ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଜୁନ ୯ରେ ରାୟ ଶୁଣାଇବେ କୋର୍ଟ

ଫୋକସ ପ୍ଲସ 24/5/22(ନୂଆଦିଲ୍ଲୀ): ଦିଲ୍ଲୀ ସାକେତ କୋର୍ଟରେ କୁତବ ମୀନାର ମାମଲାର ଶୁଣାଣି ଶେଷ। ଆସନ୍ତା ଜୁନ୍ ୯ ତାରିଖରେ ରାୟ ଶୁଣାଇବେ କୋର୍ଟ। ଆଜି ଏଏସଆଇ ଏବଂ ହିନ୍ଦୁ ପକ୍ଷ ଦଲିଲ ଦେଇଛନ୍ତି। ଏକ ସପ୍ତାହ ମଧ୍ୟରେ ଲିଖିତ ଜବାବ ଦେବାକୁ ଉଭୟ ପକ୍ଷଙ୍କୁ କୋର୍ଟ କହିଛନ୍ତି। ଏହି ସମୟରେ ହିନ୍ଦୁ ପକ୍ଷ କହିଛନ୍ତି ଯେ, ୨୭ଟି ମନ୍ଦିରକୁ ଧ୍ଵଂସ କରାଯାଇ କ୍ଵାତୁଲ ଇସଲାମ୍ ମସଜିଦ୍ ନିର୍ମାଣ କରାଯାଇଛି। ଏଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅଧିକାର ମିଳିବା ଉଚିତ୍। ତେବେ ହିନ୍ଦୁ ପକ୍ଷଙ୍କ ଦଲିଲରେ କୋର୍ଟ କହିଛନ୍ତି ଯେ, ଯଦି ୮୦୦ ବର୍ଷ ହେଲା ଏଠାରେ ଦେବତାମାନେ ବିନା ପୂଜାରେ ବାସ କରୁଛନ୍ତି ତେବେ ଆଗକୁ ଏହିଭଳି ରଖିହେବ।

ସେହିପରି ଏଏସଆଇ ତାର ଦଲିଲରେ କହିଛି ଯେ, କୁତବ ମୀନାରରେ ଧାର୍ମିକ କାର୍ଯ୍ୟକଳାପ ହୋଇପାରିବ ନାହିଁ, କାରଣ ଏହା ଏକ ସ୍ମୃତି ସ୍ତମ୍ଭ। ସେପଟେ ହିନ୍ଦୁ ପକ୍ଷରୁ ହରିଶଙ୍କର ଜୈନ କହିଛନ୍ତି ଯେ, ଏହି ସ୍ଥାନରେ ପୂର୍ବରୁ ୨୭ଟି ମନ୍ଦିର ଥିଲା ବୋଲି ତାଙ୍କ ନିକଟରେ ଠୋସ୍ ପ୍ରମାଣ ଅଛି। ହିନ୍ଦୁ ମନ୍ଦିର ଗୁଡ଼ିକ ଧ୍ଵଂସ କରାଯାଇ ଏଠାରେ ମସଜିଦ୍ ନିର୍ମାଣ କରାଯାଇଛି। ତେଣୁ ଏଠାରେ ପୁଣି ଥରେ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଅନୁମତି ଦିଆଯାଉ।
ଏଡିଜେ ନିଖିଲ ଚୋପ୍ରା ଏନେଇ କହିଛନ୍ତି ଯେ, ମସଜିଦ୍‌ରେ ଥିବା ହିନ୍ଦୁ ଏବଂ ଜୈନ ମନ୍ଦିର ଗୁଡ଼ିକରେ ହିନ୍ଦୁମାନଙ୍କୁ ପୂଜା କରିବାର ଅଧିକାର ମିଳିବ କି ନାହିଁ ସେନେଇ ଜୁନ୍ ୯ରେ କୋର୍ଟଙ୍କ ରାୟ ପ୍ରକାଶ ପାଇବ। ଏହା ପୂର୍ବରୁ ସିଭିଲ୍ କୋର୍ଟ ହିନ୍ଦୁ ପକ୍ଷକାରଙ୍କ ଯାଚିକା ଖାରଜ କରିସାରିଛି।

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *