ସାମ୍ବାଦିକଙ୍କର ଗୁଣ୍ଡା ରାଜ

ସାମ୍ବାଦିକଙ୍କର ଗୁଣ୍ଡା ରାଜ

ଫୋକସ ପ୍ଲସ 23/5/22(ନିଶ୍ଚିନ୍ତକୋଇଲି): ରାତି ଅଧରେ ଜୈନିକ ଯୁବକ ଘରକୁ ଫେରୁଥିବା ବେଳେ କଥା କଥିତ ସାମ୍ବାଦିକ ବୋଲାଉଥିବା ୱେବ ଚାନେଲ ର ସାମ୍ବାଦିକ ଙ୍କ ଗୁଣ୍ଡା ରାଜ || ଇଏ ହେଉଚି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ର କିଛି ଦୂର ର ଦୃଶ୍ୟ | ଗତକାଲି ରାତି ପାଖାପାଖି 11ଟା ରୁ 12 ଭିତରେ ଜିଗିନୀ ପୁର ରେ ହେଉଥିବା ମାହାଙ୍ଗା ମହୋତ୍ସବ ଦେଖିସାରି ସୁଶାନ୍ତ ନାୟକ ଓ ତାଙ୍କର କିଛି ସାଙ୍ଗ ଫେରୁଥିଲେ || ଏହାର ସୁଯୋଗ ନେଇ ଆଗରୁ ଯୋଜନା ବଧ ଭାବେ ଏକ ୱେବ ଚାନେଲ ର ସାମ୍ବାଦିକ ସପ୍ତ ଜୋତି ରାଉଳ ଏବଂ ତାର ସହଯୋଗୀ ଜଗିରହିଥିଲେ || ଉକ୍ତ ରାସ୍ତା ଦେଇ ସୁଶାନ୍ତ ଆସୁଥିବା ବେଳେ ଅତର୍କିତ ଭାବେ ଦୁଇ କଥା କଥିତ ସାମ୍ବାଦିକ ଜଣେ ଠେଙ୍ଗା ଓ ଆଉଜଣେ ଲୁହା ରଡ଼ ରେ ମରଣାତ୍ମକ ଆକ୍ରମଣ କରିଥିଲେ || ସପ୍ତଜୋତି ଲୁହା ରଡ଼ ରେ ସୁଶାନ୍ତ ର ପେଟରେ ପୂରେଇଦେଇଥିବା ବେଳେ ଅନ୍ୟ ଜଣେ ଠେଙ୍ଗାରେ ନିର୍ଘାତ ପ୍ରହାର କରିଥିଲା | ସୁଶାନ୍ତ ଙ୍କ ସାଥିରେଭିଥିବା ସାଥିମାନେ ଏହି ଗଣ୍ଡଗୋଳ କୁ ଅଟକାଇବା ପାଇଁ ସତ ଚେଷ୍ଟା କରିଥିଲେ || ହେଲେ କଥା କଥିତ ସାମ୍ବାଦିକ ସପ୍ତ ଜୋତି ଙ୍କୁ ଏପରି ରକ୍ତ ମୁଖା ଅବସ୍ଥା ରେ ଦେଖି ସମସ୍ତେ ଭୟ ବିତ ହୋଇଯାଇଥିଲେ ||ଏହାପରେ ସୁଶାନ୍ତ ସ୍ଥାନୀୟ ମେଡିକାଲ ରେ ଚିକିଛିତ ହୋଇ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ || ଅଭିଯୋଗ ର ପାଖାପାଖି 18 ଘଣ୍ଟା ବିତିଯାଇଥିଲେ ମଧ୍ୟ ନିଶ୍ଚିନ୍ତକୋଇଲି ପୋଲିସି ନାମକୁ ମାତ୍ର କେସ ନମ୍ବର 78/2022 ରେ ଦଫା 294,279,341,323,307,379,506,34-IPC ରେ କେଶ ରୁଜୁ କରୀ ଚୁପ ହୋଇ ବସିଯାଇଛି || | ଏହି ଘଟଣା ରେ ଆଞ୍ଚଳ ବୁଦ୍ଧିଜୀବୀ ମାନେ ସାମ୍ବାଦିକ ଭଳି ପବିତ୍ର ପନ୍ଥା କୁ ଆପଣାଉ ଥିବା ବ୍ୟକ୍ତି ବିଶେଷ ନିରପକ୍ଷତା , ସତ୍ୟ ତା ଓ ସମାଜ ଉପଯୋଗୀ ଖବର ପରିବେଷଣ ନ କରୀ ଏଭଳି ଗୁଣ୍ଡା ରାଜ କୁ ନା ପସନ୍ଦ କରୁଛନ୍ତି | | ଏ ବାବଦ ରେ ସମ୍ପୃକ୍ତ ସାମ୍ବାଦିକ ସପ୍ତ ଜୋତି ରାଉଳ ଙ୍କ ଆମ ପ୍ରତିନିଧି ଏକାଧିକ ଥର ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିଲା ନାଇଁ ||ତେବେ ପୋଲିସ ର କାର୍ଯ୍ୟ ଦକ୍ଷତା ଉପରେ ଏବେ ସାଧାରଣ ଜନତା ଙ୍କ ଅପେକ୍ଷା ରହିଛି I

Related post

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର  ସ୍ଥାନ ପାଇଛି ମୋ ଓଡିଶା

ଆଜି ଉତ୍କଳ ଦିବସ ; ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ…

ସବୁଜ ସୁନ୍ଦର ଶସ୍ୟ ଶ୍ୟାମଳା ମୋ ଜନମ ଭୂଇଁ ଉତ୍କଳ,କଳା ଧର୍ମ ସଂସ୍କୃତି ଆଉ ନିଆରା ପରମ୍ପରା ପାଇଁ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇଛି ମୋ…
ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ନ୍ୟାୟ ପାଇଁ ଥାନା ଆଗରେ ଧାରଣା ଦେବେ ସରପଞ୍ଚ

ଫୋକସ ପ୍ଲସ 1/4/23(ବ୍ୟୁରୋ): ଆମେ କହୁଛୁ ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ରାଉତରାୟପୁର ସରପଂଚ ସ୍ୱର୍ଣଲତା ସାହୁ ଙ୍କ କଥା। ଅଭିଯୋଗ ଅନୁଯାୟୀ ସରପଞ୍ଚ ସ୍ୱର୍ଣଲତା ସାହୁ ପଞ୍ଚାୟତ…
ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…

Leave a Reply

Your email address will not be published. Required fields are marked *