ଡକାୟତି ଗ୍ୟାଙ୍ଗର ୭ଜଣ ଗିରଫ,ଚୋରି ସାମଗ୍ରୀ ଜବତ

ଡକାୟତି ଗ୍ୟାଙ୍ଗର ୭ଜଣ ଗିରଫ,ଚୋରି ସାମଗ୍ରୀ ଜବତ

ଫୋକସ ପ୍ଲସ 21/5/22 (କେନ୍ଦ୍ରାପଡା):ଏକ ଡକାୟତି ଗ୍ୟାଙ୍ଗର ୭ ଜଣ ସଦସ୍ୟ ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା ୨ ଜଣ ଅଭିଯୁକ୍ତଙ୍କୁ ମିଶାଇ ମୋଟ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପଟ୍ଟାମୁଣ୍ଡାଇ ପୋଲିସ l ଖବର ଅନୁଯାୟୀ ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ଥିବା ଚୌଉଦକୁଲାଟ ଫାଣ୍ଡି ଇନଚାର୍ଜ ଏଏସଆଇ ଏନ. ମହାନ୍ତି ନିଜ ଟିମ ସହ ରାତ୍ର ପାଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଗୁଆ – ଚୌଉଦକୁଲାଟ ରାସ୍ତାର ପଳସିଂହା ନିକଟରେ ଏହି ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଧରିବାରେ ସମର୍ଥ ହୋଇଥିବା ବେଳେ ଅନ୍ୟ ପଟେ ୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ l

କାବୁ ହୋଇଥିବା ୭ ଜଣ ଡକାୟତଙ୍କ ପାଖରୁ ବନ୍ଧୁକ,ଆଇରନ ରଡ଼, ଛୁରୀ, କଟୁରୀ ଭଳି ମାରଣାସ୍ତ୍ର ଜବତ ସହ ଡକାୟତିରେ ବ୍ୟବହାର ହେଇଥିବା ୨ଟି ବାଇକକୁ ଜବତ କରିଥିଲା ପୋଲିସ l ପରେ ଜେରା ପରେ ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣିଥିବା କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ୨ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ନିଜ ହେପାଜତକୁ ନେଇଥିଲା l ସେମାନଙ୍କ ପାଖରୁ 5.1 ଗ୍ରାମ ସୁନା ଓ 100 ଗ୍ରାମ ଓଜନର ରୂପା ଅଳଙ୍କାର ଜବତ କରିଛି ପଟ୍ଟାମୁଣ୍ଡାଇ ପୋଲିସ l ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରାପଡ଼ା ଏସପି ସମ୍ବିତ ସମ୍ପଦ ସୂଚନା ଦେବା ସହ ଅଭିଯୁକ୍ତମାନଙ୍କର ଆଗରୁ ଜିଲ୍ଲାର ବିଭିନ୍ନ ଥାନାରେ ୨0 ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ବେଳେ ଗତ ୩0ଏପ୍ରିଲ ଅଭିଯୋଗ,ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଡରା ଗାଁର ଗଦାଧର ମଲ୍ଲିକଙ୍କ ଘରେ ଚୋରି ହୋଇଥିବା ଚୋରି ଜିନିଷ ଜବତ ହୋଇଥିବା ସୂଚନା ଦେଇଛନ୍ତି l

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *