ଫୁଣି ଆରମ୍ଭ ହେଲା ଆନ୍ଧ୍ରର ଦାଦାଗିରି

ଫୁଣି ଆରମ୍ଭ ହେଲା ଆନ୍ଧ୍ରର ଦାଦାଗିରି

ଫୋକସ ପ୍ଲସ 20/5/22:ପୁଣି ଆନ୍ଦ୍ରର ଦାଦାଗିରି;ଓଡ଼ିଶା ମାଟିରେ ଆନ୍ଧ୍ରର ଦାଦାଗିରି। ଓଡ଼ିଶା ମାଟିରେ ଚାଲୁଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଓଡ଼ିଶା ଭିତରେ ପସି ବନ୍ଦ କରୁଛି ଆନ୍ଧ୍ର।କୋଟିଆ ପଞ୍ଚାୟତର ନେରେଡିବାଲସା ଠାରେ କାର୍ଯ୍ୟ ବନ୍ଦ କରିଛି ଆନ୍ଧ୍ର। ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ନିମନ୍ତେ ଠିକାଦାର କାମ କରୁଥିବା ବେଳେ ଆନ୍ଧ୍ରର କିଛି ଅଧିକାରୀ ଆସି କାମ ବନ୍ଦ କରିଛନ୍ତି। ଆନ୍ଧ୍ର ସରକାର ନିର୍ମାଣ କରିଥିବା ରାସ୍ତା ଠିକାଦାର ବିନା ଅନୁମତିରେ ଖୋଲିଥିବା ନେଇ ଥାନାରେ ଏତଲା ମଧ୍ୟ କରିଥିବା ସୁଚନା।
ଗାଁରେ ପାଣି ଟାଂକି ସ୍ଥାପନା କରି ସେଥିରୁ ଘର କୁ ଜଳ ଯୋଗାଇ ବା ପାଇଁ ରାସ୍ତା ଖୋଳି ପାଇପ ବିଛାଇଥିବା ସମୟରେ ସାଲୁର୍ ମଣ୍ଡଲମ୍ ର କିଛି ସରକାରୀ ଅଧିକାରୀ ଆସି ରାସ୍ତା ଗୁଡ଼ିକ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ଯୋଗୁଁ ତାକୁ ଖୋଳିବାକୁ ମନା କରିଛନ୍ତି । ଏ ସଂକ୍ରାନ୍ତରେ ସେମାନେ ଏହି କାମ କରୁଥିବା ଠିକାଦାର ବିରୁଦ୍ଧରେ ସାଲୁର୍ ରୁରାଲ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି  ।ତେବେ ଏ ସମ୍ପର୍କ ରେ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକିୟା ମିଳିନି ।

Related post

ଇରାନ ବିମାନରେ ବୋମା ବିସ୍ଫୋରଣ

ଇରାନ ବିମାନରେ ବୋମା ବିସ୍ଫୋରଣ

ଫୋକସ ପ୍ଲସ(ବ୍ୟୁରୋ): ଇରାନ ବିମାନରେ ବୋମା ବିସ୍ଫୋରଣ ପରେ ଭାରତୀୟ ବାୟୁସେନା ଜେଟଗୁଡିକ ଛଡ଼ାଯାଇଥିଲା। IAF ଏବଂ ସୁରକ୍ଷା ଏଜେନ୍ସିମାନେ ଚୀନ୍ ଅଭିମୁଖେ ଯାଉଥିବା ବିମାନକୁ ଭାରତୀୟ ବାୟୁମଣ୍ଡଳରୁ…
କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ

ଫୋକସ ପ୍ଲସ(ବ୍ରହ୍ମଗିରି): ବ୍ରହ୍ମଗିରିପୁର୍ବ ବିବାଦରୁ ଓ ଆକ୍ରମଣ ଘଟଣାରେ ଦ୍ରୃବୁତ ମାନେ ଜଙ୍ଗଲରୁ କାଟିନୋଲେ ଲକ୍ଷାଧିକ ଟଙ୍କାର ଗଛ |ବ୍ରହ୍ମଗିରି ଥାନା ନିକଟସ୍ଥ କାଳିକା ବାଡି ଗ୍ରାମରେ ପୁର୍ବ…

ସମ୍ପନ୍ନ ହେଲା ଛତର ଯାତ୍ରା ଉତ୍ସବ

ଫୋକସ ପ୍ଲସ(ଥୁଆମୂଳ ରାମପୁର): କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଛତର ଯାତ୍ରା ମହା ସମାରୋହରେ ଥୁଆମୂଳ ରାମପୁର ଠାରେ ସମ୍ପନ୍ନ ହୋଇଯାଇଛି। ଦୁଇ ବର୍ଷ କାଳ…

Leave a Reply

Your email address will not be published.