IPL ରେ ଇତିହାସ ରଚିଲା LSG I

IPL ରେ ଇତିହାସ ରଚିଲା LSG I

ଫୋକସ ପ୍ଲସ 19/5/22 :ଆଇପିଏଲ ଇତିହାସରେ ରେକର୍ଡ କଲା ଲକ୍ଷ୍ନୌ ସୁପର ଜେଣ୍ଟସ୍ । କୋଲକତା ନାଇଟ୍ ରାଇଡ଼ରର୍ସ ବିପକ୍ଷରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ବିନା ୱିକେଟରେ ୨୧୦ ରନ ସଂଗ୍ରହ କରିଥିଲା । ଯାହାକି ଆଇପିଏଲ ଇତିହାସରେ ପ୍ରଥମ । ପୁର୍ବରୁ କୌଣସି ଦଳ ବିନା ୱିକେଟ୍ ଏତେ ରନ ସଂଗ୍ରହ କରି ନାହାନ୍ତି I
ଦଳର ଓପନିଂ ବ୍ୟାଟସମ୍ୟାନ କୁଇଂଟନ ଡିକକ୍ ଏବଂ ଲୋକେଶ ରାହୁଲ ଏହି ରେକର୍ଡ କରିଛନ୍ତି । ଡିକକ୍ ବିସ୍ପୋରକ ବ୍ୟାଟିଂ କରି ୭୦ଟି ବଲରୁ ୧୦ ଚଉକା ଏବଂ ୧୦ ଛକା ବଳରେ ୧୪୦ କରିଥିବା ବେଳେ ରାହୁଲ ୫୧ଟି ବଲ ଖେଳି ୬୮ ରନ କରିଥିଲେ । ରୋମାଚଂକର ଏହି ମ୍ୟାଚରେ ମାତ୍ର ଦୁଇ ରନରେ ହାରିଯାଇଛି କୋଲକତା ନାଇଟ୍ ରାଇଡରସ । ଏଥିସହ ଦଳ ପ୍ଲେ-ଅଫ୍ ଦୌଡରୁ ମଧ୍ୟ ବାଦ ପଡିଛି । କୋଲକତା ନାଇଟ୍ ରାଇଡ଼ରର୍ସ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ପରେ ୱିକେଟ୍ ପତନ ଯୋଗୁ ଦଳ ହାରିଯାଇଥିଲା । ଦଳ ୮ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୮ କରିବାରେ ସକ୍ଷମ ହୋଇଥିଲା ।

ତେବେ କୋଲକତା ନାଇଟ୍ ରାଇଡ଼ରର୍ସ ଦଳ ପକ୍ଷରୁ କ୍ୟାପେଟନ୍ ଶେୟସ ଆୟର ଅର୍ଦ୍ଧଶତକ ମାରିଥିବା ବେଳେ ଶେଷ ଆଡକୁ ରିଙ୍କୁ ଶର୍ମା ଏବଂ ସୁନିଲ ନାରିଲ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ । ଆଜି ଗୁଜୁରାଟ ଟାଇଟନ୍ସ ସହ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ମୁକାବିଲା ଅଛି । ଆଜି ବାଙ୍ଗାଲୋର ମ୍ୟାଚ ହାରିଲେ ପ୍ଲେ ଅଫରୁ ବାଦ୍ ପଡିବା ଏକ ପ୍ରକାର ନିଶ୍ଚିନ୍ତ ହୋଇଛି ।

 

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *