ଦ୍ୱିତୀୟ ଥର ପାଇଁ ବିବାହ କଲେ ଘାସି ଅମନାତ୍ୟ

ଦ୍ୱିତୀୟ ଥର ପାଇଁ ବିବାହ କଲେ ଘାସି ଅମନାତ୍ୟ

ଫୋକସ ପ୍ଲସ 20/5/22 (ବୋରିଗୁମ୍ମା):ବୈଦିକ ରୀତିରେ ପୁଣି ଦ୍ୱିତୀୟ ଥର ପାଇଁ ନିଜ ସ୍ତ୍ରୀକୁ ବିବାହ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଛନ୍ତି ଜଣେ ବ୍ୟକ୍ତି ।ଏପରି ଘଟଣା ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ବିସିଂହପୁର ପଞ୍ଚାୟତ ର ପୋଡାପଦର ଗ୍ରାମରେ ।ଘଟଣା ଅନୁଯାଇ ଗତ ଦୁଇ ବର୍ଷ ପୂର୍ବେ ଉକ୍ତ ଗ୍ରାମର ଘାସି ଅମନାତ୍ୟ ଗ୍ରାମର କିଛି ଲୋକଙ୍କ ସହିତ ଦାଦନ ପାଇଁ ଆନ୍ଧ୍ର ବାହାରି ଥିଲେ । ଯିବା ସମୟରେ ଘାସି ବାଟ ବଣା ହୋଇଯାଇଥିଲେ । ସାଙ୍ଗ ମାନେ ବହୁ ଦିନ ଧରି ଖୋଜା ଖୋଜି କରିଥିଲେ କିନ୍ତୁ   ଘାସୀ ଙ୍କୁ ନ ପାଇ ନିରାଶ ହୋଇଥିଲେ । ଆଠ ମାସ ପରେ ଘାସି ଙ୍କ ମୃତ୍ୟୁ ହୋଇଥିବା ଘର ଲୋକ ଖବର ପାଇଲେ ।

ଏହି ଦୁଃଖଦ ଖବର ଶୁଣି କୁଳ କୁଟୁମ୍ବ ଏକାଠି ହୋଇ ସୁଧି କ୍ରିୟା ସମ୍ପର୍ଣ୍ଣ କରିବା ସହ ସ୍ତ୍ରୀ ସୁବର୍ଣ୍ଣ ଙ୍କୁ ବିଧବା ହେବାକୁ ପଡିଲା । ଘରୁ ଯିବାର ଦୁଇ ବର୍ଷ ପରେ ହଠାତ ଗତ ଦୁଇ ମାସ ତଳେ ଗାଁ ରେ ଘାସି ହାଜର ହେବା ଦେଖି ସମସ୍ତେ ଚକିତ ହୋଇ ଦେଖିଲେ ।ସେ ତାର ଦାଦନ ର ଦୁଃଖ କାହାଣୀ ସମସ୍ତଙ୍କୁ ଜଣାଇ ଥିଲା । ଏ ସମ୍ପର୍କରେ ଫୋକସ ପ୍ଲସ ରେ ମଧ୍ୟ ଖବର ପ୍ରସାରଣ ହୋଇଥିଲା ।କିଛି ଦିନ ତଳେ କୁଳ ସମାଜ ର ସଭାପତିଙ୍କ ଉପସ୍ତିରେ ଏକ ବୈଠକ ବସିଥିଲା।ଏବଂ ତାଙ୍କ ପରମ୍ପରା ଅନୁଯାୟୀ ପୁଣି ବୈଦିକ ରୀତିରେ ଦୁଇ ସ୍ୱାମୀ ସ୍ତ୍ରୀ ଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ।ଆଜି ଗ୍ରାମର ଶିବ ମନ୍ଦିର ଠାରେ ବ୍ରାହ୍ମଣ ଶ୍ରୀ ଦମ୍ବୁରୁ ଧର ଦାଶ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ କରିଥିଲେ ।

ବୋରିଗୁମ୍ମା ରୁ ମାନସ ରଞ୍ଜନ ହୋତାଙ୍କ ରିପୋର୍ଟ ଫୋକସ ପ୍ଲସ

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *