ଗିରଫ ହେଲେ ଚୋରା ବନ୍ଧୁକ ବେପାରୀ

ଗିରଫ ହେଲେ ଚୋରା ବନ୍ଧୁକ ବେପାରୀ

ଫୋକସ ପ୍ଲସ 21/5/22 :ଚୋରା ବନ୍ଧୁକ ବେପାରୀକୁ ଚୌଦ୍ୱାର ପୋଲିସ ଗୁରୁବାର ଦିନ ଗିରଫ କରିଛି l ତା ନିକଟରୁ ପୋଲିସ ଗୋଟିଏ ବିଦେଶୀ 9ଏମଏମ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଜବତ କରିଛି l ଗିରଫ ଅଭିଯୁକ୍ତ ହେଲେ କଟକ ଖାରନଗର ଗୁରୁସାହିର ଲୋକେନ ଗୁରୁ ବୟସ (23) lପୋଲିସ ସୂତ୍ରରୁ ପ୍ରକାଶ ଯେ ଚୌଦ୍ୱାର ଥାନା ଏସଆଇ ଦିଲ୍ଲୀପ କୁମାର ମର୍ଦରାଜ ଭୂୟାଁ ଗୁରୁବାର ଅପରାହ୍ନ ତିନିଟା ବେଳେ ବିରୂପା ନଦୀ କୁଳ ରାସ୍ତାରେ ପୋଲିସ ଟିମ ସହ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ଯୁବକକୁ ସନ୍ଦିଗ୍ଧ ଅବସ୍ଥାରେ ବୁଲୁ ଥିବାର ଦେଖିଥିଲେ l ଯୁବକ ହlବଭାବ ଉପରେ ସନ୍ଦେହ ବଢିବାରୁ ଯୁବକ ଅଟକେଇ ପଚାରା ଉଚରା କରିବା ସହ ତାକୁ ଖାନ ତଲାସୀ କରିଥିଲେ l ତା ନିକଟରୁ ଏକ ବନ୍ଧୁକ ସହ ଜୀବନ୍ତ ଗୁଳିପୋଲିସ ହାତରେ ଲାଗିଥିଲା l ଯୁବକ ଥାନାକୁ ଆଣି ଅଧିକ ପଚରା ପଚାରି କରିବାରୁ ସେ ସ୍ୱୀକାର କରିଥିଲା କି ମୁଁ ଦୀର୍ଘ ଦିନ ହେବ ବନ୍ଧୁକ ବିକ୍ରି କରେ l ତା ନାମ ରେ ଜଗତପୁର,ପୁରୀଘାଟ,ମଧୁପଟଣା, ବାଦାମବାଡ଼ି,ଓଲଟପୁର ଥାନାରେ ଅପରାଧିକ ମାମଲା ପୋଲିସ ଜାଣିବାକୁ ପାଇଛି l ଏ ସଂକ୍ରାନ୍ତରେ ଚୌଦ୍ୱାର ପୋଲିସ ଏକ ମାମଲା (234/22)ରୁଜୁ କରି ଲୋକେନକୁ କୋୖର୍ଟ ଚାଲଣ କରାଯିବା ସହ ଅଧିକ ତଦନ୍ତ ଚଳେଇଛି I

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *