ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା

ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା

କୁମୁରୀସିଂହାଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଳିଗଲା ୪ବଖରା ଚାଳଛପରଘର । ଅଳ୍ପକେ ବର୍ତ୍ତିଗଲେ ଚାରୀପରୀବାର ।
ଅନୁଗୋଳ ବ୍ଲକ ଅନ୍ତର୍ଗତ କୁମୁରୀସିଂହା ହରିଜନ ସାହିରେ ବୁଧବାର ସକାଳୁ ୪ ବଖରା ଘରିଜଳିଯାଇଥିବା ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ ପରିବାର ଲୋକେ ଘରଭିତରେ ସୋଇଥିବା ସମୟରେ ବୁଧବାର ଭୋର ପ୍ରାୟ୪.୩୦ ସମୟରେ ଘରେ ନିଆଁ ଲାଗିଥିଲା । କେଉଁ କାରଣରୁ ନିଆଁ ଲାଗିଲା ପରିବାର ଲୋକେ ଜାଣି ନଥିବା ପ୍ରକାଶ କରିଥିବା ବେଳେ, ପଡିସା ଘର ଲୋକେ ନିଆଁ ଲାଗୁଥିବା ଦେଖି ପରିବାର ଲୋକଙ୍କୁ ଉଠେଇଥିଲେ ।  ପରିବାର ଲୋକେ କିଛି ବୁଝିବା ପୂର୍ବରୁ ଜିବନ ବିକଳରେ ଘରୁଭିତରୁ ବାହାରକୁ ପଳେଇ ଆସିଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଂଞ୍ଚି ନିଆଁ କୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ସଙ୍ଗେ ସଙ୍ଗେ ଅନୁଗୋଳ ଅଗ୍ନିଶମ ବିଭାଗ କୁ ଫୋନ୍ କରି ଥିଲେ କିନ୍ତୁ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚିଲା ବେଳକୁ ୪ବଖରା ଚାଳଘର ସମେତ ଘରର ସମସ୍ତ ଆସବାବପତ୍ର ନିଆଁ ରେ ଜଳି ପାଉଁଶ ସୋଇଯାଇଥିଲା । ଏହି ନିଆଁ ରେ ଶ୍ରୀକାନ୍ତ ନାଏକ ସୁଶାନ୍ତ ନାଏକ,ଟୁକୁ ନାଏକ ଏବଂ ବିଟ ନାଏକ ଚାରିଭାଇଙ୍କର  ୪ବଖରା ଘର ସମ୍ପୁର୍ଣ୍ଣ ନିଆଁ ରେ ଜଳି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । ନିଆଁ ରେ ପ୍ରାୟ ୨ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ କ୍ଷୟକ୍ଷତି ହୋଇଥିବାର ପରିବାର ଲୋକେ ପ୍ରକାଶ କରିବା ସହିତ ସରକାରଙ୍କ ସହାୟତା ଲୋଡିଛନ୍ତି ।

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *