ଭାରତ ଲୀଳା ନାଟକ ଉଦଘାଟନ

ଭାରତ ଲୀଳା ନାଟକ ଉଦଘାଟନ

ଫୋକସ ପ୍ଲସ 22/5/22 (ପାତ୍ରପୁର):ପାତ୍ରପୁର ବ୍ଳକ ସୁରଙ୍ଗି ସାମନ୍ତରା ପୁର ଠାରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପ୍ରାପ୍ତ ତଥା ଜିଲ୍ଲା କଳା ସଂସ୍କୃତି ସଙ୍ଘ ସଭାପତି ଗୁରୁ ସନ୍ତୋଷ ପାଢ଼ୀ ଙ୍କ ନିର୍ଦ୍ଦେଶିତ ଭାରତ ଲୀଳା ବା ସୁଭଦ୍ରା ପରିଣୟ ଉଦଘାଟନ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୁବ ନେତା ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଦଘାଟନ କରିଥିବା ବେଳେ ପାତ୍ରପୁର ବ୍ଳକ ଅଧ୍ୟକ୍ଷା ୱାଈ ସଂଯୁକ୍ତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଉପାଧ୍ୟକ୍ଷ ଅନାଦି ପଣ୍ଡିତ, ପ୍ରମୋଦ କୁମାର ପାଢ଼ୀ (ବ୍ୟାସ ମାନସ ଭବନ ବ୍ରହ୍ମପୁର) ସଂଯୁକ୍ତା ରାଣୀ ପ୍ରଧାନ, (ସରପଞ୍ଚ) ଅମ୍ବିକା କୁମାରୀ କୁଣ୍ଡ (ସମିତିସଭ୍ୟା) ପ୍ରମୁଖ ମଞ୍ଚାସିନ ଥିଲେ। ଭାରତ ଲୀଳା ଗୁରୁ ନବଘନ ପରିଡା, ଚକ୍ରପାଣି ବାଡତ୍ୟା , ପାଲା ଗୁରୁ ବୈକୁଣ୍ଠ ବିହାରୀ ମହାଳିକ, ସଖି ନାଚ ଗୁରୁ କାଳୁ ଚରଣ ସାହୁ, କାଶୀନାଥ ପ୍ରଧାନ ଓ ମନ୍ଦୋଦରି ପ୍ରଧାନ ଙ୍କୁ ଦୁଆରୀ ଅଭିନେତା ବସନ୍ତ ପ୍ରଧାନ ଗୁରୁ ପୂଜନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଲୋକକଳା କୁ ବଞ୍ଚାଇ ରଖିବା ପାଇଁ ଗ୍ରାମବାସୀ ଙ୍କ ପ୍ରୟାସ କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନ ର ଉନ୍ନତି କାମନା କରିଥିଲେ। ମ୍ୟାନେଜର ସୀମାଞ୍ଚଳ ପ୍ରଧାନ ଅଧିକାରୀ ଦଣ୍ଡାସି ମହାଙ୍କୁଡ ଟହଲ ଆପନା କୁଣ୍ଡ ସହଯୋଗୀ ଚନ୍ଦ୍ରମଣି ଡାକୁଆ, ବବି ସାହୁ ଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା। କଳାକାର ବସନ୍ତ, ପପୁ, ଆଦିକନ୍ଦ, ବଂଶୀଧର, ଆକାଶ, ସୁଧାକର, ତୃପ୍ତିରାଣୀ, ସଂଜିତ , ସଞ୍ଜୀବ ଓ ମିନ କେତନ ଅଭିନୟ କରିଥିଲେ। କଳାକାର ମାଧବ ବାଡତ୍ୟା ମଞ୍ଚ ପରିଚାଳନା କରିଥିଲେ।

ପାତ୍ରପୁର ମାଧବ ବାଡତ୍ୟା ଙ୍କ ରିପୋର୍ଟ।

 

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *