ସନ୍ଦେହ ଜନକଭାବେ କୋଲକୋରିଡ଼ର ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ସନ୍ଦେହ ଜନକଭାବେ କୋଲକୋରିଡ଼ର ରାସ୍ତାରେ ବ୍ୟକ୍ତିଙ୍କ ମୃତ୍ୟୁ

ଫୋକସ ପ୍ଲସ 22/5/22 (ତାଳଚେର):ତାଳଚେର ଲିଙ୍ଗରାଜ କୋଇଲା ଖଣିର କୋଲକରିଡ଼ର ରାସ୍ତାରେ ଆଜି ହାଣ୍ଡିଧୂଆଁ କେଳାସାହି ଅଂଚଳର ମହେଶ୍ୱର ସିଂ (୫୦) ମରିପଡ଼ିଥିବାର ଦେଖିବାକୁ ମିଳିଥିଲା । ଏହିଘଟଣା ପ୍ରଚାରିତ ହେବାପରେ ତାଙ୍କ ପରିବାର ସମେତ ଲୋକଙ୍କ ସୂଅ ଛୁଟିଥିଲା । ଫଳରେ ସେହି ରାସ୍ତାଦେଇ ଯାତାୟତ କରୁଥିବା କୋଇଲା ଟ୍ରକ ଦିନ ୧୨ଘଟିକା ଠାରୁ ଅପରାହ୍ଣ ୫ ଘଟିକା ପର୍ଯ୍ୟନ୍ତ ଠପ୍ ହୋଇଯାଇଥିଲା ।
ସେହି ଅଂଚଳବାସୀ କ୍ଷତିପୂରଣ ଦାବିକରିବା ସେଠାରେ ଉତେଜନ ପ୍ରକାଶ ପାଇଥିଲା । ତେବେ ପରିବାରବର୍ଗ ଏହାକୁ ଦୁର୍ଘଟଣା କହୁଥିବା ବେଳେ ସ୍ଥାନୀୟ ପୋଲିସ୍ ଅତ୍ୟଧିକ ଖରା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ କରିଛି । ଘଟଣା ସ୍ଥଳକୁ ଜିଏମ, ପିଓ, ଏମସିଏଲର ପଦାଧିକାରୀ, ପୋଲିସ୍ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ କିଛି ଅର୍ଥରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଶବକୁ ପୋଲିସ୍ ଜବତକରି ତାଳଚେର ମଣ୍ଡାପାଳ ଡ଼ାକ୍ତରଖାନାକୁ ଶବ୍ୟବଚ୍ଛେଦ ପାଇଁ ପଠାଇବା ପରେ ସ୍ୱାଭାବିକ  ଅବସ୍ଥା ଫେରିଥିଲା ।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *