ଲେଫ୍ରିପଡ଼ାରେ ବଢୁଛି  ଜୁଆ ଓ ସଟ୍ଟା କାରବାର

ଲେଫ୍ରିପଡ଼ାରେ ବଢୁଛି ଜୁଆ ଓ ସଟ୍ଟା କାରବାର

ଫୋକସ ପ୍ଲସ 23/5/22(ସୁନ୍ଦରଗଡ): ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ାରେ ଜୁଆ ଓ ସଟ୍ଟା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି,ଏପରିକି ଅନେକ ସ୍ଥାନରେ ତାସ ଓ ଘୁଡୁଘୁଡ଼ି ଜୁଆ ଖେଳ ମଧ୍ୟ ପ୍ରଚୁର ମାତ୍ରାରେ ଚାଲିଛି ଫଳରେ ବହୁ ଶିକ୍ଷିତ ଯୁବକ ପଥ ଭ୍ରଷ୍ଟ ହୋଇ ଅନେକ ଅସାମାଜିକ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି।ଏପରିକି ଲେଫ୍ରିପଡ଼ା ମୁଖ୍ୟାଳୟ ରେ ଏହି ଜୁଆ ଖେଳ ଚାଲିଛି ତାହା ନୁହେଁ ଦର୍ଲି ପାଲି ଅଞ୍ଚଳରେ ମଧ୍ୟ ଜୋର୍ ଧରିବାରେ ଲାଗିଛି।ଦର୍ଲୀପାଲି ରେ ଏନ୍ ଟି ପି ସି ହେବା ଦିନ ଠାରୁ ସେ ଅଞ୍ଚଳରେ ବାହାର ରାଜ୍ୟର ଲୋକମାନେ ରହୁଥିବା ବେଳେ ଜୁଆଡି ଙ୍କ ପ୍ରାଦୁର୍ଭାବ ବଢ଼ିବା ରେ ଲାଗିଛି ।ଏହି ଜୁଆ ରେ ପିଲା ଠୁ ବୁଢା ପର୍ଯ୍ୟନ୍ତ ବିନା ପରିଶ୍ରମରେ ଅଧିକ ଅର୍ଥ କମାଇବା ଲକ୍ଷ୍ୟରେ ଏହି ଜୁଆ ଖେଳ ରେ ମାତି ଛନ୍ତି ।ଏପରିକି ଦୈନିକ ଖଟିଖିଆ ମାନେ ମଧ୍ୟ ଅଧିକ ଅର୍ଥ ପାଇବା ଲୋଭରେ ହେଉ କି ରାତାରାତି ଲକ୍ଷପତି ହେବା ଆଶାରେ ଏହି ସଟ୍ଟା ଓ ଜୁଆ ଖେଳ ରେ ମାତି ଥିବା ଦେଖିବାକୁ ମିଳୁଛି। ପୁଲିସର ଜାଣତରେ ଏହି ସଟ୍ଟା ଓ ଜୁଆ ଖେଳ ଚାଲିଥିବା ଅଞ୍ଚଳ ବାସି କରୁଥିବା ବେଳେ ନିର୍ଭୟରେ ଚାଲିଛି ଏହି ଖେଳ।ଏହି ଜୁଆ ଆଡ୍ଡା ରେ ମଦ ମାଂସ ର ଆସର ମଧ୍ୟ ଜମିଥିବା ଓ ଏହି ଜୁଆ ପାଇଁ ଅନେକ ସର୍ବ ଶାନ୍ତ ହୋଇ ଏପରିକି ଘରେ ଥିବା ଛେଳି ମେଣ୍ଢା ଗାଈ ଗୋରୁ ଆଦିଙ୍କୁ ବିକ୍ରି କରି ଅସାମାଜିକ କାର୍ଯ୍ୟକୁ ଆଦରି ନେଉଥିବା ଦେଖିବାକୁ ମିଳୁଛି ।ସ୍ଥାନୀୟ ଲୋକେ ଏନେଇ ଅନେକ ଥାନାରେ ଜଣାଇ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନାହିଁ । ପୋଲିସ ମୋଟା ଅଙ୍କର ଅର୍ଥ ପାଉଛି ବୋଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।ଜିଲ୍ଲା ପ୍ରଶାସନ ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related post

ସ୍ତ୍ରୀ କୁ ହତ୍ୟା ତାପରେ  ସ୍ୱାମୀ ଆତ୍ମହତ୍ୟା

ସ୍ତ୍ରୀ କୁ ହତ୍ୟା ତାପରେ ସ୍ୱାମୀ ଆତ୍ମହତ୍ୟା

ଫୋକସପ୍ଲସ 30/05/23(ଧାମନଗର) ଚାଞ୍ଚଲ୍ୟ କର ହତ୍ୟା ନିଜ ସ୍ତ୍ରୀ କୁ ପ୍ରଥମେ ହତ୍ୟା ତାପରେ ସ୍ୱାମୀ କରିଲା ଆତ୍ମହତ୍ୟା ! ଧାରୁଆ କଟୁରୀ ରେ ହାଣି ହତ୍ୟା କରିବା…
କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

କାହିଁକି ଏମିତି କହିଲେ ବାଗେଶ୍ୱର ବାବା ?

  ଫୋକସପ୍ଲସ 29/05/2023(ଅହମଦାବାଦ) କାହଁକି ଏମିତି କହିଲେ ବାଗେଶ୍ୱର ବାବା? ପଣ୍ଡିତ ଧିରେନ୍ଦ୍ର ଶାସ୍ତ୍ରୀ ତାଙ୍କ ବିବୃତ୍ତି ନେଇ ପ୍ରାୟତଃ ସବୁବେଳେ ହେଡ ଲାଇନରେ ରହିଥାନ୍ତି। , କିଛି…
ଦୈନିକ ସଂକ୍ରମଣ ୪ ଶହ ତଳକୁ

ଦୈନିକ ସଂକ୍ରମଣ ୪ ଶହ ତଳକୁ

ଫୋକସପ୍ଲସ 29/05/2023(ନୂଆଦିଲ୍ଲୀ) ବର୍ତମାନ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। କରୋନା ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ…

Leave a Reply

Your email address will not be published. Required fields are marked *