଥିବ ଘୋଷଣା କରାଯାଇଛି । ଏହି ସିନେମାରେ ସୁନ୍ଦରଗଡର ପ୍ରଦୀପ ଦତ୍ତ ଧମାଲ କରିବେ । ତାଙ୍କ ସହ ଦିବ୍ୟା ଦିଶା ମହାନ୍ତି ଓ ଲିପିକା ସେନାପତି ଦମଦାର ଅଭିନୟ କରିଛନ୍ତି । ମାରୁତି ମୁଭି ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ପ୍ରଯୋଜନା କରିଛନ୍ତି ସୁରେନ୍ଦ୍ର ନାରାୟଣ (ପୁଲିଆ) ଓ ନବନୀତା ମିଶ୍ର ।

ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦ୍ଦେଶନା ଏଥିରେ ଦେଖିବାକୁ ମିଳିବ । ଅଭିଜିତ ମଜୁମଦାରଙ୍କ ସଂଗୀତ ନିର୍ଦ୍ଦେଶନାରେ ଗୀତ ଗୁଡିକ ଗାଇଛନ୍ତି ମଣ୍ଟୁ ଛୁରିଆ, ହ୍ୟୁମାନ ସାଗର, ସ୍ୱୟମ୍ ପାଢ଼ୀ, ତାରିକ୍ ଅଜିଜ୍‌, ଦିପ୍ତୀରେଖା ଓ ଅମ୍ରିତା ନାୟକ । ଚଳଚ୍ଚିତ୍ର ର ଗୀତ ଓ ସଂଳାପ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍ ଓ ରାକେଶ ଦେଓ। ବହୁଦିନ ବ୍ୟବଧାନରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ଓଡିଆ ସିନେମା । ତେଣୁ ଏହାକୁ ନେଇ ଦଶକଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ଦେଖିବାକୁ ମିଳିଛି ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *