କୋକସରା ଠାରେ ଭାରତ ବନ୍ଦ ପାଳନ ।

କୋକସରା ଠାରେ ଭାରତ ବନ୍ଦ ପାଳନ ।

ଫୋକସ ପ୍ଲସ 25/5/22(କୋକସରା): ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ ଆଜି ସକାଳ ୬ ଟା ରୁ ରାଷ୍ଟ୍ରୀୟ ପଛୁଆ ବର୍ଗ ବ୍ଳକ ସଭାପତି କ୍ଷିରସିନ୍ଧୁ ବୋଡକିଆ ଙ୍କ ନେତୃତ୍ବରେ କୋକସରା ଶାଖା ପକ୍ଷରୁ ୨୬ ନମ୍ବର ଜାତୀୟ ରାଜପଥ କୋକସରା ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରି ବନ୍ଦ ପାଳନ କରାଯାଇଛି। ଓବିଶି ଜନଗଣନା, ଇଭିଏମ ଘୋଟାଲା, ପଞ୍ଚାୟତ ନିର୍ବାଚନ ରେ ଅବିଶି ସଂରକ୍ଷଣ, ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ରୁ ବିସ୍ଥାପନ ଭଳି ବିଭିନ୍ନ ଦାବି ନେଇ ରାଜରାସ୍ତା ଅବରୋଧ ସହ ବନ୍ଦ ପାଳନ କରାଯାଇଥିଲା l ଏହି ବନ୍ଦ ପାଳନ କୁ ସମର୍ଥନ କରି ଭାରତ ମୁକ୍ତି ମୋର୍ଚ୍ଛାର ଦୁର୍ୟୋଧନ ଜାଲ, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ର ଉପେନ୍ଦ୍ର ଶବର, ପଣ୍ଡରାମାଳି ସମାଜ ର ବ୍ଲକ ସଭାପତି ବିଡ଼ୁ ନାଏକ, ଧବଳେଶ୍ୱର ଗହୀର, ଧନସିଂ ବାଗ, ପାର୍ଥ ଗୋପାଳ, ସମେତ ଶତାଧିକ ସମର୍ଥକ ଉପସ୍ଥିତ ଥିଲେ l

Related post

ପୂର୍ବ ବଚସାକୁ ନେଇ ଆକ୍ରମଣ

ପୂର୍ବ ବଚସାକୁ ନେଇ ଆକ୍ରମଣ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ ଅଧ୍ୟକ୍ଷା ସ୍ବାମୀ ଘରେ ପଶି ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।…
ଗିରଫ ହେଲେ ରସିକିଆ ଶିକ୍ଷକ

ଗିରଫ ହେଲେ ରସିକିଆ ଶିକ୍ଷକ

ଫୋକସ ପ୍ଲସ 31/3/23(ଆନନ୍ଦପୁର): ଜଣେ ପ୍ରଧାନ ଶିକ୍ଷକ ଅଫିସକୁ ଡାକି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଗ୍ରାମବାସୀ ସଂପୃକ୍ତ ପ୍ରଧାନ ଶିକ୍ଷକ ଓ ସ୍କୁଲ ଘେରାଉ କରିଛନ୍ତି।ଏନେଇ ଶିକ୍ଷକ…
ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ମଲା ଲୋକଙ୍କ ନାଁରେ ଉଠୁଛି ରାସନ ସାମଗ୍ରୀ

ଫୋକସ ପ୍ଲସ 31/3/23(ହାଟଡିହି): ଭୂତ ଖାଉଛି ପିଡ଼ିଏସ ସାମଗ୍ରୀ।ହିତାଧିକାରୀଙ୍କ ମୃତ୍ୟୁ ପରେ ବି ପରିବାର ଲୋକଙ୍କୁ ଅନ୍ଧାରରେ ରଖି ପିଡ଼ିଏସ ସାମଗ୍ରୀ ଉଠାଣ ହେଇଥିବା ଅଭିଯୋଗ ଆସିଛି।ପଦାରେ ପଡ଼ିଲା…

Leave a Reply

Your email address will not be published. Required fields are marked *