ପ୍ରେମିକ ସାଜିଲା ଦଲାଲ

ପ୍ରେମିକ ସାଜିଲା ଦଲାଲ

ଫୋକସ ପ୍ଲସ 22/5/22(ତେନ୍ତୁଳୀଖୁଣ୍ଟି): ଲଭ, ସେକ୍ସ ପରେ ଧୋକା ।ନବରଙ୍ଗପୁର ରେ ପ୍ରେମିକ ସାଜିଲା ଦଲାଲ,ବିବାହ ର ପ୍ରତିଶ୍ରୁତି ଦେଇ ନିଜ ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ପୁରୁଷ କୁ ୭୦ ହଜାର ଟଙ୍କାରେ ବିକିଦେଲା ପ୍ରେମିକ। ଫେସବୁକ ରେ ପ୍ରେମ ପରେ ଯୁବତୀଙ୍କୁ ଘରୁ ଟେକି ନେଇଥିଲା କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡାର ଅମିତ ତାଣ୍ଡି।ପରେ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନକୁ ନେଇ ନିଜ ସମ୍ପର୍କୀୟ ଭଉଣୀ ବୋଲି ପରିଚୟ ଦେଇ ରଖିଥିବା ଅଭିଯୋଗ ହୋଇଛି।ଏହା ପରେ ହତ୍ୟା ଧମକ ଦେବା ସହିତ ଯୁବତୀଙ୍କୁ ଗୁଜୁରାଟ ନେଇ ୭୦ ହଜାର ଟଙ୍କା ରେ ବିକ୍ରି କରିଥିଲା ଅଭିଯୁକ୍ତ।ଗୁଜୁରାଟ ରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି ପିଡ଼ିତା ଜଣକ।ସେଠାରୁ ଖସି ଆସିବା ପରେ ନ୍ୟାୟ ପାଇଁ ଥାନାର ଦ୍ଵାରାସ୍ତ ହୋଇଛନ୍ତି ଯୁବତୀ।ଏନେଇ ପାପଡ଼ାହାଣ୍ଡି ଥାନାରେ ଏତଲା ଦେଇଥିଲେ ଯୁବତୀଙ୍କ ବାପା।ଏହି ଘଟଣାକୁ ଆଜି ନବରଙ୍ଗପୁର ମା ଘର କାଦମ୍ବିନୀ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ଯୁବତୀଙ୍କୁ ନ୍ୟାୟ ଦେବାକୁ ଦାବି କରିଛନ୍ତି।ଏଭଳି ଘଟଣା ଗତ ଦୁଇ ଦିନ ତଳେ ମଧ୍ୟ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ଜଣେ ଯୁବତୀଙ୍କୁ ୧୦ ହଜାର ଟଙ୍କା ରେ ଜଣେ ବୃଦ୍ଧ ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା।

Related post

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି ବିଶେଷ, ଜାଣନ୍ତୁ କାହା କାହା ଦିଆଯାଇଛି ନିମନ୍ତ୍ରଣ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହେବେ ଭାରତର ବିଶିଷ୍ଟ ବ୍ୟକ୍ତି…

ଉତ୍ତର ପ୍ରଦେଶ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀରେ ହେବ । ଏଥିପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ପଠାଯାଉଛି । ଏହି ଉତ୍ସବର…
ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି!!!

ରାୟଗଡ଼ା: ଦୁର୍ଗମ ଅଞ୍ଚଳ ରେ ଫାଇଦା ନେଉଛନ୍ତି ଅଙ୍ଗନୱାଡ଼ି ଦିଦି, ହେଲପର୍ କୁ କିଛି ମିଳିଲା ନାଇଁ ସେଥିପାଇଁ ସିଧା ସିଧା ବଖାଣିଲେ ଦିଦିଙ୍କ ଭିତିରି କଥା ଏ…
ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7 ଟି ମାମଲା ମିଳିଲା କି?

ଚାଇନାର ନିମୋନିଆ ଭାରତକୁ ପ୍ରଭାବିତ କରିଛି କି? AIIMS ଦିଲ୍ଲୀରେ 7…

ଭାରତରେ ଚାଇନା ନିମୋନିଆ07/12(ଫୋକସ ପ୍ଲସ); ଚାଇନାରେ ବ୍ୟାପିଥିବା ରହସ୍ୟମୟ ନିମୋନିଆକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢିଛି। ମାଇକୋପ୍ଲାଜମା ନିମୋନିଆରେ ପୀଡିତ ପିଲାମାନଙ୍କ ସହିତ ଚାଇନାର ଡାକ୍ତରଖାନାଗୁଡ଼ିକ ଭରି…

Leave a Reply

Your email address will not be published. Required fields are marked *