ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଆଖୁ ଓ ପନିପରିବା ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଯୁବଚାଷୀ

ଦିନକୁ ଦିନ ଆଖୁଚାସରୁ ମୁହଁ ଫେରାଉଚ୍ଚନ୍ତି କେନ୍ଦ୍ରାପଡ଼ା ଚାଷୀ । କିନ୍ତୁ ସେହି ଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଜଣେ ଯୁବ ଚାଷୀ । କିଛିବର୍ଷ ପୂର୍ବେ ଆଇଟିଆଇ ପାସ୍ କରି ବାହାର ରାଜ୍ୟର କମ୍ପାନୀ ରେ କାର୍ଯ୍ୟ କରୁଥିଲେ । ହଟାତ୍ କମ୍ପାନୀ ଛାଡ଼ି ଚାଲିଆସିଲେ ଗାଁ କୁ ଚିନ୍ତା କଲେ ଚାଷ କରିବେ ଆରମ୍ଭ କଲେ ଚାଷ କାର୍ଯ୍ୟ । ଏବେ ୮ଏକର ଜମିରେ ଆଖୁ ଓ ବିଭିନ୍ନ ପ୍ରକାର ପନିପରିବା ଚାଷକରି ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟକୁ ଦେଉଛନ୍ତି ରୋଜଗାର । ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ପଦ୍ମପୁର ଗ୍ରାମର ଯୁବ ଚାଷୀ ନରେଶ ରାଉତ ଙ୍କ କଥା । ଦୀର୍ଘ ପାଞ୍ଚ ବର୍ଷ ଧରି କରିଆସୁଛନ୍ତି ଚାଷ ଛ ଏକର ଜମିରେ ଆଖୁ ଓ ଦୁଇ ଏକର ଜମିରେ ପନିପରିବା ବର୍ଷକୁ ୩ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ୩ଲକ୍ଷ ଟଙ୍କା ଆୟ କରୁଛନ୍ତି ।ଏହା ସହିତ ପ୍ରତିଦିନ ପାଞ୍ଚରୁ ସାତ ଜଣ ଶ୍ରମିକ ନରେଶ ଙ୍କ ଜମିରେ କାମ କରନ୍ତି ।
ପ୍ରତିଦିନ ନରେଶ ପନିପରିବା ତୋଳି ସ୍ଥାନୀୟ ମାର୍କେଟ ର ବେବସାୟୀ ଙ୍କୁ ବିକ୍ରି କରନ୍ତି ଆଉ ବର୍ଷକୁ ଥରେ ଆଖୁ କାଟିଲେ ତାଙ୍କ ଜମିରୁ ବେବସାୟୀ ମାନେ କିଣିକି ନିଅନ୍ତି । ସରକାର ଯଦି ଆର୍ଥିକ କ୍ଷେତ୍ରରେ ସହାୟତା ଓ ଜଳସେଚନ ର ସୁବିଧା ଯୋଗାଇଦିଅନ୍ତେ ତେବେ ଆହୁରି ଆଗକୁ ଯାଇପାରନ୍ତେ ବୋଲି କହିଛନ୍ତି ଯୁବ ଚାଷୀ ନରେଶ ।

Related post

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ଭାଜପାର କଟକ ସାଂସଦ ପ୍ରାର୍ଥୀ ଭର୍ତୁହରୀ।

କଟକ୦୮/୦୪/୨୦୨୪; ଏବେ ମଧ୍ୟ ବିଭିନ୍ନ ଦଳରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ ଗତ କିଛି ଦିନ ତଳେ ଶଙ୍ଖ ଛାଡି ପଦ୍ମ ଧରିଥିବା ବିଜେପି ର କଟକ…
୧୭ ମିନିଟରେ ନିଆରା ବାହାଘର |

୧୭ ମିନିଟରେ ନିଆରା ବାହାଘର |

ସୁନ୍ଦରଗଡ଼୦୮/୦୪/୨୦୨୪; ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରାନିବନ୍ଧ ଠାରେ ଦେଖିବାକୁ ମିଳିଛି ନିଆରା ଢଙ୍ଗରେ ବାହାଘର, ସାଧାରଣତଃ ଆପଣମାନେ ଦେଖିଥିବେ ବରଯାତ୍ରୀ ନେଇ ବାଜା ବାଣ ରୋଷଣି ରେ ବର…
ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ଆସୁଛି କାଳବୈଶାଖୀ ଜବର,୪ ଦିନ ବର୍ଷିବ |

ପାଣିପାଗ ୦୮/୦୪/୨୦୨୪; ଆସୁଛି ବଡ ବର୍ଷା | ୪ ଦିନ ବର୍ଷିବ | ଏହି ସବୁ ରାଜ୍ୟରେ ତାଣ୍ଡବ ରଚିବ କାଳବୈଶାଖୀ | ପାଣିପାଗ ବିଭାଗ ଅନୁଯାୟୀ, ଅରୁଣାଚଳ…

Leave a Reply

Your email address will not be published. Required fields are marked *