ସନ୍ଦେହ ଘେରରେ ନବମ ଶ୍ରେଣୀ ଛାତ୍ର ନିଖେଜ ଘଟଣା

ସନ୍ଦେହ ଘେରରେ ନବମ ଶ୍ରେଣୀ ଛାତ୍ର ନିଖେଜ ଘଟଣା

ଫୋକସ ପ୍ଲସ 20/5/22 (ପାରାଦୀପ):ସନ୍ଦେହ ଘେରରେ ପାରାଦ୍ବୀପ ସମୁଦ୍ରକୂଳରୁ ଗତ ଶନିବାର ଅପରାହ୍ନରେ ନିଖୋଜ ହୋଇଯାଇଥିବା ନବମ ଶ୍ରେଣୀ ଛାତ୍ର ପ୍ରିତମ ଦାସ ଘଟଣା  | ବେଥାନି ସ୍କୁଲ ଛାତ୍ର ପ୍ରୀତମ ନିଖୋଜ ହେବାର ଆଜିକୁ ଛଅ ଦନ ବିତିଲାଣି, ହୋଲେ କୈଣସି ସନ୍ଧାନ ମିଳିନାହିଁ | ଯାହାକୁ ନେଇ ପ୍ରିତମଙ୍କ ପରିବାର ଲୋକଙ୍କ ସନ୍ଦେହ ବଢି ବାରେ ଲାଗିଛ |  ପରିବାର ଏକ ମାତ୍ର ପୁଅ ପ୍ରିତମ ଏବେ କେଉଁଠି, ଚିନ୍ତାରେ ସହ ପରିବାର ଓ ସାହି ପଡିଶା | ପକ୍ରୁତରେ ପ୍ରିତମ ପାରାଦ୍ବୀପ ସମୁଦ୍ରକୂଳରେ ନିଖୋଜ ନା ସୁପରିକଳ୍ପିତ ଅପହରଣ ତାହାକୁ ନେଇ ପାରାଦ୍ବୀପ ଅଞ୍ଚଳ ସମେତ ସମଗ୍ର ଜିଲାବାସୀଙ୍କ ମନରେ ଏକ ବଡ ପ୍ରଶ୍ନ ଠିଆ କରିଛି | ଗତ ୧୪ ତାରିଖ ଶନିବାର ଦିନ ପାରାଦୀପ ଭଞ୍ଜ କଲୋନୀର ପ୍ରମୋଦ ଦାସଙ୍କ ପୁଅ ନବମ ଶ୍ରେଣୀ ଛତ୍ର ପ୍ରୀତମ ଦାସ , ପାରାଦ୍ବୀପ ବେଥାନି ସ୍କୁଲକୁ ଆସି ଆଉ ଘରକୁ ଫେରି ନଥିଲେ । ପ୍ରତମ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ସମୁଦ୍ର କୂଳରେ ପ୍ରୀତମର ପ୍ୟାଣ୍ଟ, ସ୍କୁଲ ବ୍ୟାଗ, ସ୍କୁଲ ଆଇ କାର୍ଡ ଓ ସାଇକେଲ ପଡିଥିବାର ଦେଖିବାକୁ ପାଇଥିଲେ । ହେଲେ ସମୁଦ୍ରକୂଳରେ ପ୍ରୀତମକୁ ଦେଖିବାକୁ ପାଇନଥିଲେ । କାଳେ ପ୍ରିତମ ସମୁଦ୍ରକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡିଯାଇଥିବ ପରିବାର ଲୋକେ ସନ୍ଦେହ କରିଥିଲ | ପାରାଦ୍ବିପ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ପୋଲିସ ସନ୍ଦେହ କରି ତଟରକ୍ଷୀ ବାହିନୀ ସହାୟତାରେ ସମୁଦ୍ରରେ ବହୁ ଖୋଜାଖୋଜି କରିଥିଲେ | କୌଣଷି ସନ୍ଧାନ ନ ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀର ହେଲିକପ୍ଟର ମଧ୍ଯ ଆସି ଖୋଜିଥିଲା |

ହେଲେ କୈଣସି ସନ୍ଧାନ ମିଳିଲା  ନାହିଁ | ପରିବାର ଲୋକେ କହିବା କଥା ଯେ, ଯଦି ପ୍ରିତମ ସମୁଦ୍ରରେ ଗଧୋଇବାକୁ ଯାଇ ନିଖୋଜ ହୋଇ ଯାଇଥାନ୍ତା ତେବେ ମୃତଦେହ ମିଳି ସାରନ୍ତାଣି । କାରଣ ସମୁଦ୍ରରେ ଯଦି କିଏ ବୁଡିଯାଏ ତାହା ଦିନେ ଦୁଇ ଦିନ ମଧ୍ୟରେ କେଉଁଠି ନା କେଉଁଠି ଭାସି ଲଗିଥାଏ, ହେଲେ ପୁଅର ସନ୍ଧାନ ନ ମିଳିବା ସନ୍ଦେହ ହେଉଛି | ଅନ୍ୟ ପକ୍ଷରେ ଘଟଣା ଦିନ ପ୍ରିତମ ସାଙ୍ଗରେ ଥିବା ସାଙ୍ଗମାନେ କହୁଥିବା କଥାରେ କୈଣସି ତାଳମେଳ ରହୁନଥିବା ପରିବାର ଲୋକେ କହିଛନ୍ତି | ଯାହାକୁ ନେଇ ପ୍ରିତମ ପରିବାର ସମେତ ଭଞ୍ଜ କଲୋନିବାସୀ ଘଟଣାର ସତାସତ୍ୟ ବହାର କରିବା ଦାବିକରି ପାରାଦ୍ବୀପ ଜଟାଧାରିମୁହାଣ ଥାନାରେ ଗତ ମଙ୍ଗଳ ବାର ଦିନ ସଖାଳ ୧୦ ଘଣ୍ଟିକା ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରେ ବସିଥିଲେ | ପ୍ରିତମ ନିଖୋଜ ହେବା ପକ୍ରୁତ ଘଟଣା ବହାରକିବା ପାଇଁ ପ୍ରିତମଙ୍କ ବାପା ପ୍ରମୋଦ ଦାସ ପାରାଦ୍ବୀପ ଆଡିସିନାଲ ଏସି.ପି ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି | ହେଲେ ଲିଖିତ ଅଭିଯୋଗ କରିବାର ତିନି ଦିନ ବିତିଲାଣି, ପେଲିସ ଏପର୍ଯ୍ୟନ୍ତ ପ୍ରିତମ ନିଖୋଜ ହେବାର ପ୍ରକ୍ରୁତ ରହସ୍ୟ ଉନ୍ମୋଚନ କରି ନ ପରିବାରୁ ଘଟଣାକୁ ଆହୁ ସନ୍ଦେହ ଘେରକୁ ଟାଣିନେଉଛି | ପ୍ରିତମ ବେଥାନି ସ୍କୁଲ କୁ ଯିବା ଆସିବାର ସିସିଟିଭି ଯାଞ୍ଚ୍ ସଠିକ୍ କରୁନଥିବା ପରିବାର ଲୋକ କହିଛନ୍ତି | ଶନିବାର ଦିନ ପ୍ରିତମ କେତେବେଳେ ସ୍କୁଲକୁ ଆସିଥିଲେ, କେତେ ସମୟରେ ସ୍କୁଲରୁ ବାହାରିଥିଲେ, ପ୍ରିତମ ସାଙ୍ଗରେ କେଉଁ ମାନେ ଥିଲେ, ପ୍ରିତମ ସମୁଦ୍ର କୂଳକୁ କାହା ସାଙ୍ଗରେ ଯାଇଥିଲେ, ସାଙ୍ଗରେ କେତେ ଜଣ ଥିଲେ, ସାଙ୍ଗମାନେ ଥିଲେ ନା ଅନ୍ୟ କିଏ ଥିଲେ,ସାଙ୍ଗମାନେ କେତେ ବେଳେ ପ୍ରିତମକୁ ଛାଡି ଘରକୁ ଯାଇଥିଲେ, ଏସବୁର ସିସିଟିଭି ସଠିକ୍ ଯାଞ୍ଚ କରାଯିବା ଆବସ୍ୟକ | କାରଣ ପ୍ରିତମ ର ପାଠ ପଢିବା ସହିତ ଫୁଟବଲ ଖେଳ ମଧ୍ୟ ଭଲ ଖେଳନ୍ତି | ଘଟଣା ଘଟିବା ପରଦିନ ବେଥାନି ସ୍କୁଲ ତରଫରୁ ରବିବାର କଟକ ଯାଇଥାନ୍ତେ ଏକ ଫୁଟବଲ ମ୍ୟାଚ ଖେଳିବା ପାଇଁ, ଫୁଟବଲ ଖେଳକୁ ନେଇ  ପରିବାର ଲୋକଙ୍କ ମନରେ ବିଭିନ୍ନ ପ୍ରକାର ସନ୍ଦେହ ସ୍ରୁଷ୍ଟି ହେଉଛି | ତେବେ ପୋଲିସ ଏସବୁର ସଠିକ୍  ତଦନ୍ତକରି ପ୍ରିତମର ସନ୍ଧାନ କେତେ ଶିଘ୍ର ବାହର କରୁଛି ତାହାଉପରେ ସମସ୍ତଙ୍କ ନଜର ରହିଛି | ପୋଲିସ ପ୍ରିତମର ନିଖୋଜ କାରଣର ପ୍ରକୃତ ରହସ୍ୟ ବାହାର କରିବ ନା ଘଟଣାକୁ ଧିରେ ଧିରେ ସିଥଳ ପଡି ରହିଯିବ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି |

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *