ଠିକ୍ ଭାବେ ଖାଦ୍ୟଶସ୍ୟ ପାଉନାହାନ୍ତି ହିତାଧିକାରୀ

ଠିକ୍ ଭାବେ ଖାଦ୍ୟଶସ୍ୟ ପାଉନାହାନ୍ତି ହିତାଧିକାରୀ

ଫୋକସ ପ୍ଲସ 23/5/22(ନିମାପଡା): କାହାରିକୁ ଅନାହାର ରେ ମରିବାକୁ ଦିଆଯିବ ନାହିଁ ବୋଲି ସରକାର ଘୋଷଣା କରି ଖାଦ୍ୟ ସୁରକ୍ଷା ଆଇନ ଲାଗୁ କଲେ। ପ୍ରତି ହିତାଧିକାରୀ ଙ୍କୁ ମୁଣ୍ଡପିଛା ୫ କିଗ୍ରା ଚାଉଳ/ ଗହମ ଯୋଗାଇଦେବାକୁ ସ୍ଥିର ହୋଇ ଯୋଜନା କାର୍ଯ୍ୟକାରୀ ହେଲା। ତେବେ ଗତ ୭ ମାସ ହେବ ସମଗ୍ର ପୁରୀ ଜିଲ୍ଲା ଅଞ୍ଚଳ ରେ ଏହି ଯୋଜନା ପ୍ରହସନ ରେ ପରିଣତ ହୋଇଛି। ଗରିବ ପରିବାର କୁ ନିର୍ଦ୍ଧାରିତ ପରିମାଣ ରେ ଖାଦ୍ୟ ଶସ୍ୟ ଦିଆଯାଉନଥିବା ଅଭିଯୋଗ ହୋଇଛି। ଦୀର୍ଘ ୭ ମାସ ହେବ ହିତାଧିକାରୀ ମାନଙ୍କୁ ଗହମ ପ୍ରଦାନ କରାଯାଇନଥିବାବେଳେ ଚାଉଳ ବି ଠିକ ପରିମାଣ ର ପ୍ରଦାନ କରାଯାଇ ନାହିଁ। ଫଳରେ ଗରିବ, ନିଃସହାୟ, ରୋଗୀଥିବା ପରିବାର ଗୁଡ଼ିକ ନାହିଁ ନଥିବା ଅସୁବିଧା ର ସମ୍ମୁଖିନ ହେଉଛନ୍ତି। ବାରମ୍ବାର ହିତାଧିକାରୀ ମାନେ ଡିଲର ଓ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଙ୍କ ନିକଟ କୁ ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଜିଲ୍ଲା ପରିଷଦ ବୈଠକ ରେ ଏ ସଂପର୍କ ରେ ଆଲୋଚନା ହୋଇ ପୁରୀ ଜିଲ୍ଲାପାଳ ଙ୍କୁ ଅବଗତ କରା ଯାଇଥିବା କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ମୋନାଲି ମିଶ୍ର। ତଥାପି ବି କିଛି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇନାହିଁ। ନିର୍ଦ୍ଧାରିତ ପରିମାଣ ରେ ଖାଦ୍ୟ ଶସ୍ୟ ଆସିଲେ ଆମେ ହିତାଧିକାରୀ ମାନଙ୍କୁ ଯୋଗାଇଦେବୁ ବୋଲି କହିଛନ୍ତି ନିମାପଡା ବ୍ଲକ ତୁଳସୀପୁର ଅଞ୍ଚଳ ର ଡିଲର ଅଶୋକଦାସ l ଆମେ ଏ ସଂପର୍କ ରେ ବ୍ଲକ ବିଡ଼ିଓ, ଉପ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ ଅବଗତ କରିଛୁ ବୋଲି କହିଛନ୍ତି ନିମାପଡା ଓ ପିପିଲି ବ୍ଲକ ଦାୟିତ୍ବରେ ଥିବା ଯୋଗାଣ ବିଭାଗ ଅଧିକାରୀ ଇନ୍ଦ୍ରଜିତ ସିଂ । ୭ ମାସ ହେବ ଏପରି ଅବ୍ୟବସ୍ଥା ଲାଗି ରହିଥିଲେ ମଧ୍ୟ ସରକାର ଙ୍କ ଯୋଗାଣ ବିଭାଗ ଚୁପ୍ ବସିଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ବିଭାଗୀୟ ମନ୍ତ୍ରୀ , ୫ଟି ସଚିବ ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Related post

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ସୁଧାଂଶୁ ରାଉତଙ୍କୁ ଜେଲ କାହିଁକି?

ଫୋକସ ପ୍ଲସ 28/3/23(ବ୍ୟୁରୋ): ବିଭିନ୍ନ ସମୟରେ ଗଣମାଧ୍ୟମ ରେ ନିଜର ସ୍ୱର କୁ ଶାଣିତ କରି ଅନେକ ଜୀବନ ଜୀବିକା କୁ ବସାଇ ପାରିଥିବା ଫୋକସ ପ୍ଲସ ମୁଖ୍ୟ…
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ

ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର ୩…
ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଖୋଲା କୂପ ବଞ୍ଚାଇଛି 40 ବର୍ଷର ଜୀବନ ଯାତ୍ରା

ଫୋକସ ପ୍ଲସ 28/3/23(ବ୍ୟୁରୋ): ଖରାଦିନରେ ଅନେକ ଜାଗାରେ ଦେଖିବାକୁ ମିଳିଥାଏ ଜଳ ର ସଙ୍କଟ | ମଣିଷ ଠୁ ପଶୁ ପକ୍ଷୀ ମଧ୍ୟ ଜଳ ପାଇଁ ଆଉଟ ପାଉଟୁ…

Leave a Reply

Your email address will not be published. Required fields are marked *