ଲୁଚା ଛପାରେ ଚାଲିଛି ସର୍ଭେ

ଲୁଚା ଛପାରେ ଚାଲିଛି ସର୍ଭେ

ଫୋକସ ପ୍ଲସ 22/5/22 (ପୁରୀ): ଓବିସିସି ଚଂଚକତା କରି ରାତି ଅଧରେ ଜିପିଆର ଏସ୍ ସର୍ଭେ କରୁଥିବା ଅଭିଯୋଗ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜିପିଆର ଏସ୍ ସର୍ଭେକୁ ନେଇ ପୁଣି ଥରେ ବିବାଦ ଭିତରକୁ ଟାଣି ହୋଇଛି ପ୍ରଶାସନ। ରାତି ୧୨ଟା ପରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇଙ୍କ ମନ୍ଦିର ପାଖରୁ ଆରମ୍ଭ କରି ଶ୍ରୀମନ୍ଦିର ଚାରିପାଖରେ କିଛି ମେସିନ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା। ଏମାର ମଠ ଜାଗାରେ ବି ଏମାନେ ସର୍ଭେ କରୁଥିବା ଦେଖିବାକୁ ମିଳିଛି। ଖୋଳତାଡ଼ ଓ ନିୟୋଜିତ ଅଧିକାରୀଙ୍କୁ ପଚରାଉଚରା ପରେ ଏହ ଜିପିଆର ସର୍ଭେ ବୋଲି ଜଣା ପଡିଥିଲା। ଯେଉଁ ମେସିନ ଜରିଆରେ ସର୍ଭେ କରାଯାଉଥିଲା, ତାହା ଜିପିଆରଏସ ମେସିନ ବୋଲି ଜଣାପଡିଥିଲା। ନିୟୋଜିତ ଅଧିକାରୀଙ୍କୁ ପଚାରିବା ପରେ କହିଛନ୍ତି କି ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି। ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ଜରିଆରେ ଏହି ସର୍ଭେ କରାଯାଉଛି। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନରେ ଏହି ସର୍ଭେ କରି ଦେବାକୁ କହିଥିଲା। ରାତିରେ ଏହି ସର୍ଭେ କରିବାକୁ ନିର୍ଦେଶ ରହିଥିଲା। ଏ ଭିତରେ ୨ ଦିନ ସର୍ଭେ କାମ ସରିଛି। ବାକି ଦୁଇ ଦିନ ସର୍ଭେ ପରେ ରିପୋର୍ଟ ଦିଆଯିବର ସୂଚନା ମିଳୁଛି। ହାଇକୋର୍ଟରେ ମାମଲା ବିଚାରାଧୀନ ରହିଛି, ଗୋଟେପଟେ ଏ ଏସ୍ ଆଇ।ୟ ତାର ଜାଏଣ୍ଟ ଇନସପେକସନ ରିପୋର୍ଟ ରେ ତଥ୍ୟ ଦେଇଛି ଜି ପି ଆଳ ଏସ ସର୍ଭେ ହୋଇନାହିଁ। ସେଠି କୋର୍ଟରେ କଣ ଦାଖଲ କରିବା ପାଇଁ ଏଭଳି ରାତି ଅଧିଆ ଜିପିଆର ସର୍ଭେ କରାଯାଉଛି ଯାହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୁରୀରୁ ଜଗବନ୍ଧୁ ବେହେରା ଫୋକସ୍ ପ୍ଲସ

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *